ବରଗଡ଼ ପୋଲିସର ବଡ଼ ଆକ୍ସନ: ୧୯୭୦ ବୋତଲ କଫ ସିରପ ସହ ନିଶାବଟିକା ଜବତ, ୩ଜଣଙ୍କୁ ବାନ୍ଧିଲା…
ବରଗଡ଼, ୨୬।୭(ପ୍ରେମାନନ୍ଦ ଖମାରୀ) – ବରଗଡ଼ ପୋଲିସ ନିଶା କାରବାର ଧରପଗଡ଼ ଅଭିଯାନକୁ ଜୋରଦାର କରିଛି। ଶନିବାର ସକାଳେ ବରଗଡ଼ ଟାଉନ ଥାନା ପୋଲିସ ବରଗଡ଼ ସହରରୁ ୧୯୭୦ ବୋତଲ କଫ ସିରପ ଏବଂ ୧ହଜାର ନିଶା ବଟିକା ଜବତ କରିଛି। ଏହା ସହିତ ଗୋଟିଏ ବାଇକ, ଗୋଟିଏ ସ୍କୁଟି ଏବଂ ୨ଟି ମୋବାଇଲକୁ ପୋଲିସ ଜବତ କରିଛି। ଏଥିରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗତ କିଛିଦିନ ପୂର୍ବରୁ ମଧ୍ୟ ବରଗଡ଼ ସହରରୁ […] The post ବରଗଡ଼ ପୋଲିସର ବଡ଼ ଆକ୍ସନ: ୧୯୭୦ ବୋତଲ କଫ ସିରପ ସହ ନିଶାବଟିକା ଜବତ, ୩ଜଣଙ୍କୁ ବାନ୍ଧିଲା… appeared first on Dharitri Odia News.
ବରଗଡ଼, ୨୬।୭(ପ୍ରେମାନନ୍ଦ ଖମାରୀ) – ବରଗଡ଼ ପୋଲିସ ନିଶା କାରବାର ଧରପଗଡ଼ ଅଭିଯାନକୁ ଜୋରଦାର କରିଛି। ଶନିବାର ସକାଳେ ବରଗଡ଼ ଟାଉନ ଥାନା ପୋଲିସ ବରଗଡ଼ ସହରରୁ ୧୯୭୦ ବୋତଲ କଫ ସିରପ ଏବଂ ୧ହଜାର ନିଶା ବଟିକା ଜବତ କରିଛି। ଏହା ସହିତ ଗୋଟିଏ ବାଇକ, ଗୋଟିଏ ସ୍କୁଟି ଏବଂ ୨ଟି ମୋବାଇଲକୁ ପୋଲିସ ଜବତ କରିଛି। ଏଥିରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗତ କିଛିଦିନ ପୂର୍ବରୁ ମଧ୍ୟ ବରଗଡ଼ ସହରରୁ ବିପୁଳ ପରିମାଣରେ କଫ ସିରପ ଏବଂ ବ୍ରାଉନସୁଗାର ଜବତ ହୋଇଥିଲା। ନିଶା କାରବାର ଦମନରେ ପୋଲିସର ଏହି ଅଭିଯାନ ପରେ ଏଭଳି କାରବାର ଚଲାଇଥିବା ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।
The post ବରଗଡ଼ ପୋଲିସର ବଡ଼ ଆକ୍ସନ: ୧୯୭୦ ବୋତଲ କଫ ସିରପ ସହ ନିଶାବଟିକା ଜବତ, ୩ଜଣଙ୍କୁ ବାନ୍ଧିଲା… appeared first on Dharitri Odia News.