ବରଗଡ଼ରେ ହେବ ହଳଧର ନାଗ ଜାତୀୟ ସେମିନାର
ବରଗଡ଼,୨୩।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ରେ ସମ୍ବଲପୁରୀ-କୋଶଲି ଭାଷାର ପ୍ରଥିତଯଶା ଲୋକକବି ପଦ୍ମଶ୍ରୀ ପ୍ରାପ୍ତ ହଳଧର ନାଗ ଓ ତାଙ୍କ ସାହିତ୍ୟ ସଂକ୍ରାନ୍ତରେ ଦ୍ୱିଦିବସୀୟ ଜାତୀୟ ସେମିନାର ଅନୁଷ୍ଠିତ ହେବ। ଏ ନେଇ ରବିବାର ସାହିତ୍ୟ ଅନୁଷ୍ଠାନ ଅଭିମନ୍ୟୁ ସାହିତ୍ୟ ସଂସଦ, ଘେଁସ ଓ କ୍ରିଷ୍ଣା ବିକାଶ ଶିକ୍ଷାନୁଷ୍ଠାନ, ବରଗଡ ପକ୍ଷରୁ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ଆସନ୍ତା ୨୮ ଓ ୨୯ ତାରିଖ ଦୁଇଦିନ ଧରି ‘ହଳଧର- ସୃଜନ ଆର୍ ଦର୍ଶନ’ ଶୀର୍ଷକରେ ବହୁଭାଷୀ ଜାତୀୟ ସେମିନାର କ୍ରିଷ୍ଣା […] The post ବରଗଡ଼ରେ ହେବ ହଳଧର ନାଗ ଜାତୀୟ ସେମିନାର appeared first on Dharitri Odia News.
ବରଗଡ଼,୨୩।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ରେ ସମ୍ବଲପୁରୀ-କୋଶଲି ଭାଷାର ପ୍ରଥିତଯଶା ଲୋକକବି ପଦ୍ମଶ୍ରୀ ପ୍ରାପ୍ତ ହଳଧର ନାଗ ଓ ତାଙ୍କ ସାହିତ୍ୟ ସଂକ୍ରାନ୍ତରେ ଦ୍ୱିଦିବସୀୟ ଜାତୀୟ ସେମିନାର ଅନୁଷ୍ଠିତ ହେବ। ଏ ନେଇ ରବିବାର ସାହିତ୍ୟ ଅନୁଷ୍ଠାନ ଅଭିମନ୍ୟୁ ସାହିତ୍ୟ ସଂସଦ, ଘେଁସ ଓ କ୍ରିଷ୍ଣା ବିକାଶ ଶିକ୍ଷାନୁଷ୍ଠାନ, ବରଗଡ ପକ୍ଷରୁ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ଆସନ୍ତା ୨୮ ଓ ୨୯ ତାରିଖ ଦୁଇଦିନ ଧରି ‘ହଳଧର- ସୃଜନ ଆର୍ ଦର୍ଶନ’ ଶୀର୍ଷକରେ ବହୁଭାଷୀ ଜାତୀୟ ସେମିନାର କ୍ରିଷ୍ଣା ବିକାଶ ଅଡିଟୋରିୟମରେ ଅନୁଷ୍ଠିତ ହେବ। ଏ ନେଇ ବିକାଶ ଫାଷ୍ଟ ଷ୍ଟେପ୍ ବିଦ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସେମିନାର ଆୟୋଜକ କମିଟି ଅଧ୍ୟକ୍ଷ ତଥା କ୍ରିଷ୍ଣା ବିକାଶର ଚେୟାରମ୍ୟାନ ଡି. ମୁରଲୀକ୍ରିଷ୍ଣା, ଅଭିମନ୍ୟୁ ସାହିତ୍ୟ ସଂସଦ ସଭାପତି ତଥା ସେମିନାର କମିଟିର ସଂଯୋଜକ ସୁଶାନ୍ତ କୁମାର ମିଶ୍ର, ସଂସଦର ବରିଷ୍ଠ ସଦସ୍ୟ ତଥା ସେମିନାର କମିଟି ଆବାହକ ସାହିତି୍ୟକ ଅଶୋକ କୁମାର ପୂଜାହାରୀ, କମିଟି ସଦସ୍ୟ ଡ. ସମରେନ୍ଦ୍ର ପଣ୍ଡା, ଉପଦେଷ୍ଟା ଡ. ସୁବାସ ମେହେର, ନାଟ୍ୟକାର କେଶରଞ୍ଜନ ପଧାନ, ଗବେଷକ ଉତ୍ପନ୍ନ ଭୋଇ, ବିକାଶ ଶିକ୍ଷାନୁଷ୍ଠାନର କାର୍ଯ୍ୟକାରୀ ଅଧ୍ୟକ୍ଷ ଶିଶିର ପ୍ରସାଦ ରାଉଳ, ମାଧ୍ୟମିକ ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷ ଚିତ୍ତରଞ୍ଜନ ପତି, ମାନବ ସମ୍ବଳ ଅଧିକାରୀ ଅଶ୍ୱିନୀ ନାୟକ, ବିକାଶ ଫାଷ୍ଟ ଷ୍ଟେପ୍ ଅଧ୍ୟକ୍ଷା ପୁଷ୍ପଲତା ମହାପାତ୍ର ପ୍ରମୁଖ ଜାତୀୟ ସେମିନାରର ଉପରେ ବିବରଣୀ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନାଟ୍ୟକାର ଅଶୋକ ବହିଦାର, ଦିଲ୍ଲୀପ ଦେବତା, ମାନଭଞ୍ଜନ ପାଣିଗ୍ରାହୀ, ତେଜରୁ ବାରିକ, ତୁଳସୀ ବାରିକ, ସୁବାସ ଭୁଏ, ହରିଲାଳ ସାହୁ, ଉମେଶ ପଧାନ, ରାଜକିଶୋର ବେହେରାଙ୍କ ସମେତ ସଦସ୍ୟମାନେ ଏହି ଅବସରରେ ଉପସ୍ଥିତ ଥିଲେ। ସେମିନାର କାର୍ଯ୍ୟକ୍ରମର ଉଦ୍ଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଯୋଗଦାନ କରିବେ ବୋଲି ସୂଚନା ଦିଆଯାଇଥିଲା। ବରଗଡ ଏମ୍ପି ପ୍ରଦୀପ ପୁରୋହିତ, ବରଗଡ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଭଟଲି ବିଧାୟକ ଇରାସିସ୍ ଆଚାର୍ଯ୍ୟ, ବିଜେପୁର ବିଧାୟକ ସନତ ଗଡତିଆ, ଅତାବିରା ବିଧାୟକ ନିହାର ମହାନନ୍ଦ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିବା କାର୍ଯ୍ୟକ୍ରମ ରହିଛି ବୋଲି ଆୟୋଜକମାନେ କହିଥିଲେ। ହଳଧର ସାହିତ୍ୟ ଉପରେ କାମ କରୁଥିବା ଓଡ଼ିଶା ଓ ଓଡ଼ିଶା ବାହାରୁ ୨୫ଜଣ ଗବେଷକ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟ, ଜାମିଆମିଲ୍ଲା ବିଶ୍ୱବିଦ୍ୟାଳୟ ସମେତ ବିଭିନ୍ନ ବିଶ୍ୱବିଦ୍ୟାଳୟର ପ୍ରଫେସର, ଗବେଷକ ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ଏହି କାର୍ଯ୍ୟକ୍ରମରେ କବି, ସାହିତି୍ୟକ, ସାହିତ୍ୟ ପ୍ରେମୀ, ବୁଦ୍ଧିଜୀବୀ ତଥା ବିଭିନ୍ନ ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଯୋଗଦାନ କରିବାକୁ କମିଟିର କର୍ମକର୍ତ୍ତା ନିବେଦନ କରିଛନ୍ତି ।
The post ବରଗଡ଼ରେ ହେବ ହଳଧର ନାଗ ଜାତୀୟ ସେମିନାର appeared first on Dharitri Odia News.