ବରଗଡ଼ରେ ବନ୍ଦ ବେଳେ ଉତ୍ତେଜନା । ଆନ୍ଦୋଳନକାରୀଙ୍କ ପୁଲିସ ସହ ଧସ୍ତାଧସ୍ତି ।
କନକ ବ୍ୟୁରୋ : ବରଗଡ଼ ବନ୍ଦ ବେଳେ ଉତ୍ତେଜନା । ପୁଲିସ ସହ ଧସ୍ତାଧସ୍ତି ପରେ ଉତ୍ତେଜନା ଦେଖାଦେଇଛି। ମୁଖ୍ୟ ଅଭିଯୁକ୍ତକୁ ଏଯାଏଁ ଧରିପାରିନି ପୁଲିସ । ମୂର୍ମୁଶୁ ଅବସ୍ଥାରେ ଯୁବତୀ ଉଦ୍ଧାର ଘଟଣାରେ ବରଗଡ଼ ପୁଲିସ ଅବହେଳା ଓ ଏହାକୁ ୮ଦିନରୁ ଅଧିକ ବିତି ଯାଇଥିଲେ ମଧ୍ୟ ଏବେ ପର୍ୟ୍ୟନ୍ତ ମୁଖ୍ୟ ଅଭିଯୁକ୍ତକୁ ଧରି ପାରିନାହିଁ ପୁଲିସ, ଏହାର ପ୍ରତିବାଦରେ ବନ୍ଦ ପାଳନ କରାଯାଇଛି । ଏହାକୁ ନେଇ ବରଗଡ଼ରେ ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ବରଗଡର ସଚେତନ ନାଗରିକ ମଞ୍ଚ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି। ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବରଗଡ଼ ବନ୍ଦ ପାଳନ କରାଯାଉଛି। ବରଗଡ଼ରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡ଼ି ଚଳାଚଳ ବି ବନ୍ଦ ରହିଛି। ଅତ୍ୟାବଶ୍ୟକ ଜରୁରୀ ସେବାକୁ ଏହି ବନ୍ଦରୁ ବାଦ୍ ଦିଆଯାଇଛି। ବରଗଡ଼ର ବିଭିନ୍ନ ଛକ ଗୁଡିକରେ ପିକେଟିଂ କରି ରାସ୍ତାରୋକ ମଧ୍ୟ କରାଯାଇଛି। ଫଳରେ ବରଗଡ଼ ରାୟପୁର ଜାତୀୟ ରାଜପଥରେ ଶହଶହ ଗାଡି ମଟର ଅଟକି ରହିଛି । ଟାୟାର୍ ଜାଳି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଖୁବଶୀଘ୍ର ମୁଖ୍ୟ ଅଭିଯୁକ୍ତକୁ ଗିରଫ ସହ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି ବିଭିନ୍ନ ସଙ୍ଗଠନ । ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ବରଗଡ଼ ପୁଲିସ । ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯିବ । ଅଭିଯୁକ୍ତ ରାହୁଲ ଭୋସାଗରକୁ ଅଟକ ରଖିଥିଲା ପୁଲିସ । ଧନୁଯାତ୍ରା ଦିନ ରାହୁଲକୁ ପୀଡ଼ିତା ଯୁବତୀଙ୍

କନକ ବ୍ୟୁରୋ : ବରଗଡ଼ ବନ୍ଦ ବେଳେ ଉତ୍ତେଜନା । ପୁଲିସ ସହ ଧସ୍ତାଧସ୍ତି ପରେ ଉତ୍ତେଜନା ଦେଖାଦେଇଛି। ମୁଖ୍ୟ ଅଭିଯୁକ୍ତକୁ ଏଯାଏଁ ଧରିପାରିନି ପୁଲିସ । ମୂର୍ମୁଶୁ ଅବସ୍ଥାରେ ଯୁବତୀ ଉଦ୍ଧାର ଘଟଣାରେ ବରଗଡ଼ ପୁଲିସ ଅବହେଳା ଓ ଏହାକୁ ୮ଦିନରୁ ଅଧିକ ବିତି ଯାଇଥିଲେ ମଧ୍ୟ ଏବେ ପର୍ୟ୍ୟନ୍ତ ମୁଖ୍ୟ ଅଭିଯୁକ୍ତକୁ ଧରି ପାରିନାହିଁ ପୁଲିସ, ଏହାର ପ୍ରତିବାଦରେ ବନ୍ଦ ପାଳନ କରାଯାଇଛି । ଏହାକୁ ନେଇ ବରଗଡ଼ରେ ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ବରଗଡର ସଚେତନ ନାଗରିକ ମଞ୍ଚ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି। ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବରଗଡ଼ ବନ୍ଦ ପାଳନ କରାଯାଉଛି। ବରଗଡ଼ରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡ଼ି ଚଳାଚଳ ବି ବନ୍ଦ ରହିଛି। ଅତ୍ୟାବଶ୍ୟକ ଜରୁରୀ ସେବାକୁ ଏହି ବନ୍ଦରୁ ବାଦ୍ ଦିଆଯାଇଛି। ବରଗଡ଼ର ବିଭିନ୍ନ ଛକ ଗୁଡିକରେ ପିକେଟିଂ କରି ରାସ୍ତାରୋକ ମଧ୍ୟ କରାଯାଇଛି। ଫଳରେ ବରଗଡ଼ ରାୟପୁର ଜାତୀୟ ରାଜପଥରେ ଶହଶହ ଗାଡି ମଟର ଅଟକି ରହିଛି । ଟାୟାର୍ ଜାଳି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଖୁବଶୀଘ୍ର ମୁଖ୍ୟ ଅଭିଯୁକ୍ତକୁ ଗିରଫ ସହ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି ବିଭିନ୍ନ ସଙ୍ଗଠନ । ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ବରଗଡ଼ ପୁଲିସ । ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯିବ । ଅଭିଯୁକ୍ତ ରାହୁଲ ଭୋସାଗରକୁ ଅଟକ ରଖିଥିଲା ପୁଲିସ । ଧନୁଯାତ୍ରା ଦିନ ରାହୁଲକୁ ପୀଡ଼ିତା ଯୁବତୀଙ୍କ ସହ ଦେଖାଯାଇଥିଲା । ଯୁବତୀଙ୍କ ସହ ରାହୁଲ ମଲକୁ ମଧ୍ୟ ଯାଇଥିବା ସିସିଟିଭି ଫୁଟେଜରେ ସ୍ପଷ୍ଟ ହୋଇଛି । ଅଭିଯୁକ୍ତ ବରଗଡ଼ ବ୍ଲକ ଖଣ୍ଡହତକ୍ଷ ମାଲିପାଲି ଗାଁର ହୋଇଥିବା ପୁଲିସ ସୂଚନା ଦେଇଛି । ଏହାସହ ଗିରଫଦାରି ସଂଖ୍ୟା ୪କୁ ବୃଦ୍ଧି ପାଇଛି ।