ଦିଲଜିତ୍ ଦୋସାଞ୍ଜ ବିବାହିତ ! ଆମେରିକାରେ ରୁହନ୍ତି ପତ୍ନୀ ଏବଂ ପୁଅ

diljit-dosanjh-is-marriedମୁମ୍ଵାଇ ୧୦।୦୪: ଜଣାଶୁଣା ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜ । ଏହି ଦିନ ତାଙ୍କ ଚଳଚ୍ଚିତ୍ର 'କ୍ରୁ' ପାଇଁ ଚର୍ଚ୍ଚାରେ ଅଛନ୍ତି ।ବର୍ତ୍ତମାନ ସେ ବୃତ୍ତିଗତ ପାଇଁ ନୁହେଁ ବରଂ ବ୍ୟକ୍ତିଗତ ଜୀବନ ପାଇଁ ଲାଇମ୍ ଲାଇଟକୁ ଆସିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଶଂସକମାନେ ଜାଣିଥିଲେ ଯେ ଦିଲଜିତ୍ ୪୦ ବର୍ଷ ବୟସରେ ଅବିବାହିତ। କିନ୍ତୁ ଏବେ ତାଙ୍କ ବିଷୟରେ ଏଭଳି ଖବର ଆସୁଛି। ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଗଣମାଧ୍ୟମ ରିପୋର୍ଟରେ ଦାବି ହେଉଛି ଯେ ଦିଲଜିତ ବିବାହିତ। କେବଳ ଏତିକି ନୁହେଁ ତାଙ୍କ ପତ୍ନୀ ଏବଂ ପିଲାଙ୍କ ସହ ଜଡିତ ସମସ୍ତ ତଥ୍ୟ ମଧ୍ୟ ଲିକ୍ ହୋଇଛି। କୁହାଯାଇଛି କି ଦିଲଜିତ ତାଙ୍କ ପରିବାରକୁ ଗୁପ୍ତରେ ରଖିଛନ୍ତି। ଏହି ସମସ୍ତ ଦାବି ଦିଲଜିତଙ୍କ ଜଣେ ବନ୍ଧୁ କରିଛନ୍ତି।ଦିଲଜିତ ଦୋସାଞ୍ଜ ତାଙ୍କ ବ୍ୟକ୍ତିଗତ ଜୀବନକୁ ଲାଇମଲାଇଟ୍ ଠାରୁ ଦୂରରେ ରଖିବାକୁ ପସନ୍ଦ କରନ୍ତି । ଏହି ସମୟରେ ଦିଲଜିତଙ୍କ ବନ୍ଧୁ ତାଙ୍କ ପତ୍ନୀ ଏବଂ ପିଲାମାନଙ୍କ ବିଷୟରେ ଇଣ୍ଡିଆନ ଏକ୍ସପ୍ରେସକୁ କହିଛନ୍ତି। ଏହି ବନ୍ଧୁ 'ଚମକିଲା' ତାରକା ବିଷୟରେ ପ୍ରକାଶ କରିଛନ୍ତି ଯେ ଦିଲଜିତ୍ ବର୍ଷେ ପୂର୍ବରୁ ବିବାହ କରିସାରିଛନ୍ତି। ତାଙ୍କ ପତ୍ନୀ ବିଦେଶରେ ରୁହନ୍ତି ଏବଂ ସେ ଭାରତୀୟ-ଆମେରିକୀୟ । ବନ୍ଧୁ କହିଛନ୍ତି ଯେ ଦିଲଜିତଙ୍କର ମଧ୍ୟ ଏକ ପୁଅ ଅଛି । ଯିଏ ତାଙ୍କ ମା ସହିତ ଆମେରିକାରେ ରୁହନ୍ତି। ଦିଲ

ଦିଲଜିତ୍ ଦୋସାଞ୍ଜ ବିବାହିତ ! ଆମେରିକାରେ ରୁହନ୍ତି ପତ୍ନୀ ଏବଂ ପୁଅ

diljit-dosanjh-is-marriedମୁମ୍ଵାଇ ୧୦।୦୪: ଜଣାଶୁଣା ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜ । ଏହି ଦିନ ତାଙ୍କ ଚଳଚ୍ଚିତ୍ର 'କ୍ରୁ' ପାଇଁ ଚର୍ଚ୍ଚାରେ ଅଛନ୍ତି ।ବର୍ତ୍ତମାନ ସେ ବୃତ୍ତିଗତ ପାଇଁ ନୁହେଁ ବରଂ ବ୍ୟକ୍ତିଗତ ଜୀବନ ପାଇଁ ଲାଇମ୍ ଲାଇଟକୁ ଆସିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଶଂସକମାନେ ଜାଣିଥିଲେ ଯେ ଦିଲଜିତ୍ ୪୦ ବର୍ଷ ବୟସରେ ଅବିବାହିତ। କିନ୍ତୁ ଏବେ ତାଙ୍କ ବିଷୟରେ ଏଭଳି ଖବର ଆସୁଛି। ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଗଣମାଧ୍ୟମ ରିପୋର୍ଟରେ ଦାବି ହେଉଛି ଯେ ଦିଲଜିତ ବିବାହିତ। କେବଳ ଏତିକି ନୁହେଁ ତାଙ୍କ ପତ୍ନୀ ଏବଂ ପିଲାଙ୍କ ସହ ଜଡିତ ସମସ୍ତ ତଥ୍ୟ ମଧ୍ୟ ଲିକ୍ ହୋଇଛି। କୁହାଯାଇଛି କି ଦିଲଜିତ ତାଙ୍କ ପରିବାରକୁ ଗୁପ୍ତରେ ରଖିଛନ୍ତି। ଏହି ସମସ୍ତ ଦାବି ଦିଲଜିତଙ୍କ ଜଣେ ବନ୍ଧୁ କରିଛନ୍ତି।

ଦିଲଜିତ ଦୋସାଞ୍ଜ ତାଙ୍କ ବ୍ୟକ୍ତିଗତ ଜୀବନକୁ ଲାଇମଲାଇଟ୍ ଠାରୁ ଦୂରରେ ରଖିବାକୁ ପସନ୍ଦ କରନ୍ତି । ଏହି ସମୟରେ ଦିଲଜିତଙ୍କ ବନ୍ଧୁ ତାଙ୍କ ପତ୍ନୀ ଏବଂ ପିଲାମାନଙ୍କ ବିଷୟରେ ଇଣ୍ଡିଆନ ଏକ୍ସପ୍ରେସକୁ କହିଛନ୍ତି। ଏହି ବନ୍ଧୁ 'ଚମକିଲା' ତାରକା ବିଷୟରେ ପ୍ରକାଶ କରିଛନ୍ତି ଯେ ଦିଲଜିତ୍ ବର୍ଷେ ପୂର୍ବରୁ ବିବାହ କରିସାରିଛନ୍ତି। ତାଙ୍କ ପତ୍ନୀ ବିଦେଶରେ ରୁହନ୍ତି ଏବଂ ସେ ଭାରତୀୟ-ଆମେରିକୀୟ । ବନ୍ଧୁ କହିଛନ୍ତି ଯେ ଦିଲଜିତଙ୍କର ମଧ୍ୟ ଏକ ପୁଅ ଅଛି । ଯିଏ ତାଙ୍କ ମା ସହିତ ଆମେରିକାରେ ରୁହନ୍ତି। ଦିଲଜିତଙ୍କ ପିତାମାତାଙ୍କ ସହ ଲୁଧିଆନାରେ ରୁହନ୍ତି। ଏହି ସମଗ୍ର ପ୍ରସଙ୍ଗରେ ଦିଲଜିତଙ୍କ ପ୍ରତିକ୍ରିୟା ଏପର୍ଯ୍ୟନ୍ତ ଆସିନାହିଁ।

କହିବାକୁ ଗଲେ ଦିଲଜିତ୍ ୧୬ ବର୍ଷ ବୟସରୁ କାର୍ଯ୍ୟ କରିଆସୁଛନ୍ତି ଏବଂ ସେ ପ୍ରଥମେ ଲୁଧିଆନାରେ ଏକ ରେକର୍ଡିଂ କମ୍ପାନୀ ସହିତ କାମ କରିଥିଲେ । ଯେତେବେଳେ ତାଙ୍କୁ ୧୭ ବର୍ଷ ହୋଇଥିଲା, ସେ ଏକ ସୋ ପାଇଁ ୫୦ ହଜାର ଟଙ୍କା ଚାର୍ଜ କରିବା ଆରମ୍ଭ କରିଥିଲେ। ନିକଟରେ 'ଚମକିଲା' ଚଳଚ୍ଚିତ୍ର ନଜର ଆସିବେ। ଏହି ଚଳଚ୍ଚିତ୍ର ୧୨ ଏପ୍ରିଲରେ ମୁକ୍ତିଲାଭ କରିବ ।