ବରପାଲି ବ୍ଲକ ସ୍ତରୀୟ ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ କ୍ରୀଡା ପ୍ରତିଯୋଗିତା
ବରପାଲି:ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଲେଣ୍ଡାଠାରେ ବରପାଲି ବ୍ଲକ ସ୍ତରୀୟ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି।ଉଦଘାଟନୀ ଉତ୍ସବରେ ବ୍ଲକ ଶିକ୍ଷା ଧିକାରୀ ମୁକୁନ୍ଦ ମହରା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ନିବେଦିତା ସ୍ୱାଇଁ ବ୍ଲକ ସହକାରୀ ଶିକ୍ଷାଧିକାରୀ ଦୁର୍ଯ୍ୟୋଧନ ସିଂ ସମ୍ମାନିତ ଅତିଥି ଭାବରେ ଅଂଶଗ୍ରହଣ କରିଛଥିଲେ।ମୁକୁନ୍ଦ ମେହେର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ବରପାଲି ବ୍ଲକର ସମସ୍ତ କ୍ରୀଡା ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କ ସହାୟତାରେ ବ୍ଲକର ଭିନ୍ନକ୍ଷମ ଛାତ୍ର ଛାତ୍ରୀ ଙ୍କୁ ନେଇ ଲମ୍ବ ଦୌଡ, […] The post ବରପାଲି ବ୍ଲକ ସ୍ତରୀୟ ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ କ୍ରୀଡା ପ୍ରତିଯୋଗିତା appeared first on Odisha.News.

ବରପାଲି:ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଲେଣ୍ଡାଠାରେ ବରପାଲି ବ୍ଲକ ସ୍ତରୀୟ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି।ଉଦଘାଟନୀ ଉତ୍ସବରେ ବ୍ଲକ ଶିକ୍ଷା ଧିକାରୀ ମୁକୁନ୍ଦ ମହରା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ନିବେଦିତା ସ୍ୱାଇଁ ବ୍ଲକ ସହକାରୀ ଶିକ୍ଷାଧିକାରୀ ଦୁର୍ଯ୍ୟୋଧନ ସିଂ ସମ୍ମାନିତ ଅତିଥି ଭାବରେ ଅଂଶଗ୍ରହଣ କରିଛଥିଲେ।ମୁକୁନ୍ଦ ମେହେର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ବରପାଲି ବ୍ଲକର ସମସ୍ତ କ୍ରୀଡା ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କ ସହାୟତାରେ ବ୍ଲକର ଭିନ୍ନକ୍ଷମ ଛାତ୍ର ଛାତ୍ରୀ ଙ୍କୁ ନେଇ ଲମ୍ବ ଦୌଡ, ବଲ ଥ୍ରୋ,ମ୍ୟୁଜିକ ଚେୟାର, ପାଟିରେ ଚାମଚ ଓ ଗୋଲି ଧରି ବାଲାନ୍ସ ରେସ୍ ଇତ୍ୟାଦି ପ୍ରତିଯୋଗିତା ଗୁଡିକ ବରିଷ୍ଠ ଓ କନିଷ୍ଠ ବର୍ଗରେ ସମ୍ପାଦନ କରାଯାଇଛି।ଉଦଯାପନ ଉତ୍ସବରେ ବରପାଲି ବ୍ଲକ ଶିକ୍ଷାଧିକାରୀ ମୁକୁନ୍ଦ ମହରା, ବ୍ଲକ ସହକାରୀ ଶିକ୍ଷା ଧିକାରୀ ରତ୍ନକୁମାର ଭୋଇ ଓ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଲେଣ୍ଡା ର ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ସ୍ୱାଇଁ ଉପସ୍ଥିତ ରହି କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।ଶେଷରେ ଶ୍ରୀ ମୁକୁନ୍ଦ ମେହେର ବିଆରଟି ,ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
The post ବରପାଲି ବ୍ଲକ ସ୍ତରୀୟ ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ କ୍ରୀଡା ପ୍ରତିଯୋଗିତା appeared first on Odisha.News.