ରାମ ପୂଜନ ଓ ହନୁମାନ ଚାଳିଶା ପଠନ ଅନୁଷ୍ଠିତ

ସମ୍ବଲପୁର(ପଡ଼ିଆବାହାଲ):ବାହାମ ପଞ୍ଚାୟତ ଖଲିଆପାଲି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ରାମ ପୂଜନ ଓ ହନୁମାନ ଚାଲିଶା ଅନୁଷ୍ଠିତ ହୋଇଥିଲା।ସର୍ବଶ୍ରୀ ପଣ୍ଡିତ ସୁଦୀପ୍ତ ନାୟକ,ବିଦ୍ୟାଭୂଷଣ ନାୟକ,ହରେଷ ମିଶ୍ର ଏବଂ ଅଜୟ ନାୟକଙ୍କ ପୌରହିତ୍ୟରେ ଓ ସପତ୍ନୀକ ସଂଜୀବ ଓ ମଞ୍ଜୁଷା ପଣ୍ଡାଙ୍କ କର୍ତୃତ୍ୱରେ ରାମ ପୂଜନ, ହନୁମାନ ଚାଳିଶା ପାଠ, ସୁନ୍ଦରାକାଣ୍ଡ ହବନ ପାଠ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା l ଏଥିରେ ପଣ୍ଡିତ ମହେଶ୍ୱର ନାୟକ ଉପସ୍ଥିତ ଥିବା ବେଳେ ଗୋପାଳ ମଣି […] The post ରାମ ପୂଜନ ଓ ହନୁମାନ ଚାଳିଶା ପଠନ ଅନୁଷ୍ଠିତ appeared first on Odisha.News.

ରାମ ପୂଜନ ଓ ହନୁମାନ ଚାଳିଶା ପଠନ ଅନୁଷ୍ଠିତ

ସମ୍ବଲପୁର(ପଡ଼ିଆବାହାଲ):ବାହାମ ପଞ୍ଚାୟତ ଖଲିଆପାଲି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ରାମ ପୂଜନ ଓ ହନୁମାନ ଚାଲିଶା ଅନୁଷ୍ଠିତ ହୋଇଥିଲା।ସର୍ବଶ୍ରୀ ପଣ୍ଡିତ ସୁଦୀପ୍ତ ନାୟକ,ବିଦ୍ୟାଭୂଷଣ ନାୟକ,ହରେଷ ମିଶ୍ର ଏବଂ ଅଜୟ ନାୟକଙ୍କ ପୌରହିତ୍ୟରେ ଓ ସପତ୍ନୀକ ସଂଜୀବ ଓ ମଞ୍ଜୁଷା ପଣ୍ଡାଙ୍କ କର୍ତୃତ୍ୱରେ ରାମ ପୂଜନ, ହନୁମାନ ଚାଳିଶା ପାଠ, ସୁନ୍ଦରାକାଣ୍ଡ ହବନ ପାଠ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା l ଏଥିରେ ପଣ୍ଡିତ ମହେଶ୍ୱର ନାୟକ ଉପସ୍ଥିତ ଥିବା ବେଳେ ଗୋପାଳ ମଣି ମିଶ୍ର ବ୍ୟାସ ରୂପେ ସୁନ୍ଦରକାଣ୍ଡ ପଠନ ଓ ହନୁମାନ ଚାଳିଶା ପାଠ କରିଥିଲେ।ଗ୍ରାମର ପ୍ରତି ଘର ଦୁଆରରେ ଝୋଟି ସହ ପୂର୍ଣ୍ଣ କୁମ୍ଭ ଓ ଦୀପ ପ୍ରଜ୍ବଳନ କରି ଥିଲେ lଖଲିଆପାଲି ଗ୍ରାମର ସଂକୀର୍ତନ ଦଳ ନାଭିଦୈତ୍ୟ ଥପାଙ୍କ ଗାୟକତ୍ୱରେ ମଧ୍ଯରାତ୍ରି ଯାଏ ଭଜନ କୀର୍ତ୍ତନ କରିଥିଲେ l ଆୟୋଜିତ ଉତ୍ସବରେ ବିଜେପିର ବରିଷ୍ଟ ନେତା ଗୋବିନ୍ଦ ଅଗ୍ରୱାଲ,ହିନ୍ଦୁ ଏକତା ମଞ୍ଚ ଯୁଯୋମୁରା ବ୍ଲକ ସଭାପତି ଦୁଷ୍ମନ୍ତ ମହାପାତ୍ର, ମହାଲକ୍ଷ୍ମୀ ବ୍ୟବସାୟୀ ସଙ୍ଘ ପୂର୍ବତନ ସଭାପତି ବିଜୟ କୁମାର ନାୟକ, ପଡ଼ିଆବାହାଲ ଦୁର୍ଗାପୂଜା କମିଟିର ଅନ୍ୟତମ ଉପଦେଷ୍ଟା ରବିନାରାୟଣ ବେହେରା, ସମାଜସେବୀ ଡା ରାଜାରାମ ଷଡ଼ଙ୍ଗୀ ପ୍ରମୁଖ ବହୁ ଗଣ୍ୟ ମାନ୍ୟ ବ୍ୟକ୍ତି ଉତ୍ସବରେ ଯୋଗଦେଇ ଥିଲେ l ସର୍ବ ଶେଷରେ ଗ୍ରାମବାସୀ ଓ ଭକ୍ତ ଶ୍ରଦ୍ଧାଳୁଙ୍କୁ ଅର୍ନ ପ୍ରସାଦରେ ଆପ୍ୟାୟିତ କରାଯାଇଥିଲା l

The post ରାମ ପୂଜନ ଓ ହନୁମାନ ଚାଳିଶା ପଠନ ଅନୁଷ୍ଠିତ appeared first on Odisha.News.