ବରପାଲିରେ ଶ୍ୟାମା ସଙ୍ଗୀତ ବିଦ୍ୟାଳୟ ଉଦଘାଟିତ
ବରଗଡ଼: ବରଗଡ ଜିଲ୍ଲା ବରପାଲିର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଶ୍ୟାମା ମ୍ୟୁଜିକାଲସ୍ ପକ୍ଷରୁ ଶ୍ୟାମା ସଙ୍ଗୀତ ବିଦ୍ୟାଳୟ ଉଦଘାଟିତ ହୋଇଛି। ଏହି ଅବସରରେ କ୍ଲବ ପରିସରରେ ମାଆ ସରସ୍ଵତୀଙ୍କ ପୂଜାର୍ଚ୍ଚନା ପରେ ଅନୁଷ୍ଠାନର ସଭାପତି ଅଶୋକ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଉଦଘାଟକ ବିଶିଷ୍ଟ କଳାକାର ଗବେଷକ ଡକ୍ଟର ଘାସିରାମ ମିଶ୍ର ଯୋଗଦେଇ ଥିବା ବେଳେ ବଲାଙ୍ଗୀର ପଞ୍ଚମ ସଙ୍ଗୀତ ବିଦ୍ୟାଳୟର ଅଧକ୍ଷ ଗୁରୁ ମୂରଲୀ ପତି ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ। ପରମାନନ୍ଦ […] The post ବରପାଲିରେ ଶ୍ୟାମା ସଙ୍ଗୀତ ବିଦ୍ୟାଳୟ ଉଦଘାଟିତ appeared first on Odisha.News.

ବରଗଡ଼: ବରଗଡ ଜିଲ୍ଲା ବରପାଲିର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଶ୍ୟାମା ମ୍ୟୁଜିକାଲସ୍ ପକ୍ଷରୁ ଶ୍ୟାମା ସଙ୍ଗୀତ ବିଦ୍ୟାଳୟ ଉଦଘାଟିତ ହୋଇଛି। ଏହି ଅବସରରେ କ୍ଲବ ପରିସରରେ ମାଆ ସରସ୍ଵତୀଙ୍କ ପୂଜାର୍ଚ୍ଚନା ପରେ ଅନୁଷ୍ଠାନର ସଭାପତି ଅଶୋକ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଉଦଘାଟକ ବିଶିଷ୍ଟ କଳାକାର ଗବେଷକ ଡକ୍ଟର ଘାସିରାମ ମିଶ୍ର ଯୋଗଦେଇ ଥିବା ବେଳେ ବଲାଙ୍ଗୀର ପଞ୍ଚମ ସଙ୍ଗୀତ ବିଦ୍ୟାଳୟର ଅଧକ୍ଷ ଗୁରୁ ମୂରଲୀ ପତି ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ। ପରମାନନ୍ଦ ସ୍ୱାଇଁ, ସଙ୍ଗୀତ ଶିକ୍ଷକ ପଦ୍ମଲୋଚନ ଦାଶ, ନୃତ୍ୟ ଶିକ୍ଷକ ବିଶ୍ଵମୋହନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଦ୍ଵୀପ ପ୍ରଜ୍ବଳନ ପରେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦକ ବାଲକିଶୋର ଖାଡଙ୍ଗା ଉତ୍ସବରେ ସଂଯୋଜନା କରିଥିବା ବେଳେ ଉପସଭାପତି ଗୋକୁଳାନନ୍ଦ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଛାତ୍ରୀମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା। ବରପାଲିରେ ସଙ୍ଗୀତ ବିଦ୍ୟାଳୟର ଅଭାବ ଦୂର ହୋଇପାରିବ ବୋଲି ଅଭିଭାବକ ମହଲରେ ଆନନ୍ଦ ପରିଲକ୍ଷିତ ହେଉଛି।
The post ବରପାଲିରେ ଶ୍ୟାମା ସଙ୍ଗୀତ ବିଦ୍ୟାଳୟ ଉଦଘାଟିତ appeared first on Odisha.News.