ବରମୁଣ୍ଡା ବସଷ୍ଟାଣ୍ଡରୁ ମହିଳାଙ୍କ ମୃତଦେହ ଉଦ୍ଧାର,ହତ୍ୟା ସନ୍ଦେହରେ ତଦନ୍ତ ଆରମ୍ଭ
ବରମୁଣ୍ଡା ବସଷ୍ଟାଣ୍ଡରୁ ମହିଳାଙ୍କ ମୃତଦେହ ଉଦ୍ଧାର । ହତ୍ୟା ସନ୍ଦେହରେ ତଦନ୍ତ ଆରମ୍ଭ କଲା ପୋଲିସ୍ । ମହିଳା ଜଣକ ଗଞ୍ଜାମ ଜିଲ୍ଲା ସୋରଡ଼ା ଅଞ୍ଚଳର ସୂଚନା
ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡରୁ ମହିଳାଙ୍କ ମୃତଦେହ ଉଦ୍ଧାର। ଗତକାଲି ରାତିରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। କେହି ହତ୍ୟା କରି ଏଠି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। କିଛି ଯାତ୍ରୀ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ମୁତାବକ, ମହିଳା ଜଣକ ଗଞ୍ଜାମ ଜିଲ୍ଲା ସୋରଡ଼ା ଅଞ୍ଚଳରେ। ଗତକାଲି ରାତିରେ ବସରେ ସୋରଡ଼ା ଯିବାକୁ ସେ ଓ ଅନ୍ୟ ଜଣେ ଯୁବକ ଟିକେଟ୍ କାଟିଥିବା ସୂଚନା ମିଳିଛି। ତେବେ ମହିଳା ଜଣକ କିଏ, ସେ ନେଇ ପରିଚୟ ଖୋଜୁଛି ପୋଲିସ୍ ।