ବରଯାତ୍ରୀ ଗାଡ଼ି ଓଲଟି ୨ ମୃତ

ଜୟପୁର: ବରଯାତ୍ରୀ ଗାଡ଼ି ଓଲଟି ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ଜଣ ଗୁରୁତର ହୋଇଛନ୍ତି । ଜୟପୁର ବୋରିଗୁମ୍ମା ନିକଟ... The post ବରଯାତ୍ରୀ ଗାଡ଼ି ଓଲଟି ୨ ମୃତ appeared first on .

ବରଯାତ୍ରୀ ଗାଡ଼ି ଓଲଟି ୨ ମୃତ

ଜୟପୁର: ବରଯାତ୍ରୀ ଗାଡ଼ି ଓଲଟି ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ଜଣ ଗୁରୁତର ହୋଇଛନ୍ତି । ଜୟପୁର ବୋରିଗୁମ୍ମା ନିକଟ କାଳିଆଗୁଡ଼ା ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବୋରିଗୁମ୍ମା ଥାନା ୨୬ନମ୍ବର ଜାତୀୟ ରାଜପଥ ଚାଲାନ ଗୁଡା ଏବଂ କମରା  ମଝିରେ ଥିବା ଭାରତ ମାଳା ଓଭର ବ୍ରିଜକୁ ବାରଯାତ୍ରୀ ଗାଡିଟି ଧକ୍ସା ଦେଇ ଓଲଟି ପଡିଥିଲା।ଖବର ପାଇ ବୋରିଗୁମ୍ମା ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଗାଡି ଭିତରୁ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି।ଗାଡିରେ ଥିବା ବର ସମେତ ୧୨ଜଣକୁ ଆମ୍ବୁଲାନ୍ସ ଯୋଗେ ବୋରିଗୁମ୍ମା ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିବା ଜଣା ପଡ଼ିଛି। ବୋରିଗୁମ୍ମା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ବରଯାତ୍ରୀ ଟାଟା ସଵାରୀ ଗାଡିଟି ନାରାୟଣ ପାଟଣାଠାରୁ ଉମରକୋଟ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

The post ବରଯାତ୍ରୀ ଗାଡ଼ି ଓଲଟି ୨ ମୃତ appeared first on .