ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଦୁଇ ମୃତ ୧୨ ଆହତ
ବୋରିଗୁମ୍ମା: ବରଯାତ୍ରୀ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇ ଦୁଇ ଜଣକ ମୃତ୍ୟୁ ହୋଇଥିବାବେଳେ ୧୨ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ରହିଛନ୍ତି ବର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କାମରା ନିକଟରେ। ସୂଚନା ଅନୁଯାୟୀ, ନାରାୟଣ ପାଟଣା ଅଞ୍ଚଳ ଉମରକୋଟ ବିବାହ କାର୍ଯ୍ୟକ୍ରମ ରହିଥିଲା। ସନ୍ଧ୍ୟାରେ ବରଯାତ୍ରୀ ବିବାହ ପାଇଁ ବାହାରିଥିଲା। ମାତ୍ର ବର ସହ ଥିବା ୧୪ ଜଣ ବରଯାତ୍ରୀଙ୍କ ଗାଡ଼ି ବୋରିଗୁମ୍ମା କାମରା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଘଟଣାସ୍ଥଳରେ ଦୁଇ ଜଣକ ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କ ମଧ୍ୟ ବର ମଧ୍ୟ ରହିଛନ୍ତି। ତେବେ ସମସ୍ତ ଆହତଙ୍କୁ ବୋରିଗୁମ୍ମା ମେଡିକାଲରେ ଭର୍ତ୍ତି କରାଯାଇଛି। You Can Read: ରାସ୍ତା କଡ଼କୁ ଓଲଟିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ୧୦୦ ଯାତ୍ରୀ The post ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଦୁଇ ମୃତ ୧୨ ଆହତ appeared first on Prameya News7.
ବୋରିଗୁମ୍ମା: ବରଯାତ୍ରୀ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇ ଦୁଇ ଜଣକ ମୃତ୍ୟୁ ହୋଇଥିବାବେଳେ ୧୨ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ରହିଛନ୍ତି ବର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କାମରା ନିକଟରେ।
ସୂଚନା ଅନୁଯାୟୀ, ନାରାୟଣ ପାଟଣା ଅଞ୍ଚଳ ଉମରକୋଟ ବିବାହ କାର୍ଯ୍ୟକ୍ରମ ରହିଥିଲା। ସନ୍ଧ୍ୟାରେ ବରଯାତ୍ରୀ ବିବାହ ପାଇଁ ବାହାରିଥିଲା। ମାତ୍ର ବର ସହ ଥିବା ୧୪ ଜଣ ବରଯାତ୍ରୀଙ୍କ ଗାଡ଼ି ବୋରିଗୁମ୍ମା କାମରା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଘଟଣାସ୍ଥଳରେ ଦୁଇ ଜଣକ ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କ ମଧ୍ୟ ବର ମଧ୍ୟ ରହିଛନ୍ତି। ତେବେ ସମସ୍ତ ଆହତଙ୍କୁ ବୋରିଗୁମ୍ମା ମେଡିକାଲରେ ଭର୍ତ୍ତି କରାଯାଇଛି।
You Can Read: ରାସ୍ତା କଡ଼କୁ ଓଲଟିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ୧୦୦ ଯାତ୍ରୀ
The post ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଦୁଇ ମୃତ ୧୨ ଆହତ appeared first on Prameya News7.