ବରଯାତ୍ରୀଙ୍କ ପାଇଁ ମାଛ-ମାଂସ ନ କରିବାରୁ କନ୍ୟା ପକ୍ଷଙ୍କୁ ପିଟିଲେ ବର ପରିବାର, ଭାଙ୍ଗିଲା ବାହାଘର
ନୂଆଦିଲ୍ଲୀ, ୧୩।୭: ବରଣମାଳା ଦିଆନିଆ ସାରିଥିଲା, ହେଲେ ବରଯାତ୍ରୀଙ୍କ ପାଇଁ ମାଛ-ମାଂସ ନ କରିବାରୁ ବାହାଘର ଭାଙ୍ଗିଦେଲେ ବରପକ୍ଷ। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଉତ୍ତରପ୍ରଦଶରେ। ଖବର ଅନୁଯାୟୀ ବରଯାତ୍ରୀନଙ୍କ ପାଇଁ ପୁଲାଓ, ପନିର ଏବଂ ନାନା ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା ଏବଂ ଲକ୍ଷ ଲକ୍ଷ ଟଙ୍କା ଯୌତୁକ ପ୍ରଦାନ କରାଯାଇଥିଲା, କିନ୍ତୁ ଦୁଇଟି ଜିନିଷ ନ ଥିଲା ମାଛ ଏବଂ ମାଂସ। ଯାହାକୁ ନେଇ ବର ଏବଂ ତାଙ୍କ ସମ୍ପର୍କୀୟଙ୍କୁ ଏତେ ରାଗିଗଲେ […] The post ବରଯାତ୍ରୀଙ୍କ ପାଇଁ ମାଛ-ମାଂସ ନ କରିବାରୁ କନ୍ୟା ପକ୍ଷଙ୍କୁ ପିଟିଲେ ବର ପରିବାର, ଭାଙ୍ଗିଲା ବାହାଘର appeared first on Dharitri Odia News.
ନୂଆଦିଲ୍ଲୀ, ୧୩।୭: ବରଣମାଳା ଦିଆନିଆ ସାରିଥିଲା, ହେଲେ ବରଯାତ୍ରୀଙ୍କ ପାଇଁ ମାଛ-ମାଂସ ନ କରିବାରୁ ବାହାଘର ଭାଙ୍ଗିଦେଲେ ବରପକ୍ଷ। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଉତ୍ତରପ୍ରଦଶରେ। ଖବର ଅନୁଯାୟୀ ବରଯାତ୍ରୀନଙ୍କ ପାଇଁ ପୁଲାଓ, ପନିର ଏବଂ ନାନା ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା ଏବଂ ଲକ୍ଷ ଲକ୍ଷ ଟଙ୍କା ଯୌତୁକ ପ୍ରଦାନ କରାଯାଇଥିଲା, କିନ୍ତୁ ଦୁଇଟି ଜିନିଷ ନ ଥିଲା ମାଛ ଏବଂ ମାଂସ। ଯାହାକୁ ନେଇ ବର ଏବଂ ତାଙ୍କ ସମ୍ପର୍କୀୟଙ୍କୁ ଏତେ ରାଗିଗଲେ ଯେ ସେମାନେ ବରର ପରିବାରକୁ ମାଡ ମାରିବା ଆରମ୍ଭ କରିଦେଲେ, ଏପରିକି ବାଡ଼ିରେ ପିଟିଲେ।
ଏଭଳି ପରିସ୍ଥିତିରେ ବାହାଘରକୁ ବନ୍ଦ କରି ଦିଆଯାଇଥିଲା ଏବଂ ବର ଘଟଣାସ୍ଥଳ ଛାଡି ପଳାଇଥିଲେ। ଏହା ପରେ କନ୍ୟା ପରିବାର ପୋଲିସ ନିକଟରେ ବାର ପକ୍ଷ ଆକ୍ରମଣ କରିଥିବା ଓ ଯୌତୁକ ନେଇଥିବା ଅଭିଯୋଗ କରିଛନ୍ତି।
ଗୁରୁବାର ଅଭିଷେକ ଶର୍ମା ଦୀନେଶ ଶର୍ମାଙ୍କ ଝିଅ ସୁଷମାଙ୍କୁ ବିବାହ କରିବା ପାଇଁ ଦେଓରିଆ ଜିଲାର ଆନନ୍ଦ ନାଗ ଗ୍ରାମକୁ ଏକ ‘ବାରାତି’ (ବିବାହ ଶୋଭାଯାତ୍ରା) ର ନେଇ ଯାଇଥିଲେ। ସବୁକିଛି ଯୋଜନା ମୁତାବକ ଚାଲିଥିଲା ଏପରିକି ବରମାଳା ମଧ୍ୟ ଦିଆନିଆ ସାରିଥିଲା, ତେବେ ଏତିକିବେଳେ ବର କହିଥିଲା ଯେ, ଏହା କୌଣସି ଶାକାହାରୀ ଭୋଜି ନୁହେଁ।
ଏହାପରେ ବର, ତାଙ୍କ ପିତା ସୁରେନ୍ଦ୍ର ଶର୍ମା ଏବଂ ଅନ୍ୟମାନେ ମାଛ, ମାଂସ ନଥିବାରୁ ଅଶାଳୀନ ଭାଷା ବ୍ୟବହାର କରିବା ଆରମ୍ଭ କଲେ। ମୁଁ ଯେତେବେଳେ ଆପତ୍ତି କଲି, ଅଭିଷେକ ଶର୍ମା, ସୁରେନ୍ଦ୍ର ଶର୍ମା, ରାମପ୍ରକାଶ ଶର୍ମା, ରାଜକୁମାର ଏବଂ କିଛି ଅଜ୍ଞାତ ବ୍ୟକ୍ତି ମୋ ପରିବାରକୁ ବାଡ଼ିରେ ପିଟିବା ଆରମ୍ଭ କରିଥିଲେ ବୋଲି ବରର ପିତା ହିନ୍ଦୀରେ ପୋଲିସ ଅଭିଯୋଗରେ କହିଛନ୍ତି।
ଅଭିଯୋଗରେ ଆହୁରି ମଧ୍ୟ କୁହାଯାଇଛି ଯେ ପ୍ରାୟ ଲକ୍ଷ ୪.୫ଟଙ୍କା ଯୌତୁକ ରୂପେ ଦିଆଯାଇଛି। ଦୀନେଶ ଶର୍ମା ଅଭିଯୋଗରେ କହିଛନ୍ତି, “ସୁରେନ୍ଦ୍ର ଶର୍ମାଙ୍କ ପୁଅ ଅଭିଷେକ ଶର୍ମାଙ୍କୁ ଏକ କାର କିଣିବା ପାଇଁ ମୁଁ ୪.୫ ଲକ୍ଷ ଟଙ୍କା ଦେଇଛି। ଏକ ତିଲକ ସେଟ୍ ଏବଂ ଦୁଇଟି ସୁନା ମୁଦି (ମୂଲ୍ୟ ୨୦,୦୦୦) ମଧ୍ୟ ଦିଆଯାଇଛି।”
The post ବରଯାତ୍ରୀଙ୍କ ପାଇଁ ମାଛ-ମାଂସ ନ କରିବାରୁ କନ୍ୟା ପକ୍ଷଙ୍କୁ ପିଟିଲେ ବର ପରିବାର, ଭାଙ୍ଗିଲା ବାହାଘର appeared first on Dharitri Odia News.