ବରହମପୁରା ଠାରେ ଯୋଗ ଉପରେ ସଚେତନତା କାର୍ଯ୍ୟକ୍ରମ

ସମ୍ବଲପୁର:ସମ୍ବଲପୁର ଯୋଗ ପରିବାର ପକ୍ଷରୁ ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ବରହମପୁରା ଖେଳପଡିଆ ଠାରେ ରବିବାର ନୁଆଖାଇ ଭେଟଘାଟ ତଥା ଯୋଗ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସୁଧୀର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଗୁରୁ ଟିକେ ଲାଲ୍ ଭୋଇ ଯୋଗର ମହତ୍ଵ ବିଷୟରେ ଅବଗତ କରିଥିଲେ। ସୁଜାତା ସ୍ବାଇଁଙ୍କ ସଂଯୋଜନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିୟମିତ ଯୋଗ ସାଧନା କରି ଶାରିରୀକ ଏବଂ ମାନସିକ ଭାବେ ଲାଭ ପାଇଥିବା ସଦସ୍ୟ ମାନେ ନିଜର […] The post ବରହମପୁରା ଠାରେ ଯୋଗ ଉପରେ ସଚେତନତା କାର୍ଯ୍ୟକ୍ରମ appeared first on Odisha.News.

ବରହମପୁରା ଠାରେ ଯୋଗ ଉପରେ ସଚେତନତା କାର୍ଯ୍ୟକ୍ରମ

ସମ୍ବଲପୁର:ସମ୍ବଲପୁର ଯୋଗ ପରିବାର ପକ୍ଷରୁ ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ବରହମପୁରା ଖେଳପଡିଆ ଠାରେ ରବିବାର ନୁଆଖାଇ ଭେଟଘାଟ ତଥା ଯୋଗ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସୁଧୀର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଗୁରୁ ଟିକେ ଲାଲ୍ ଭୋଇ ଯୋଗର ମହତ୍ଵ ବିଷୟରେ ଅବଗତ କରିଥିଲେ। ସୁଜାତା ସ୍ବାଇଁଙ୍କ ସଂଯୋଜନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିୟମିତ ଯୋଗ ସାଧନା କରି ଶାରିରୀକ ଏବଂ ମାନସିକ ଭାବେ ଲାଭ ପାଇଥିବା ସଦସ୍ୟ ମାନେ ନିଜର ଅଭିଜ୍ଞତା ବାଣ୍ଟିଥିଲେ। ସାଧାରଣତ ଚିକିତ୍ସା କରି ବିଫଳ ସୋଇଥିବା ଅନେକ ବ୍ୟକ୍ତି ଯୋଗ ସାଧନା ପରେ ପାଇଥିବା ଲାଭ ବିଷୟରେ କହିଥିଲେ। ପ୍ରତିଦିନ ଯୋଗ ସାଧନା ଦ୍ବାରା ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଆସିପାରିଥିବା ଅନେକ ମତ ଦେଇଥିଲେ। କାର୍ଯ୍ୟକ୍ରମ ଆୟୋଜନ ରେ ପ୍ରଦିପ୍ତ ସୁସାରୀ, ଅଶୋକ ସାହୁ, ବିକାଶ ତ୍ରିପାଠୀ, ବିବେକାନନ୍ଦ ଆଚାର୍ଯ୍ୟ, ରାକ୍ଷୀ ମିଶ୍ର, ପ୍ରଜ୍ଞା ହୋତା,ମାନସ ପାଣିଗ୍ରାହୀ, ଶଶିକାନ୍ତ ଜେନା, ମନୋଜ ପଣ୍ଡା, ଉଦିପ୍ତ ତ୍ରିପାଠୀ, ନରେନ୍ଦ୍ର ପଟେଲ, ରାଜେନ୍ଦ୍ର ବାଘ, କ୍ଷିତିସ ବିଶ୍ଵାଲ, ଗୋପାଳକୃଷ୍ଣ ପାଢ଼ୀ, ବିରଞ୍ଚି ନାୟକ, ହରିହର ମିଶ୍ର, ଭବାନୀଶ ଭୋଇ ପ୍ରମୁଖ ସହଯୋଗ କରିଥିଲେ ‌। ଯୋଗର ପ୍ରଚାର ପ୍ରସାର ସହ ସୁସ୍ଥ ଏବଂ ନିରାମୟ ଜୀବନ ପାଇଁ କାର୍ଯ୍ୟ ଜାରି ରଖିବାକୁ ଯୋଗ ପରିବାର ପକ୍ଷରୁ କୁହାଯାଇଛି।

The post ବରହମପୁରା ଠାରେ ଯୋଗ ଉପରେ ସଚେତନତା କାର୍ଯ୍ୟକ୍ରମ appeared first on Odisha.News.