ବରିଷ୍ଠ ଆଇପିଏସ ଅରୁଣ ଷଡ଼ଙ୍ଗୀ ହେଲେ OPSC ଅଧ୍ୟକ୍ଷ, ୬୨ ବର୍ଷ ବୟସ ଯାଏ ରହିବ କାର୍ଯ୍ୟକାଳ

ଭୁବନେଶ୍ୱର : ବରିଷ୍ଠ ଆଇପିଏସ ଅରୁଣ ଷଡ଼ଙ୍ଗୀ ହେଲେ OPSC ଅଧ୍ୟକ୍ଷ ।  ଆଇପିଏସ ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଚେୟାରମ୍ୟାନ୍ ନିଯୁକ୍ତ କରିଛନ୍ତି ସରକାର । ୬ ବର୍ଷ କିମ୍ବା ୬୨ ବର୍ଷ ବୟସ ଯାଏ ରହିବ କାର୍ଯ୍ୟକାଳ।  ବର୍ତ୍ତମାନ ସେ ବିଜୁ ପଟ୍ଟନାୟକ ପୋଲିସ ଏକାଡେମିର ନିର୍ଦ୍ଦେଶକ ଅଛନ୍ତି ।  ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ପଦର ଅତିରିକ୍ତ ଦାୟିତ୍ବରୁ ଅବ୍ୟାହତି ନେବା ପରେ ତାଙ୍କୁ ଏହି ଦାୟିତ୍ୱ ମିଳିଛି। ୧୯୯୦ ବ୍ୟ‌ାଚ୍‌ର ଆଇପିଏସ୍‌ […] The post ବରିଷ୍ଠ ଆଇପିଏସ ଅରୁଣ ଷଡ଼ଙ୍ଗୀ ହେଲେ OPSC ଅଧ୍ୟକ୍ଷ, ୬୨ ବର୍ଷ ବୟସ ଯାଏ ରହିବ କାର୍ଯ୍ୟକାଳ appeared first on KNews Odisha.

ବରିଷ୍ଠ ଆଇପିଏସ ଅରୁଣ ଷଡ଼ଙ୍ଗୀ ହେଲେ OPSC ଅଧ୍ୟକ୍ଷ, ୬୨ ବର୍ଷ ବୟସ ଯାଏ ରହିବ କାର୍ଯ୍ୟକାଳ
arun 2

ଭୁବନେଶ୍ୱର : ବରିଷ୍ଠ ଆଇପିଏସ ଅରୁଣ ଷଡ଼ଙ୍ଗୀ ହେଲେ OPSC ଅଧ୍ୟକ୍ଷ ।  ଆଇପିଏସ ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଚେୟାରମ୍ୟାନ୍ ନିଯୁକ୍ତ କରିଛନ୍ତି ସରକାର । ୬ ବର୍ଷ କିମ୍ବା ୬୨ ବର୍ଷ ବୟସ ଯାଏ ରହିବ କାର୍ଯ୍ୟକାଳ।  ବର୍ତ୍ତମାନ ସେ ବିଜୁ ପଟ୍ଟନାୟକ ପୋଲିସ ଏକାଡେମିର ନିର୍ଦ୍ଦେଶକ ଅଛନ୍ତି ।  ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ପଦର ଅତିରିକ୍ତ ଦାୟିତ୍ବରୁ ଅବ୍ୟାହତି ନେବା ପରେ ତାଙ୍କୁ ଏହି ଦାୟିତ୍ୱ ମିଳିଛି।

୧୯୯୦ ବ୍ୟ‌ାଚ୍‌ର ଆଇପିଏସ୍‌ ଅଧିକାରୀ ତଥା ରାଜ୍ୟ ପୋଲିସର ସ୍ବତନ୍ତ୍ର ଡିଜି ପାହ୍ୟାର ଅଧିକାରୀ ଅରୁଣ ଷଡ଼ଙ୍ଗୀ ନୂଆବର୍ଷରେ କାର୍ଯ୍ୟକାରୀ ପୋଲିସ ଡିଜି ଭାବେ ଦାୟିତ୍ବ ନେଇଥିଲେ।  ସେ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଡିଜି ସୁନୀଲ ବଂଶଲଙ୍କଠାରୁ ଦାୟିତ୍ବଗ୍ରହଣ କରିଥିଲେ। ରାଜ୍ୟରେ ସରକାର ବଦଳିବା ପରେ ଅରୁଣ ଷଡ଼ଙ୍ଗୀଙ୍କୁ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଅବସ୍ଥାପିତ କରାଯାଇଥିଲା ଓ ତାଙ୍କ ସ୍ଥାନରେ ଯୋଗଶେ ବାହାଦୂର ଖୁରାନିଆଙ୍କୁ ରାଜ୍ୟ ସରକାର ଡିଜି ଭାବେ ନିଯୁକ୍ତି ଦେଇଛନ୍ତି।

The post ବରିଷ୍ଠ ଆଇପିଏସ ଅରୁଣ ଷଡ଼ଙ୍ଗୀ ହେଲେ OPSC ଅଧ୍ୟକ୍ଷ, ୬୨ ବର୍ଷ ବୟସ ଯାଏ ରହିବ କାର୍ଯ୍ୟକାଳ appeared first on KNews Odisha.