ବରିଷ୍ଠ ଖବରଦାତା ବିଜୟ ଦ୍ୱିବେଦିଙ୍କ ପରଲୋକ
ଭବାନୀପାଟଣା,୨୨।୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରର ବରିଷ୍ଠ ଖବରଦାତା ବିଜୟ ଦ୍ୱିବେଦିଙ୍କ ୬୪ ବର୍ଷ ବୟସରେ ମଙ୍ଗଳବାର ସକାଳରେ ପରଲୋକ ହୋଇଛି। ସୋମବାର ଦେହ ଅସୁସ୍ଥ ହେବା ପରେ ଭବାନୀପାଟଣା ସ୍ଥିତ ଜିଲା ମୁଖ୍ୟ ମେଡିକାଲ ରେ ଭର୍ତ୍ତି ହୋଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ଦୀର୍ଘ ୪୦ ବର୍ଷ ରୁ ଊର୍ଦ୍ଧ୍ବ ଦିନ ଧରି ସେ ଦୈନିକ ଏକ ଖବର କାଗଜ ରେ ଜିଲା ପ୍ରତିନିଧି ଭାବେ […] The post ବରିଷ୍ଠ ଖବରଦାତା ବିଜୟ ଦ୍ୱିବେଦିଙ୍କ ପରଲୋକ appeared first on Dharitri Odia News.
ଭବାନୀପାଟଣା,୨୨।୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରର ବରିଷ୍ଠ ଖବରଦାତା ବିଜୟ ଦ୍ୱିବେଦିଙ୍କ ୬୪ ବର୍ଷ ବୟସରେ ମଙ୍ଗଳବାର ସକାଳରେ ପରଲୋକ ହୋଇଛି। ସୋମବାର ଦେହ ଅସୁସ୍ଥ ହେବା ପରେ ଭବାନୀପାଟଣା ସ୍ଥିତ ଜିଲା ମୁଖ୍ୟ ମେଡିକାଲ ରେ ଭର୍ତ୍ତି ହୋଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି।
ଦୀର୍ଘ ୪୦ ବର୍ଷ ରୁ ଊର୍ଦ୍ଧ୍ବ ଦିନ ଧରି ସେ ଦୈନିକ ଏକ ଖବର କାଗଜ ରେ ଜିଲା ପ୍ରତିନିଧି ଭାବେ ଖବରଦାତା କରି ଆସୁଥିଲେ । ଜଣେ ଦକ୍ଷ ଓ ନିରପେକ୍ଷ ଖବରଦାତା ଭାବେ ଜିଲାରେ ସେ ବେଶ ପରିଚିତ ଥିଲେ। ତାଙ୍କ ବିୟୋଗରେ ଜିଲାର ଖବରଦାତା ମହଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତାଙ୍କ ଅନ୍ତିମ ସଂସ୍କାର ସମୟରେ ଭବାନୀପାଟଣା ସହରର ସମସ୍ତ ସ୍ବେଛାସେବୀ ଅନୁଷ୍ଠାନ, ଶୁଭେଚ୍ଛୁ, ରାଜନେତା, ବରିଷ୍ଟ ନାଗରିକ ସମସ୍ତେ ସାମିଲହୋଇଛନ୍ତି।
The post ବରିଷ୍ଠ ଖବରଦାତା ବିଜୟ ଦ୍ୱିବେଦିଙ୍କ ପରଲୋକ appeared first on Dharitri Odia News.