ବରିଷ୍ଠ ନେତା ମଣିଶଙ୍କର ଆୟରଙ୍କ ଟିକେଟ କାଟିଲା କଂଗ୍ରେସ: ତାଙ୍କ ସ୍ଥାନରେ କାହାକୁ ମିଳିଲା ସୁଯୋଗ ?
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କରିଥିବା ସପ୍ତମ ପର୍ଯ୍ୟାୟ ନିର୍ବାଚନରେ ଭେଟେରାନ ନେତା ମଣିଶଙ୍କର ଆୟରଙ୍କ ଟିକେଟ୍ କାଟି ଦେଇଛି। ତାଙ୍କ ପାରମ୍ପରିକ ଆସନ ମୟିଲାଦୁଥୁରାଇରୁ ଦଳ ଏଥର ନୂଆ ଚେହେରାଙ୍କୁ ପ୍ରାର୍ଥୀ କରିଛି। ଓକିଲ ଆର୍ ସୁଧାଙ୍କୁ ପ୍ରାର୍ଥୀ କରାଯାଇଛି। ସୁଧା ବର୍ତ୍ତମାନ ରାଜ୍ୟ ମହିଳା କଂଗ୍ରେସର ଅଧ୍ୟକ୍ଷ ରହିଛନ୍ତି। ଆର ସୁଧାଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଅଖିଲ ଭାରତ ମହିଳା କଂଗ୍ରେସ ସଭାପତି ଅଳକା ଲାମ୍ବା ଖୁସି ବ୍ୟକ୍ତ କରିଛନ୍ତି। ସେ ସୋସିଆଲ୍ ମିଡିଆରେ ପୋଷ୍ଟ କରି ସୁଧାଙ୍କୁ ବଧେଇ ଜଣାଇଛନ୍ତି। ସୁଧାଙ୍କୁ ପ୍ରାର୍ଥୀ ଘୋଷଣା କରିଥିବାରୁ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଦେଇଛନ୍ତି। ୧୯୯୧ ମସିହାରେ ପ୍ରଥମ ନିର୍ବାଚନ ଜିତିଥିଲେ ମଣିଶଙ୍କରଦେଶର ପୂର୍ବତନ ରାଷ୍ଟ୍ରଦୂତ ମଣିଶଙ୍କର ଆୟର ସରକାରୀ ପଦରୁ ଇସ୍ତଫା ଦେଇ ୧୯୮୯-୧୯୯୧ରେ ରାଜୀବ ଗାନ୍ଧୀଙ୍କ ପାଇଁ ସକ୍ରିୟ ରାଜନୀତିରେ ପ୍ରବେଶ କରିଥିଲେ। ୧୯୯୧ରେ ସେ ତାମିଲନାଡୁରେ ପ୍ରଥମ ନିର୍ବାଚନ ଜତିଥିଲେ। କଂଗ୍ରେସର ବରିଷ୍ଠ ନେତା ଶ୍ରୀ ଆୟର ୨୦୦୯ରେ ନିଜ ଆସନରୁ ନିର୍ବାଚନ ହାରିବା ପରେ ୟୁପିଏ ସରକାରରେ ପଞ୍ଚାୟତୀ ରାଜ ମନ୍ତ୍ରୀ ଥିଲେ। ମେ ୨୦୦୪ରୁ ଜାନୁଆର ୨୦୦୬ ପର୍ଯ୍ୟନ୍ତ ପ୍ରାକୃତିକ ଗ୍ୟାସ ଓ ପେଟ୍ରୋଲିୟମ ମନ୍ତ୍ରୀ ତଥା ୨୦୦୯େର ଯୁବ କାର୍ଯ୍ୟକଳାପ ଓ ଖେଳ ମନ୍ତ୍ରୀରେ କ୍ୟାବ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କରିଥିବା ସପ୍ତମ ପର୍ଯ୍ୟାୟ ନିର୍ବାଚନରେ ଭେଟେରାନ ନେତା ମଣିଶଙ୍କର ଆୟରଙ୍କ ଟିକେଟ୍ କାଟି ଦେଇଛି। ତାଙ୍କ ପାରମ୍ପରିକ ଆସନ ମୟିଲାଦୁଥୁରାଇରୁ ଦଳ ଏଥର ନୂଆ ଚେହେରାଙ୍କୁ ପ୍ରାର୍ଥୀ କରିଛି। ଓକିଲ ଆର୍ ସୁଧାଙ୍କୁ ପ୍ରାର୍ଥୀ କରାଯାଇଛି। ସୁଧା ବର୍ତ୍ତମାନ ରାଜ୍ୟ ମହିଳା କଂଗ୍ରେସର ଅଧ୍ୟକ୍ଷ ରହିଛନ୍ତି।
ଆର ସୁଧାଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଅଖିଲ ଭାରତ ମହିଳା କଂଗ୍ରେସ ସଭାପତି ଅଳକା ଲାମ୍ବା ଖୁସି ବ୍ୟକ୍ତ କରିଛନ୍ତି। ସେ ସୋସିଆଲ୍ ମିଡିଆରେ ପୋଷ୍ଟ କରି ସୁଧାଙ୍କୁ ବଧେଇ ଜଣାଇଛନ୍ତି। ସୁଧାଙ୍କୁ ପ୍ରାର୍ଥୀ ଘୋଷଣା କରିଥିବାରୁ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଦେଇଛନ୍ତି।
୧୯୯୧ ମସିହାରେ ପ୍ରଥମ ନିର୍ବାଚନ ଜିତିଥିଲେ ମଣିଶଙ୍କର
ଦେଶର ପୂର୍ବତନ ରାଷ୍ଟ୍ରଦୂତ ମଣିଶଙ୍କର ଆୟର ସରକାରୀ ପଦରୁ ଇସ୍ତଫା ଦେଇ ୧୯୮୯-୧୯୯୧ରେ ରାଜୀବ ଗାନ୍ଧୀଙ୍କ ପାଇଁ ସକ୍ରିୟ ରାଜନୀତିରେ ପ୍ରବେଶ କରିଥିଲେ। ୧୯୯୧ରେ ସେ ତାମିଲନାଡୁରେ ପ୍ରଥମ ନିର୍ବାଚନ ଜତିଥିଲେ। କଂଗ୍ରେସର ବରିଷ୍ଠ ନେତା ଶ୍ରୀ ଆୟର ୨୦୦୯ରେ ନିଜ ଆସନରୁ ନିର୍ବାଚନ ହାରିବା ପରେ ୟୁପିଏ ସରକାରରେ ପଞ୍ଚାୟତୀ ରାଜ ମନ୍ତ୍ରୀ ଥିଲେ। ମେ ୨୦୦୪ରୁ ଜାନୁଆର ୨୦୦୬ ପର୍ଯ୍ୟନ୍ତ ପ୍ରାକୃତିକ ଗ୍ୟାସ ଓ ପେଟ୍ରୋଲିୟମ ମନ୍ତ୍ରୀ ତଥା ୨୦୦୯େର ଯୁବ କାର୍ଯ୍ୟକଳାପ ଓ ଖେଳ ମନ୍ତ୍ରୀରେ କ୍ୟାବିନେଟ ପାହ୍ୟାରେ ଥିଲେ।