ବରୀରେ କଂଗ୍ରେସରୁ ଲଢ଼ିବେ ଆରତି ଦେଓ

ବରୀ,୧୪ା୪(ମହେନ୍ଦ୍ର ସ୍ବାଇଁ): ୨୦୨୪ ସାଧାରଣ ନିର୍ବାଚନ ପାଇଁ ରବିବାର କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏଥିରେ ଯାଜପୁର ଜିଲା ବରୀ ନିର୍ବାଚନମଣ୍ଡଳୀ ପାଇଁ ଆରତି ଦେଓଙ୍କୁ ପ୍ରାର୍ଥୀ କରାଯାଇଛି। ଫଳରେ ଟିକେଟ ଦୌଡ଼ରେ ଥିବା ଇଂ. ଅମରେଶ ପରିଡ଼ା, ଅପୂର୍ବ ସାମଲ ଓ ରାଜ୍ୟ ମହିଳା କଂଗ୍ରେସ କମିଟି ସଭ୍ୟା କଳ୍ପନା ପଣ୍ଡାଙ୍କୁ ନିରାଶ ହେବାକୁ ପଡିଛି। ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ଏହି ନିର୍ବାଚନମଣ୍ଡଳୀରୁ ଅମାନତ ହରାଇଥିଲା। ତେବେ କଂଗ୍ରେସର ଦୁର୍ବଳ […] The post ବରୀରେ କଂଗ୍ରେସରୁ ଲଢ଼ିବେ ଆରତି ଦେଓ appeared first on Dharitri Odia News.

ବରୀରେ କଂଗ୍ରେସରୁ ଲଢ଼ିବେ ଆରତି ଦେଓ

ବରୀ,୧୪ା୪(ମହେନ୍ଦ୍ର ସ୍ବାଇଁ): ୨୦୨୪ ସାଧାରଣ ନିର୍ବାଚନ ପାଇଁ ରବିବାର କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏଥିରେ ଯାଜପୁର ଜିଲା ବରୀ ନିର୍ବାଚନମଣ୍ଡଳୀ ପାଇଁ ଆରତି ଦେଓଙ୍କୁ ପ୍ରାର୍ଥୀ କରାଯାଇଛି। ଫଳରେ ଟିକେଟ ଦୌଡ଼ରେ ଥିବା ଇଂ. ଅମରେଶ ପରିଡ଼ା, ଅପୂର୍ବ ସାମଲ ଓ ରାଜ୍ୟ ମହିଳା କଂଗ୍ରେସ କମିଟି ସଭ୍ୟା କଳ୍ପନା ପଣ୍ଡାଙ୍କୁ ନିରାଶ ହେବାକୁ ପଡିଛି। ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ଏହି ନିର୍ବାଚନମଣ୍ଡଳୀରୁ ଅମାନତ ହରାଇଥିଲା। ତେବେ କଂଗ୍ରେସର ଦୁର୍ବଳ ସଂଗଠନ ସତ୍ତ୍ୱେ ସମସ୍ତ କର୍ମୀଙ୍କୁ ନେଇ ଦେଓ ନିର୍ବାଚନ ଲଢ଼ିବେ ବୋଲି ଧରିତ୍ରୀକୁ ପ୍ରତିକ୍ରିୟାରେ କହିଛନ୍ତି।

The post ବରୀରେ କଂଗ୍ରେସରୁ ଲଢ଼ିବେ ଆରତି ଦେଓ appeared first on Dharitri Odia News.