ବରୁଣଙ୍କ ନାୟିକା ହେବେ ଜାହ୍ନବୀ, ଆରମ୍ଭ ହେଲା ଫିଲ୍ମ ‘ସନି ସଂସ୍କାରୀ କୀ ତୁଲସୀ କୁମାରୀ’ର ସୁଟିଂ

ମୁମ୍ଵାଇ ୦୬।୦୫: ୨୦୧୮ ମସିହାରେ ‘ଧଡ଼କ୍‌’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ ଡେବ୍ୟୁ କରିଥିଲେ ଅଭିନେତ୍ରୀ  ଜାହ୍ନବୀ କପୁର । ସେଥିରେ ତାଙ୍କ ଅଭିନୟକୁ ଦର୍ଶକମାନେ ବେଶ୍‌ ପସନ୍ଦ କରିଥିଲେ । ଏହାପରେ ‘ଘୋଷ୍ଟ ଷ୍ଟୋରିଜ୍‌’, ‘ଗୁଞ୍ଜନ ସକ୍‌ସେନା: ଦ କାର୍ଗିଲ୍‌ ଗାର୍ଲ’, ‘ରୁହି’, ‘ମିଲି’ ଭଳି ଫିଲ୍ମରେ ତାଙ୍କର ଦମ୍‌ଦାର ଅଭିନୟକୁ ଦେଖିବାକୁ ମିଳିଥିଲା । ଆଗକୁ ଜାହ୍ନବୀ ବରୁଣ ଧୱନ୍‌ଙ୍କ ହିରୋଇନ୍‌ ସାଜିବାକୁ ଯାଉଛନ୍ତି । ଫିଲ୍ମର ଶୀର୍ଷକ ରହିଛି ‘ସନି ସଂସ୍କାରୀ କୀ ତୁଲସୀ କୁମାରୀ’ । ଶଶାଙ୍କ ଖୈତାନ୍‌ ଏହାର ନିର୍ଦ୍ଦେଶନା ଦେଉଥିବାବେଳେ ପ୍ରଯୋଜନାରେ ଅଛନ୍ତି କରନ୍‌ ଜୋହର । ଶନିବାର ଫିଲ୍ମର ସୁଟିଂ ଆରମ୍ଭ ହୋଇଛି ।ତା’ ପୂର୍ବରୁ କରାଯାଇଥିବା ପୂଜାର୍ଚ୍ଚନାର ଭିଡିଓକୁ କରନ୍‌ ଜୋହର ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ସେଥିରେ ଜାହ୍ନବୀଙ୍କୁ ଶାଢ଼ି ପିନ୍ଧି ଆରତୀ କରୁଥିବା ଦେଖିବାକୁ ମିଳୁଛି । ଆସନ୍ତାବର୍ଷ ଏପ୍ରିଲ ୧୮ ତାରିଖରେ ଫିଲ୍ମଟି ପ୍ରେକ୍ଷାଳୟକୁ ଆସିବ । ଶଶାଙ୍କ ଖୈତାନ୍‌ଙ୍କ ସହିତ ଜାହ୍ନବୀଙ୍କର ଏହା ଦ୍ୱିତୀୟ ଫିଲ୍ମ । ଏହାପୂର୍ବରୁ ଜାହ୍ନବୀଙ୍କ ଡେବ୍ୟୁ ଫିଲ୍ମ ‘ଧଡ଼କ୍‌’କୁ ଶଶାଙ୍କ ନିର୍ଦ୍ଦେଶନା ଦେଇଥିଲେ । ‘ସନି ସଂସ୍କାରୀ କୀ ତୁଲସୀ କୁମାରୀ’ ଏକ ପ୍ରେମ କାହାଣୀ । ଫିଲ୍ମରେ ବରୁଣ ଧୱନ୍‌ ସନି ଚରିତ୍ରରେ ଓ ଜାହ୍ନବୀ କପୁର ତୁଲସୀ ଚରିତ୍ରରେ ନଜର ଆସିବେ । ଏହି ଦୁଇଜଣଙ୍କ ସହିତ ରୋହିତ ସ

ବରୁଣଙ୍କ ନାୟିକା ହେବେ ଜାହ୍ନବୀ, ଆରମ୍ଭ ହେଲା ଫିଲ୍ମ ‘ସନି ସଂସ୍କାରୀ କୀ ତୁଲସୀ କୁମାରୀ’ର ସୁଟିଂ

ମୁମ୍ଵାଇ ୦୬।୦୫: ୨୦୧୮ ମସିହାରେ ‘ଧଡ଼କ୍‌ ଫିଲ୍ମ ମାଧ୍ୟମରେ ବଲିଉଡ୍‌ ଡେବ୍ୟୁ କରିଥିଲେ ଅଭିନେତ୍ରୀ  ଜାହ୍ନବୀ କପୁର । ସେଥିରେ ତାଙ୍କ ଅଭିନୟକୁ ଦର୍ଶକମାନେ ବେଶ୍‌ ପସନ୍ଦ କରିଥିଲେ । ଏହାପରେ ‘ଘୋଷ୍ଟ ଷ୍ଟୋରିଜ୍‌, ‘ଗୁଞ୍ଜନ ସକ୍‌ସେନା: ଦ କାର୍ଗିଲ୍‌ ଗାର୍ଲ, ‘ରୁହି, ‘ମିଲି ଭଳି ଫିଲ୍ମରେ ତାଙ୍କର ଦମ୍‌ଦାର ଅଭିନୟକୁ ଦେଖିବାକୁ ମିଳିଥିଲା । ଆଗକୁ ଜାହ୍ନବୀ ବରୁଣ ଧୱନ୍‌ଙ୍କ ହିରୋଇନ୍‌ ସାଜିବାକୁ ଯାଉଛନ୍ତି । ଫିଲ୍ମର ଶୀର୍ଷକ ରହିଛି ‘ସନି ସଂସ୍କାରୀ କୀ ତୁଲସୀ କୁମାରୀ । ଶଶାଙ୍କ ଖୈତାନ୍‌ ଏହାର ନିର୍ଦ୍ଦେଶନା ଦେଉଥିବାବେଳେ ପ୍ରଯୋଜନାରେ ଅଛନ୍ତି କରନ୍‌ ଜୋହର । ଶନିବାର ଫିଲ୍ମର ସୁଟିଂ ଆରମ୍ଭ ହୋଇଛି ।


ତା ପୂର୍ବରୁ କରାଯାଇଥିବା ପୂଜାର୍ଚ୍ଚନାର ଭିଡିଓକୁ କରନ୍‌ ଜୋହର ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ସେଥିରେ ଜାହ୍ନବୀଙ୍କୁ ଶାଢ଼ି ପିନ୍ଧି ଆରତୀ କରୁଥିବା ଦେଖିବାକୁ ମିଳୁଛି । ଆସନ୍ତାବର୍ଷ ଏପ୍ରିଲ ୧୮ ତାରିଖରେ ଫିଲ୍ମଟି ପ୍ରେକ୍ଷାଳୟକୁ ଆସିବ । ଶଶାଙ୍କ ଖୈତାନ୍‌ଙ୍କ ସହିତ ଜାହ୍ନବୀଙ୍କର ଏହା ଦ୍ୱିତୀୟ ଫିଲ୍ମ । ଏହାପୂର୍ବରୁ ଜାହ୍ନବୀଙ୍କ ଡେବ୍ୟୁ ଫିଲ୍ମ ‘ଧଡ଼କ୍‌କୁ ଶଶାଙ୍କ ନିର୍ଦ୍ଦେଶନା ଦେଇଥିଲେ । ‘ସନି ସଂସ୍କାରୀ କୀ ତୁଲସୀ କୁମାରୀ ଏକ ପ୍ରେମ କାହାଣୀ । ଫିଲ୍ମରେ ବରୁଣ ଧୱନ୍‌ ସନି ଚରିତ୍ରରେ ଓ ଜାହ୍ନବୀ କପୁର ତୁଲସୀ ଚରିତ୍ରରେ ନଜର ଆସିବେ । ଏହି ଦୁଇଜଣଙ୍କ ସହିତ ରୋହିତ ସରାଫ୍‌, ମନିଷ ପଲ୍‌, ସାନ୍ୟା ମଲହୋତ୍ରା ଓ ଅକ୍ଷୟ ଓବରୟଙ୍କ ଭଳି କଳାକାର ପ୍ରମୁଖ ଭୂମିକାରେ ରହିବେ । ଉପରୋକ୍ତ ଫିଲ୍ମ ବ୍ୟତୀତ ଜାହ୍ନବୀଙ୍କୁ ‘ମିଷ୍ଟର ଆଣ୍ଡ ମିସେସ୍‌ ମାହିରେ ଦେଖିବାକୁ ମିଳିବ । 

ସେଥିରେ ତାଙ୍କ ସହିତ ରାଜକୁମାର ରାଓ ସ୍କ୍ରିନ୍‌ ସେୟାର କରିବାକୁ ଯାଉଛନ୍ତି । ସେହିପରି ରୋଶନ୍‌ ମାଥ୍ୟୁ, ଗୁଲସନ୍‌ ଦେବୈୟାଙ୍କ ସହିତ ‘ଉଲଝରେ ବି ସେ ନଜର ଆସିବେ । ଅନ୍ୟପଟେ ତେଲଗୁ ଫିଲ୍ମ ‘ଦେବରା: ପାର୍ଟ ୧ରେ ବି ଦର୍ଶକେ ଜାହ୍ନବୀଙ୍କୁ ଦେଖିବାକୁ ପାଇବେ । ସେଥିରେ ଜୁନିଅର ଏନ୍‌ଟିଆର୍‌ ତାଙ୍କ ବିପକ୍ଷରେ ନାୟକ ଭୂମିକାରେ ଅଛନ୍ତି । ଏହି ୩ଟି ଯାକ ଫିଲ୍ମ ଚଳିତବର୍ଷ ରିଲିଜ୍‌ ହେବାର ଯୋଜନା ରହିଛି ।