ମିଥୁନ ଚକ୍ରବର୍ତ୍ତୀ ଏବଂ ଋଷଭଙ୍କୁ ମିଳିବ ବଡ ସମ୍ମାନ, ଜାଣନ୍ତୁ ଆୱାର୍ଡର ପୂରା ଲିଷ୍ଟ

ନୂଆଦିଲ୍ଲୀ ୦୮।୧୦: ୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସେରେମନି ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ହେଉଛି। ଏହି କାର୍ଯ୍ୟକ୍ରମରେ ବହୁ ଶ୍ରେଷ୍ଠ ଚଳଚ୍ଚିତ୍ର ଏବଂ ଅଭିନେତାଙ୍କୁ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯିବ । ବଲିଉଡରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ଭେଟେରାନ ହିନ୍ଦୀ ସିନେମା ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ। ବିଶେଷ କଥା ହେଉଛି ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମସ୍ତ ବିଜେତାଙ୍କୁ ନିଜ ହାତରେ ଏହି ସମ୍ମାନ ପ୍ରଦାନ କରିବେ।Mithun Da’s remarkable cinematic journey inspires generations!Honoured to announce that the Dadasaheb Phalke Selection Jury has decided to award legendary actor, Sh. Mithun Chakraborty Ji for his iconic contribution to Indian Cinema.????️To be presented at the 70th National…— Ashwini Vaishnaw (@AshwiniVaishnaw) September 30, 2024ଏହା ସହିତ ଚଳିତ ବର୍ଷ କନ୍ନଡ ସୁପରଷ୍ଟାର ତଥା ନିର୍ଦ୍ଦେଶକ ଋଷଭ ଶେଟ୍ଟୀଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି ନିତ୍ୟା ମେନେନ ଏବଂ ମାନସୀ ପାରେଖ। ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ 'ଆଟ୍ଟମ' ଶ୍ରେଷ୍ଠ ଫିଚର୍ସ ଚଳଚ୍ଚିତ୍ର ପୁରସ୍

ମିଥୁନ ଚକ୍ରବର୍ତ୍ତୀ ଏବଂ ଋଷଭଙ୍କୁ ମିଳିବ ବଡ ସମ୍ମାନ, ଜାଣନ୍ତୁ ଆୱାର୍ଡର ପୂରା ଲିଷ୍ଟ

ନୂଆଦିଲ୍ଲୀ ୦୮।୧୦: ୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସେରେମନି ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ହେଉଛି। ଏହି କାର୍ଯ୍ୟକ୍ରମରେ ବହୁ ଶ୍ରେଷ୍ଠ ଚଳଚ୍ଚିତ୍ର ଏବଂ ଅଭିନେତାଙ୍କୁ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯିବ । ବଲିଉଡରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ଭେଟେରାନ ହିନ୍ଦୀ ସିନେମା ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ। ବିଶେଷ କଥା ହେଉଛି ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମସ୍ତ ବିଜେତାଙ୍କୁ ନିଜ ହାତରେ ଏହି ସମ୍ମାନ ପ୍ରଦାନ କରିବେ।

ଏହା ସହିତ ଚଳିତ ବର୍ଷ କନ୍ନଡ ସୁପରଷ୍ଟାର ତଥା ନିର୍ଦ୍ଦେଶକ ଋଷଭ ଶେଟ୍ଟୀଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି ନିତ୍ୟା ମେନେନ ଏବଂ ମାନସୀ ପାରେଖ। ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ 'ଆଟ୍ଟମ' ଶ୍ରେଷ୍ଠ ଫିଚର୍ସ ଚଳଚ୍ଚିତ୍ର ପୁରସ୍କାର ପାଇଛି। 'ଓଁଚାଇ' ପାଇଁ ସୁରଜ ବଡଜାତ୍ୟାଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରିଥିବାବେଳେ ସମାନ ଚଳଚ୍ଚିତ୍ର ପାଇଁ ନୀନା ଗୁପ୍ତାଙ୍କୁ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। 'ଫୌଜ'ରେ ତାଙ୍କ ଭୂମିକା ପାଇଁ ପୱନ ମଲହୋତ୍ରାଙ୍କୁ ଶ୍ରେଷ୍ଠ ସହାୟକ ଅଭିନେତା ପୁରସ୍କାର ମିଳିଥିଲା।

ଏହି ଚଳଚ୍ଚିତ୍ର ଗୁଡ଼ିକ ମଧ୍ୟ ପୁରସ୍କାର ପାଇଛି

ଏହା ବ୍ୟତୀତ ବେଷ୍ଟ ଏଣ୍ଟରଟେନିଂ ଫିଚର ଚଳଚ୍ଚିତ୍ର ପାଇଁ 'କାନ୍ତାରା' ଏବଂ ଶ୍ରେଷ୍ଠ ଆକ୍ସନ୍ ନିର୍ଦ୍ଦେଶନା ଏବଂ ଶ୍ରେଷ୍ଠ କନ୍ନଡ ଚଳଚ୍ଚିତ୍ର ପାଇଁ 'କେଜିଏଫ୍: ପାର୍ଟ ୨' ପୁରସ୍କୃତ କରାଯାଇଛି। ଏହି ବର୍ଷ ୨୦୨୨ରେ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର ଗୁଡିକ ପୁରସ୍କାର ପାଇବାକୁ ଯାଉଛନ୍ତି।  ଯାହାକି କୋଭିଡ୍ କାରଣରୁ ଏକ ବର୍ଷ ବିଳମ୍ବ ହୋଇଥିଲା ।