ବରୌନୀ ଜଙ୍କସନ ସଂଟିଙ୍ଗମ୍ୟାନ ମୃତ୍ୟୁ ଘଟଣା, ଆସିଲା ଯାଞ୍ଚ ରିପୋର୍ଟ

ବରୌନୀ ୧୦।୧୧: ବିହାର ବରୌନୀ ଜଙ୍କସନରେ ଶନିବାର ସଂଟିଙ୍ଗ କାଳରେ କୋଅର୍ଡିନେସନ ଅଭାବ ଯୋଗୁ ଜଣେ ପଏଣ୍ଟସ୍ ମ୍ୟାନଙ୍କ ଦୁଃଖଦ ମୃତ୍ୟୁ ହୋଇଛି। ରବିବାର ଆସିଥିବା ରେଳବାଇ ପ୍ରାଥମିକ ଯାଞ୍ଚ ରିପୋର୍ଟରେ ଏହି ଦୁର୍ଘଟଣାର କାରଣ ଦୁଇ ରେଳ କର୍ମଚାରୀଙ୍କ ମଧ୍ୟରେ ସମନ୍ୱୟ ଅଭାବ ଯୋଗୁ ହୋଇଥିବା କୁହାଯାଇଛି। ଇଞ୍ଜିନ ଓ ବଗିକୁ ପୃଥକ କରିବା କାଳରେ ସଂଟିଙ୍ଗମ୍ୟାନ ଅମର କୁମାର ମଝିରେ ଚାପି ହୋଇ ପ୍ରାଣ ହରାଇଥିଲେ। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ରେଳବାଇ ଉପରେ ପ୍ରଶ୍ନ ଚିହ୍ନ ଲାଗିଛି।ଏଜେନ୍ସୀ ଅନୁସାରେ ରେଳବାଇଙ୍କ ଯାହା ପ୍ରାଥମିକ ଯାଞ୍ଚ ରିପୋର୍ଟ ଆସିଛି ସେଥିରେ ୫ ଜଣ ଅଧିକାରୀ ସ୍ୱାକ୍ଷର କରିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ସଂଟିଙ୍ଗମ୍ୟାନ ଅମର କୁମାର ଓ ମହମ୍ମଦ ସୁଲେମାନଙ୍କ ମଧ୍ୟରେ ସଂଟିଙ୍ଗ ପ୍ରକ୍ରିୟା କାଳରେ ଉପଯୁକ୍ତ ତାଳମେଳ ହୋଇ ପାରିନଥିଲା। ଏହି କାରଣରୁ ସୁଲେମାନ ଇଞ୍ଜିନମ୍ୟାନଙ୍କୁ ଭୁଲ ସୂଚନା ଦେଇଥିଲେ ଓ ଅମର କୁମାରଙ୍କୁ ପ୍ରାଣ ହରାଇବାକୁ ପଡିଲା। ରେଲୱେରେ କୋଚ୍‌କୁ ଇଞ୍ଜିନରୁ ପୃଥକ କରିବା କାମ ସଂଟିଙ୍ଗମ୍ୟାନଙ୍କର। ରିପୋର୍ଟରେ ଘଟଣା ପାଇଁ ପ୍ରାଥମିକ ଭାବେ ସୁଲେମାନକୁ ଦାୟି କରାଯାଉଛି। ତେବେ ସୁଲେମାନ ତାଙ୍କ ଲିଖିତ ବୟାନରେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଓ ଏଥି ପାଇଁ ଇଞ୍ଜିନ ଡ୍ରାଇଭରଙ୍କୁ ଦାୟି କରିଛନ୍ତି। ସୁଲେମାନ କହିଛନ୍ତି ଯେ ମୁଁ ଓ ଅମର କପଲର ହଟାଇ ଇଞ୍ଜିନ ଓ ବଗିକୁ ପୃଥକ କରିଦେଇଥି

ବରୌନୀ ଜଙ୍କସନ ସଂଟିଙ୍ଗମ୍ୟାନ ମୃତ୍ୟୁ ଘଟଣା, ଆସିଲା ଯାଞ୍ଚ ରିପୋର୍ଟ

ବରୌନୀ ୧୦।୧୧: ବିହାର ବରୌନୀ ଜଙ୍କସନରେ ଶନିବାର ସଂଟିଙ୍ଗ କାଳରେ କୋଅର୍ଡିନେସନ ଅଭାବ ଯୋଗୁ ଜଣେ ପଏଣ୍ଟସ୍ ମ୍ୟାନଙ୍କ ଦୁଃଖଦ ମୃତ୍ୟୁ ହୋଇଛି। ରବିବାର ଆସିଥିବା ରେଳବାଇ ପ୍ରାଥମିକ ଯାଞ୍ଚ ରିପୋର୍ଟରେ ଏହି ଦୁର୍ଘଟଣାର କାରଣ ଦୁଇ ରେଳ କର୍ମଚାରୀଙ୍କ ମଧ୍ୟରେ ସମନ୍ୱୟ ଅଭାବ ଯୋଗୁ ହୋଇଥିବା କୁହାଯାଇଛି। ଇଞ୍ଜିନ ଓ ବଗିକୁ ପୃଥକ କରିବା କାଳରେ ସଂଟିଙ୍ଗମ୍ୟାନ ଅମର କୁମାର ମଝିରେ ଚାପି ହୋଇ ପ୍ରାଣ ହରାଇଥିଲେ। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ରେଳବାଇ ଉପରେ ପ୍ରଶ୍ନ ଚିହ୍ନ ଲାଗିଛି।

ଏଜେନ୍ସୀ ଅନୁସାରେ ରେଳବାଇଙ୍କ ଯାହା ପ୍ରାଥମିକ ଯାଞ୍ଚ ରିପୋର୍ଟ ଆସିଛି ସେଥିରେ ୫ ଜଣ ଅଧିକାରୀ ସ୍ୱାକ୍ଷର କରିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ସଂଟିଙ୍ଗମ୍ୟାନ ଅମର କୁମାର ଓ ମହମ୍ମଦ ସୁଲେମାନଙ୍କ ମଧ୍ୟରେ ସଂଟିଙ୍ଗ ପ୍ରକ୍ରିୟା କାଳରେ ଉପଯୁକ୍ତ ତାଳମେଳ ହୋଇ ପାରିନଥିଲା। ଏହି କାରଣରୁ ସୁଲେମାନ ଇଞ୍ଜିନମ୍ୟାନଙ୍କୁ ଭୁଲ ସୂଚନା ଦେଇଥିଲେ ଓ ଅମର କୁମାରଙ୍କୁ ପ୍ରାଣ ହରାଇବାକୁ ପଡିଲା। ରେଲୱେରେ କୋଚ୍‌କୁ ଇଞ୍ଜିନରୁ ପୃଥକ କରିବା କାମ ସଂଟିଙ୍ଗମ୍ୟାନଙ୍କର। ରିପୋର୍ଟରେ ଘଟଣା ପାଇଁ ପ୍ରାଥମିକ ଭାବେ ସୁଲେମାନକୁ ଦାୟି କରାଯାଉଛି। 

ତେବେ ସୁଲେମାନ ତାଙ୍କ ଲିଖିତ ବୟାନରେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଓ ଏଥି ପାଇଁ ଇଞ୍ଜିନ ଡ୍ରାଇଭରଙ୍କୁ ଦାୟି କରିଛନ୍ତି। ସୁଲେମାନ କହିଛନ୍ତି ଯେ ମୁଁ ଓ ଅମର କପଲର ହଟାଇ ଇଞ୍ଜିନ ଓ ବଗିକୁ ପୃଥକ କରିଦେଇଥିଲୁ।  ତେବେ ଏହା ପରେ ଅଚାନକ ଇଞ୍ଜିନ ପଛକୁ ଗଡ଼ି ଆସିଥିଲା। ସୁଲେମାନଙ୍କ କହିବା କଥା ହେଉଛି ସେ ଡ୍ରାଇଭରକୁ କୌଣସି ସଂକେତ ଦେଇ ନଥିଲେ, ହେଲେ ବି ସେ ରିଭର୍ସ କରିଦେଇଥିଲେ। ଫଳରେ ଅମର କୁମାର ବଫର୍ସ ମଧ୍ୟରେ ଫଶି ଯାଇଥିଲେ ଓ ପ୍ରାଣ ହରାଇଥିଲେ। 

ଏହି ଘଟଣା ପରେ ବରୌନୀ ଜଙ୍କସନରେ ଲାଗିଥିବା ସିସିଟିଭି କ୍ୟାମେରା ମଧ୍ୟ ଯାଞ୍ଚ କରାଯାଇଥିଲା। ଯେଉଁଥିରେ ଏହି ଘଟଣା ସକାଳ ୮ଟା ୨୯ ମିନିଟରେ ହୋଇଥିବା ଦେଖାଯାଇଛି। ଏହି ଦୁର୍ଘଟଣାର ପାଖାପାଖି ୨ ଘଣ୍ଟା ପରେ ଶବକୁ ବଗି ଓ ଇଞ୍ଜିନ ମଧ୍ୟରୁ କାଡି ପ୍ଲାଟଫର୍ମ ଉପରେ ରଖାଯାଇଥିଲା। ରିପୋର୍ଟ ଅନୁସାରେ ଲକ୍ଷ୍ନୌ-ବରୌନୀ ଏକ୍ସପ୍ରେସ୍ ନମ୍ବର ୧୫୨୦୪ ପୂର୍ବାହ୍ନ ୮ଟା ୧୦ ମିନିଟରେ ୫ ନମ୍ବର ପ୍ଲାଟଫର୍ମରେ ଲାଗିଥିଲା। ଷ୍ଟେସନ ମାଷ୍ଟର ଅମର ଓ ସୁଲେମାନଙ୍କୁ ଇଞ୍ଜିରୁ ବଗିକୁ ଅଲଗା କରିବା ଦାୟିତ୍ୱ ଦେଇଥିଲେ। 

ଘଟଣା ପରେ ଅମର କୁମାରଙ୍କ ଶବ ୧୦ଟା ୧୫ମିନିଟରେ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ଲାଗି ପଠାଯାଇଥିଲା। ରେଳ ଅଧିକାରୀଙ୍କ ଅନୁସାରେ ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ସିନିୟର ଲେବୁଲରେ ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି। ଘଟଣାକୁ ନେଇ ଡିଆରଏମ ବିବେକ ଭୂଷଣ ମାମଲାର ଯାଞ୍ଚ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବ ଓ ଆଗକୁ ଯେପରି ଏଭଳି ଘଟଣା ନ ଘଟେ ଏହାକୁ ନେଇ ସତର୍କତା ଅବଲମ୍ବନ କରାଯିବ ବୋଲି କହିଛନ୍ତି। 

ଅମର କୁମାର ତାଙ୍କ ପିତାଙ୍କ ପରଲୋକରେ ୨୦୨୧ ମସିହାରେ ଅନୁକମ୍ପା ମୂଳକ ନିଯୁକ୍ତି ମିଳିଥିଲା। ଏବେ ରେଳବାଇ ପ୍ରାବଧାନ ଅନୁସାରେ ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ଡିଆରଏମ କହିଛନ୍ତି।