‘ବର୍ଡର ୨’ରେ ବରୁଣ
ମୁମ୍ବାଇ: ୧୯୯୭ ମସିହାରେ ରିଲିଜ୍ ହୋଇଥିବା ଲୋକପ୍ରିୟ ଦେଶାତ୍ମବୋଧ ଚଳଚ୍ଚିତ୍ର ‘ବର୍ଡର’ର ସ୍ବିକେଲ ‘ବର୍ଡର ୨’କୁ ନେଇ ଏବେ ଚର୍ଚ୍ଚା ଲାଗିରହିଛି। ଏହି ଚଳଚ୍ଚିତ୍ରକୁ ନେଇ ରବିବାର ଏକ ବଡ଼ ଅପ୍ଡେଟ ସାମ୍ନାକୁ ଆସିଛି। ‘ବର୍ଡର ୨’ ଫିଲ୍ମ ପାଇଁ ଅଭିନେତା ବରୁଣ ଧାୱନ ସାଇନ୍ କରିଛନ୍ତି ବୋଲି ଏକ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟ ଅନୁଯାୟୀ, ବରୁଣ ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ। ତେବେ ବରୁଣଙ୍କ ଭୂମିକା ନେଇ ବର୍ତ୍ତମାନ ସୁଦ୍ଧା କୌଣସି […] The post ‘ବର୍ଡର ୨’ରେ ବରୁଣ appeared first on Dharitri Odia News.
ମୁମ୍ବାଇ: ୧୯୯୭ ମସିହାରେ ରିଲିଜ୍ ହୋଇଥିବା ଲୋକପ୍ରିୟ ଦେଶାତ୍ମବୋଧ ଚଳଚ୍ଚିତ୍ର ‘ବର୍ଡର’ର ସ୍ବିକେଲ ‘ବର୍ଡର ୨’କୁ ନେଇ ଏବେ ଚର୍ଚ୍ଚା ଲାଗିରହିଛି। ଏହି ଚଳଚ୍ଚିତ୍ରକୁ ନେଇ ରବିବାର ଏକ ବଡ଼ ଅପ୍ଡେଟ ସାମ୍ନାକୁ ଆସିଛି। ‘ବର୍ଡର ୨’ ଫିଲ୍ମ ପାଇଁ ଅଭିନେତା ବରୁଣ ଧାୱନ ସାଇନ୍ କରିଛନ୍ତି ବୋଲି ଏକ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟ ଅନୁଯାୟୀ, ବରୁଣ ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ। ତେବେ ବରୁଣଙ୍କ ଭୂମିକା ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିପାରିନାହିଁ। ପୂର୍ବରୁ ଅଭିନେତା ଆୟୁଷ୍ମାନ୍ ଖୁରାନା ମଧ୍ୟ ଏହି ଫିଲ୍ମରେ ଅଭିନୟ କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। ଏହାସହ
‘ବର୍ଡର ୨’ରେ ସନ୍ନିଙ୍କ ସହ ଆୟୁଷ୍ମାନ ଓ ବରୁଣଙ୍କୁ ଏକାଠି ଦେଖିବାକୁ ମିଳିବ ବୋଲି ସ୍ପଷ୍ଟ ହୋଇଛି। ତେବେ ଉକ୍ତ ଫିଲ୍ମରେ କେଉଁ ଅଭିନେତ୍ରୀ ନଜରକୁ ଆସିବେ, ସେନେଇ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ଅନୁରାଗ ସିଂଙ୍କ ନିର୍ଦ୍ଦେଶିତ ଏବଂ ଜେ.ପି. ଦତ୍ତା, ନିଧି ଦତ୍ତା ଓ ଭୂଷଣ କୁମାରଙ୍କ ଦ୍ୱାରା ପ୍ରଯୋଜିତ ଏହି ଫିଲ୍ମର ଶୁଟିଂ ଚଳିତ ନଭେମ୍ବରରୁ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି। ୨୦୨୬ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଏହି ଫିଲ୍ମ ରିଲିଜ୍ ହେବ ବୋଲି ରିପୋର୍ଟ ପ୍ରକାଶ ପାଇଛି।
The post ‘ବର୍ଡର ୨’ରେ ବରୁଣ appeared first on Dharitri Odia News.