ବର୍ଣ୍ଣବୋଧର ନୂଆ ସଂସ୍କରଣର ହେଲା ଲୋକାର୍ପଣ । ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ।
କନକ ବ୍ୟୁରୋ: ବର୍ଣ୍ଣବୋଧର ନୂଆ ଶୋଭନ ସଂସ୍କରଣକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭକ୍ତ କବି ମଧୁସୂଦନ ରାଓଙ୍କ ପୁଣ୍ୟ ଜନ୍ମତିଥି ଅବସରରେ ତାଙ୍କ ରଚିତ ବର୍ଣ୍ଣବୋଧର ଅବିକଳ ଶୋଭନ ସଂସ୍କରଣ ଉନ୍ମୋଚନ କରିଛନ୍ତି । ଏହା ସହ ଓଡ଼ିଆ ବର୍ଣ୍ଣବୋଧ ଡିଜିଟାଲ ସଂସ୍କରଣକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ମୋହନ ମାଝୀ କହିଛନ୍ତି, ମା’, ମାତୃଭୂମି, ମାତୃଭାଷା ସବୁଠୁ ବଡ ପରିଚୟ । ଏହାକୁ ନେଇ ସମସ୍ତେ ଗର୍ବ କରିବା ଉଚିତ୍ । ଓଡ଼ିଆ ଭାଷା ଓ ହତଗୌରବ ଫେରାଇ ଆଣିବାକୁ ନେତୃତ୍ୱ ନେଇଥିଲେ ମଧୁସୂଦନ ରାଓ । ବର୍ଣ୍ଣବୋଧକୁ ଆଗକୁ ନେବାକୁ ହେଲେ ସାମାଜିକ, ଆର୍ଥିକ ଓ ଶୈଖିକ ସ୍ଥିତି ଜାଣିବାକୁ ପଡ଼ିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।