ଲେବାନନରେ ପୁଣି ଏୟାରଷ୍ଟ୍ରାଇକ୍ କଲା ଇସ୍ରାଏଲ୍: ଟଳିପଡ଼ିଲେ ହେଜ୍ବୋଲ୍ଲା କମାଣ୍ଡର
ବେରୁଟ,୨୮।୯:ଲେବାନନର ରାଜଧାନୀ ବେରୁଟରେ ହେଜ୍ବୋଲ୍ଲାର ମୁଖ୍ୟାଳୟ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଥିଲା। ଏହି ଆକ୍ରମଣ ଏତେ ଦ୍ରୁତ ଗତିରେ ଥିଲା ବେରୁଟରେ ପ୍ରଚଣ୍ଡ ଶବ୍ଦ ଶୁଭିଥିଲା। ଏଥିସହିତ ହେଜ୍ବୋଲ୍ଲାର ମୁଖ୍ୟାଳୟ ନଷ୍ଟ ହୋଇଯାଇଥିଲା। ହେଜ୍ବୋଲ୍ଲା ମୁଖ୍ୟ ହାସନ ନାସରାଲ୍ଲାଙ୍କୁ ଟାର୍ଗେଟ କରିବା ପାଇଁ ଇସ୍ରାଏଲ ଏହି ଆକ୍ରମଣ କରିଥିଲା। ଏଥି ସହିତ ବେରୁଟରେ ଭୀଷଣ ବିସ୍ଫୋରଣ ଜାରି ରହିଛି। ହେଜ୍ବୋଲ୍ଲା କହିଛି, ଆକ୍ରମଣ ପରେ ହାସନ ନାସରାଲ୍ଲା ଭଲ ଅଛନ୍ତି। ଇସ୍ରାଏଲର ଏହି ଆକ୍ରମଣ ଯୋଗୁ […] The post ଲେବାନନରେ ପୁଣି ଏୟାରଷ୍ଟ୍ରାଇକ୍ କଲା ଇସ୍ରାଏଲ୍: ଟଳିପଡ଼ିଲେ ହେଜ୍ବୋଲ୍ଲା କମାଣ୍ଡର appeared first on Dharitri Odia News.
ବେରୁଟ,୨୮।୯:ଲେବାନନର ରାଜଧାନୀ ବେରୁଟରେ ହେଜ୍ବୋଲ୍ଲାର ମୁଖ୍ୟାଳୟ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଥିଲା। ଏହି ଆକ୍ରମଣ ଏତେ ଦ୍ରୁତ ଗତିରେ ଥିଲା ବେରୁଟରେ ପ୍ରଚଣ୍ଡ ଶବ୍ଦ ଶୁଭିଥିଲା। ଏଥିସହିତ ହେଜ୍ବୋଲ୍ଲାର ମୁଖ୍ୟାଳୟ ନଷ୍ଟ ହୋଇଯାଇଥିଲା। ହେଜ୍ବୋଲ୍ଲା ମୁଖ୍ୟ ହାସନ ନାସରାଲ୍ଲାଙ୍କୁ ଟାର୍ଗେଟ କରିବା ପାଇଁ ଇସ୍ରାଏଲ ଏହି ଆକ୍ରମଣ କରିଥିଲା। ଏଥି ସହିତ ବେରୁଟରେ ଭୀଷଣ ବିସ୍ଫୋରଣ ଜାରି ରହିଛି।
ହେଜ୍ବୋଲ୍ଲା କହିଛି, ଆକ୍ରମଣ ପରେ ହାସନ ନାସରାଲ୍ଲା ଭଲ ଅଛନ୍ତି। ଇସ୍ରାଏଲର ଏହି ଆକ୍ରମଣ ଯୋଗୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ବିଶ୍ୱାସ କରାଯାଏ, କାରଣ ୬ଟି ବିଲ୍ଡିଂର ବର୍ଜ୍ୟବସ୍ତୁ ଏବେବି ଖୋଜା ଚାଲିଛି। ପ୍ରାରମ୍ଭିକ ବିସ୍ଫୋରଣ ପରେ ଇସ୍ରାଏଲ ଦକ୍ଷିଣ ଉପକଣ୍ଠର ଅନ୍ୟ ଅଞ୍ଚଳ ଉପରେ ଅନେକ ଆକ୍ରମଣ କରିଥିଲା।
ଇସ୍ରାଏଲ ସେନା ଦାବି କରିଛି,ହେଜ୍ବୋଲ୍ଲାର କ୍ଷେପଣାସ୍ତ୍ର ୟୁନିଟର କମାଣ୍ଡର ମହମ୍ମଦ ଅଲି ଇସମାଇଲ ମୃତ୍ୟୁବରଣ କରିଛନ୍ତି।
The post ଲେବାନନରେ ପୁଣି ଏୟାରଷ୍ଟ୍ରାଇକ୍ କଲା ଇସ୍ରାଏଲ୍: ଟଳିପଡ଼ିଲେ ହେଜ୍ବୋଲ୍ଲା କମାଣ୍ଡର appeared first on Dharitri Odia News.