କନେଷ୍ଟବଳଙ୍କୁ ଲହୁଲୁହାଣ କରି ଫେରାର ଥିଲା ଯୁବକ, ଆଜି ଧରିଛି ପୋଲିସ୍
ଲମତାପୁଟ (କେନ୍ୟୁଜ) : କନେଷ୍ଟବଳଙ୍କୁ ଥାନା ଭିତରେ ଆକ୍ରମଣ କରି ଫେରାର ଥିଲା ଯୁବକ । ହେଲେ ଖୋଜି ଖୋଜି ଆଜି ଧରିବାରେ ସଫଳ ହୋଇଛି ପୋଲିସ । ଶଶୁର ଘର ହିକିମ୍ ପୁଟ ଗାଁରୁ ଗିରଫ କରିଥିବା ସୂଚନା ଦେଇଛନ୍ତି ନନ୍ଦପୁର ଏସଡିପିଓ । ତେବେ ଆପଣ ଭାବୁଥିବେ କାହିଁକି ପୋଲିସକୁ କିଏ ଆକ୍ରମଣ କଲା ପୁଣି ଥାନା ଭିତରେ । ହଁ ଆଜ୍ଞା ଥାନା ଭିତରେ କନେଷ୍ଟବଳଙ୍କୁ ଆକ୍ରମଣ କରିଛି ଜଣେ ଯୁବକ । […] The post କନେଷ୍ଟବଳଙ୍କୁ ଲହୁଲୁହାଣ କରି ଫେରାର ଥିଲା ଯୁବକ, ଆଜି ଧରିଛି ପୋଲିସ୍ appeared first on KNews Odisha.

ଲମତାପୁଟ (କେନ୍ୟୁଜ) : କନେଷ୍ଟବଳଙ୍କୁ ଥାନା ଭିତରେ ଆକ୍ରମଣ କରି ଫେରାର ଥିଲା ଯୁବକ । ହେଲେ ଖୋଜି ଖୋଜି ଆଜି ଧରିବାରେ ସଫଳ ହୋଇଛି ପୋଲିସ । ଶଶୁର ଘର ହିକିମ୍ ପୁଟ ଗାଁରୁ ଗିରଫ କରିଥିବା ସୂଚନା ଦେଇଛନ୍ତି ନନ୍ଦପୁର ଏସଡିପିଓ । ତେବେ ଆପଣ ଭାବୁଥିବେ କାହିଁକି ପୋଲିସକୁ କିଏ ଆକ୍ରମଣ କଲା ପୁଣି ଥାନା ଭିତରେ । ହଁ ଆଜ୍ଞା ଥାନା ଭିତରେ କନେଷ୍ଟବଳଙ୍କୁ ଆକ୍ରମଣ କରିଛି ଜଣେ ଯୁବକ । ତେବେ ଆସନ୍ତୁ ଜାଣିବା କଣ ହେଇଥିଲା ଘଟଣା ଆଉ କାହିଁକି ଏମିତି ହେଲା ।
ସୂଚନା ମୁତାବକ ନନ୍ଦପୁର ଦଳିତ ସାହିର ଉମେଶ ଗୁଣ୍ଠା କିଛି ଦିନ ତଳେ ଖିଳୁଆ ଗାଁର ଜଣେ ନାବାଳିକାଙ୍କୁ ଅପହରଣ କରିଥିଲା। ଅଭିଯୁକ୍ତ ବିବାହିତ ଏବଂ ନାବାଳିକାଙ୍କୁ ଦ୍ବିତୀୟ ବିବାହ କରିବାକୁ ଅପହରଣ କରିଥିବା କୁହାଯାଉଛି। ଏ ନେଇ ନାବାଳିକାଙ୍କ ବାପା ନନ୍ଦପୁର ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ଆଧାରରେ ଉମେଶକୁ ପୁଲିସ ଥାନାକୁ ଆଣି ପଚରାଉଚୁରା ଆରମ୍ଭ କରିଥିଲା। ତେବେ ଥାନାର ଢିଲା ସୁରକ୍ଷା ବ୍ୟବସ୍ଥାର ସୁଯୋଗ ନେଇ ଉମେଶ ଚକ୍ମା ଦେଇ ଥାନାରୁ ଫେରାର ହୋଇଯାଇଥିଲା। ଏହାପରେ ଖୋଜାଖୋଜି ଆରମ୍ଭ କରିବାରୁ ଅଭିଯୁକ୍ତ ଉମେଶକୁ ପତ୍ରପଣ୍ଡି ଗାଁରେ ରହୁଥିବା ମାମୁ ଏସ୍.କେ ସାଇନ୍ ଆଶ୍ରୟ ଦେଇଥିବା ପୁଲିସ ଜାଣିବାକୁ ପାଇଲା।
ତେଣୁ ଏସ୍.କେ ସାଇନ୍କୁ ଥାନାକୁ ଆଣି ଅଟକ ରଖିଥିଲା। ପୁଲିସ କାଳେ ଗିରଫ କରି କୋର୍ଟ ଚାଲାଣ କରିବ ବୋଲି ଆଶଙ୍କା କରି ଅଭିଯୁକ୍ତର ମାମୁ ଏସ୍.କେ ସାଇନ୍ ମଧ୍ୟ ଥାନାରୁ ଚମ୍ପଟ ମାରିବାକୁ ଯୋଜନା କରିଥିଲା। ତେଣୁ ଥାନାର ଗୋଟିଏ ବନ୍ଧୁକରେ କନେଷ୍ଟବଳ ଭୂଷିତ ଟାକ୍ରିଙ୍କୁ ଆକ୍ରମଣ କରିଥିଲା। ଭୂଷିତ ଆଘାତ ପାଇ ତଳେ ପଡ଼ିଯିବାରୁ ଭଣଜା ଭଳି ମାମୁ ମଧ୍ୟ ଥାନାରୁ ଚମ୍ପଟ ମାରିଥିଲା। ଗୁରୁତର ଅବସ୍ଥାରେ କନେଷ୍ଟବଳ ଭୂଷିତ ଟାକ୍ରି ଙ୍କୁ ଉଦ୍ଧାର କରି ପ୍ରଥମେ ନନ୍ଦପୁର ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା,କିନ୍ତୁ ସ୍ବାସ୍ଥ୍ୟବ୍ୟସ୍ଥା ଗୁରୁତର ହେବାରୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
ମାମୁ ଓ ଭଜଣା ଥାନା ଭିତରୁ ଫେରାର ହୋଇଯିବା ପରେ ଅଜଣା ସ୍ଥାନରେ ଆଶ୍ରୟ ନେଇଥିବା ସୂଚନା ରହିଥିଲା । ତେବେ ଘଟଣାକୁ ଗୁରୁତ୍ୱରର ନେବା ସହ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଉକ୍ତ ଯୁବକକୁ ଶଶୁର ଘର ହିକିମପୁଟ ଗାଁରେ ଥିବା ଶଶୁର ଘରୁ ହିଁ ଗିରଫ କରିଥିବା ସୂଚନା ଦେଇଛନ୍ତି ନନ୍ଦପୁର ଏସଡିପିଓ ସମ୍ବିତ ମାଝୀ ।
The post କନେଷ୍ଟବଳଙ୍କୁ ଲହୁଲୁହାଣ କରି ଫେରାର ଥିଲା ଯୁବକ, ଆଜି ଧରିଛି ପୋଲିସ୍ appeared first on KNews Odisha.