ଭୋଟର୍ ସଚେତନତା ପାଇଁ ପଥ ଉତ୍ସବ ଓ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ
ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଏବେ ସମଗ୍ର ରାଜ୍ୟରେ ଭୋଟର ତାଲିକାରେ ନୂତନ ନାମ ସଂଯୋଗ ଓ ସଂଶୋଧନ କାର୍ଯ୍ୟକ୍ରମ ଚାଲୁଅଛି। ଏହି ପରିପ୍ରେକ୍ଷୀରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ -୨୦୨୫ ନିମନ୍ତେ ଏକ ସଚେଚନତା ଶୋଭାଯାତ୍ରା ସହ ସୋନପୁର ସହର ବ୍ଲକ ଛକ ଠାରେ ଶିକ୍ଷା ସୂଚନା ଓ ସାଂସ୍କୃତିକ ସମାରୋହ ସମ୍ମିଳିତ ପଥ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। […] The post ଭୋଟର୍ ସଚେତନତା ପାଇଁ ପଥ ଉତ୍ସବ ଓ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ appeared first on Odisha.News.

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଏବେ ସମଗ୍ର ରାଜ୍ୟରେ ଭୋଟର ତାଲିକାରେ ନୂତନ ନାମ ସଂଯୋଗ ଓ ସଂଶୋଧନ କାର୍ଯ୍ୟକ୍ରମ ଚାଲୁଅଛି। ଏହି ପରିପ୍ରେକ୍ଷୀରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ -୨୦୨୫ ନିମନ୍ତେ ଏକ ସଚେଚନତା ଶୋଭାଯାତ୍ରା ସହ ସୋନପୁର ସହର ବ୍ଲକ ଛକ ଠାରେ ଶିକ୍ଷା ସୂଚନା ଓ ସାଂସ୍କୃତିକ ସମାରୋହ ସମ୍ମିଳିତ ପଥ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନିର୍ବାଚନ ଶାଖା ଦ୍ୱାରା ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରୁ ସ୍ଥାନୀୟ ବ୍ଲକ ଛକ ପର୍ଯ୍ୟନ୍ତ ଆୟୋଜିତ ଏକ ସଚେତନତା ଶୋଭାଯାତ୍ରାକୁ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାସ ସବୁଜ ପତାକା ପଦର୍ଶନ ପୂର୍ବକ ଶୁଭ ଉଦଘାଟନ କରିଥିଲେ। ସ୍ୱଚ୍ଛ ଭାରତ, ଈନଫିନିଟି କ୍ଲବ, ସୋନପୁର କଲେଜ ଏନସିସି, ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ, ପଦ୍ମିନୀ ଦେବୀ ମହାବିଦ୍ୟାଳୟ ଓ ସହରର ସମସ୍ତ ସରକାରୀ ବେସରକାରୀ ସ୍ଵେଛାସେବୀ ଅନୁଷ୍ଠାନ ଶୋଭାଯାତ୍ରାରେ ସାମିଲ ହୋଇ ସହର ପରିକ୍ରମା କରି ବ୍ଲକ ଛକ ପଥ ଉତ୍ସବ ସ୍ଥଳରେ ପହଞ୍ଚିଥିଲେ। ପରେ ବ୍ଲକ ଛକ ଠାରେ ପଥୋତ୍ସବ ସଚେତନତା ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସମସ୍ତେ ଭୋଟ ରେ ଅଂଶ ଗ୍ରହଣ କରି ଜିଲ୍ଲାର ମତଦାନ ହାର ରେକର୍ଡ କୁ ଏକ ନମ୍ବର ସ୍ଥାନରେ ରଖିବାକୁ ଉପସ୍ଥିତ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀଙ୍କୁ ନିବେଦନ କରିଥିଲେ। ଉପ ଜିଲ୍ଲାପାଳ ତଥା ଇଆରଓ ସୋନପୁର ସୌମ୍ୟାରୁପା ରଥ ସ୍ଵାଗତ ଭାଷଣରେ ସଭାର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିବା ବେଳେ ସଭାରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଅଶ୍ୱିନୀ କୁମାର ମେହେର, ଡେପୁଟି କଲେକ୍ଟର ନିର୍ବାଚନ ଶାଖା ଯଶସ୍ୱନି ପୋଥାଳ, ସହକାରୀ ଜିଲ୍ଲାପାଳ ଅଜିତ ତ୍ରିପାଠୀ ପ୍ରମୁଖ ଯୋଗଦେଇ ନୂତନ ଭୋଟର ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ଡିବେଟ, ରଚନା, କୁଇଜ, ଚିତ୍ରାଙ୍କନ ,ସଙ୍ଗୀତ ରଙ୍ଗୋଲି, ଆର୍ଟ ଓ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ତଥା ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ବିଏଲ୍ଓ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ସଭାକୁ ନୀଳାମ୍ବର ଶତପଥୀ ପରିଚାଳନା କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଭିନାଶ ହୋତା ସଂଯୋଜନା କରିଥିଲେ।
The post ଭୋଟର୍ ସଚେତନତା ପାଇଁ ପଥ ଉତ୍ସବ ଓ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ appeared first on Odisha.News.