Jallianwala Bagh Massacre Day: ଆଜି ଜାଲିଆନାୱାଲା ବାଗ ହତ୍ୟାକାଣ୍ଡ ଦିବସ, ଜାଣନ୍ତୁ ଏହାର ଇତିହାସ, ତ୍ୟାଗ ପଛର କାହାଣୀ
ଆଜି ଅପ୍ରେଲ ୧୩, ଜାଲିଆନାୱାଲାବାଗ ହତ୍ୟାକାଣ୍ଡର ୧୦୬ତମ ବାର୍ଷିକୀ। ୧୯୧୯ ମସିହାର ଏହି ଦିନ ଭାରତୀୟ ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ଭାବେ ଯୋଡ଼ି ହୋଇଥିଲା। ପଞ୍ଜାବର ଅମୃତସରସ୍ଥିତ ଜାଲିଆନୱାଲା ବାଗରେ ବ୍ରିଟିଶ ସେନାନୀର ଜେନେରାଲ ରେଜିନାଲ୍ଡ ଡାୟାରଙ୍କ ନିର୍ଦ୍ଦେଶରେ ନିରସ୍ତ୍ର ଭାରତୀୟଙ୍କ ଉପରେ ନିର୍ଦ୍ଦୟ ଗୁଳିଚାଳନା ହୋଇଥିଲା। ବୈଶାଖୀ ଉତ୍ସବ ଉପଲକ୍ଷେ ଏକତ୍ରୀତ ମହିଳା, ପୁରୁଷ ଓ ଶିଶୁଙ୍କ ମଧ୍ୟରୁ ଶତାଧିକ ପ୍ରାଣ ହରାଇଥିଲେ ଏବଂ ସହସ୍ରାଧିକ ଆହତ ହୋଇଥିଲେ। ଏହି ଗୁଳିଚାଳନା ବ୍ରିଟିଶ ଶାସନର […] The post Jallianwala Bagh Massacre Day: ଆଜି ଜାଲିଆନାୱାଲା ବାଗ ହତ୍ୟାକାଣ୍ଡ ଦିବସ, ଜାଣନ୍ତୁ ଏହାର ଇତିହାସ, ତ୍ୟାଗ ପଛର କାହାଣୀ appeared first on Dharitri Odia News.
ଆଜି ଅପ୍ରେଲ ୧୩, ଜାଲିଆନାୱାଲାବାଗ ହତ୍ୟାକାଣ୍ଡର ୧୦୬ତମ ବାର୍ଷିକୀ। ୧୯୧୯ ମସିହାର ଏହି ଦିନ ଭାରତୀୟ ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ଭାବେ ଯୋଡ଼ି ହୋଇଥିଲା। ପଞ୍ଜାବର ଅମୃତସରସ୍ଥିତ ଜାଲିଆନୱାଲା ବାଗରେ ବ୍ରିଟିଶ ସେନାନୀର ଜେନେରାଲ ରେଜିନାଲ୍ଡ ଡାୟାରଙ୍କ ନିର୍ଦ୍ଦେଶରେ ନିରସ୍ତ୍ର ଭାରତୀୟଙ୍କ ଉପରେ ନିର୍ଦ୍ଦୟ ଗୁଳିଚାଳନା ହୋଇଥିଲା। ବୈଶାଖୀ ଉତ୍ସବ ଉପଲକ୍ଷେ ଏକତ୍ରୀତ ମହିଳା, ପୁରୁଷ ଓ ଶିଶୁଙ୍କ ମଧ୍ୟରୁ ଶତାଧିକ ପ୍ରାଣ ହରାଇଥିଲେ ଏବଂ ସହସ୍ରାଧିକ ଆହତ ହୋଇଥିଲେ। ଏହି ଗୁଳିଚାଳନା ବ୍ରିଟିଶ ଶାସନର ନିଷ୍ଠୁରତାର ପ୍ରମାଣ ଦେଇଥିଲା।
ଘଟଣା ସେତେବେଳେ ଭାରତୀୟଙ୍କ ମଧ୍ୟରେ ବ୍ରିଟିଶ ଶାସନ ବିରୋଧରେ ତୀବ୍ର ଆକ୍ରୋଶ ସୃଷ୍ଟି କରିଥିଲା। ମହାତ୍ମା ଗାନ୍ଧୀ, ରବୀନ୍ଦ୍ରନାଥ ଟାଗୋର ପ୍ରମୁଖ ମହାନ ନେତାମାନେ ଏହାର ତୀବ୍ର ନିନ୍ଦା କରିଥିଲେ। ଏଥିରେ ମର୍ମାହତ ହୋଇ ରବୀନ୍ଦ୍ରନାଥ ତାଙ୍କର ‘ନାଇଟ୍ହୁଡ’ ଉପାଧି ତ୍ୟାଗ କରିଥିଲେ। ଏହି ହତ୍ୟାକାଣ୍ଡ ସ୍ବାଧୀନତା ଆନ୍ଦୋଳନକୁ ନୂଆ ଦିଗ ଦେଖାଇଥିଲା ଏବଂ ଅସହଯୋଗ ଆନ୍ଦୋଳନର ମୂଳଦୁଆ ପକାଇଥିଲା।
ଏହି ଦିନରେ ଦେଶର ବିଭିନ୍ନ ପ୍ରାନ୍ତରେ ସ୍ମରଣ ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆଲୋଚନା ଚକ୍ରମାନ କରାଯାଇଥାଏ। ଏହି ଦିନ ଆମକୁ ସ୍ବାଧୀନତାର ମୂଲ୍ୟ, ଏକତାର ମହତ୍ତ୍ୱ ଓ ଶାନ୍ତିପୂର୍ଣ୍ଣ ସଂଗ୍ରାମର ଗୁରୁତ୍ୱ ମନେ ପକାଇ ଦିଏ। ଜାଲିଆନାୱାଲାବାଗ କେବଳ ଏକ ସ୍ଥାନ ନୁହେଁ, ଏହା ଭାରତୀୟଙ୍କ ସଂକଳ୍ପ ଓ ତ୍ୟାଗର ଅମର ପ୍ରତୀକ।
The post Jallianwala Bagh Massacre Day: ଆଜି ଜାଲିଆନାୱାଲା ବାଗ ହତ୍ୟାକାଣ୍ଡ ଦିବସ, ଜାଣନ୍ତୁ ଏହାର ଇତିହାସ, ତ୍ୟାଗ ପଛର କାହାଣୀ appeared first on Dharitri Odia News.