ଆଜି ୫ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ
ପୁରୀ,୨୧ା୪(ଅଜିତ କୁମାର ମହାନ୍ତି): ବୈଶାଖ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ପାଇଁ ଏହି ନୀତି ସମ୍ପାଦନ କରାଯାଏ। ଏହା ଏକ ଗୁପ୍ତନୀତି। ତେଣୁ ଏହି ନୀତି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଏ। ସୋମବାର ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପଇତାଲାଗି ନୀତି ସମ୍ପାଦନ ହେବାକୁ ଥିବାରୁ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର […] The post ଆଜି ୫ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ appeared first on Dharitri Odia News.
ପୁରୀ,୨୧ା୪(ଅଜିତ କୁମାର ମହାନ୍ତି): ବୈଶାଖ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ପାଇଁ ଏହି ନୀତି ସମ୍ପାଦନ କରାଯାଏ। ଏହା ଏକ ଗୁପ୍ତନୀତି। ତେଣୁ ଏହି ନୀତି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଏ। ସୋମବାର ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପଇତାଲାଗି ନୀତି ସମ୍ପାଦନ ହେବାକୁ ଥିବାରୁ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପରମ୍ପରା ଅନୁଯାୟୀ, ପାଟରା ବିଶୋଇମାନେ ପ୍ରସ୍ତୁତ କରିଥିବା ପଇତାକୁ ରବିବାର ଦେଉଳକରଣଙ୍କୁ ହସ୍ତାନ୍ତର କରିଛନ୍ତି। ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦ୍ୱିତୀୟ ଭୋଗମଣ୍ଡପ ପରେ ପଇତାଲାଗି ନୀତି ହେବ। ପାଟଡୋରିରେ ନିର୍ମିତ ଜାଲିଯୁକ୍ତ ବସ୍ତ୍ରକୁ ମହାପ୍ରଭୁଙ୍କୁ ଲାଗି କରାଯିବ, ଯାହାକୁ ପଇତାଲାଗି ବୋଲି କୁହାଯାଏ। ବର୍ଷକରେ ଦୁଇଥର ଅର୍ଥାତ୍ ଚନ୍ଦନଯାତ୍ରା ଓ ଘୋଡ଼ଲାଗି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥାଏ। ଦଇତାପତି ସେବାୟତମାନେ ଏହି ନୀତି ସମ୍ପାଦନ କରିଥାନ୍ତି। ମହାପ୍ରଭୁଙ୍କ ପଇତାଲାଗି, ରାମାଭିଷେକ ଓ ବନକଲାଗି ଆଦି ବିଶେଷ ନୀତି ହେବାକୁ ଥିବାରୁ ୪ଦିନ ପାଇଁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
The post ଆଜି ୫ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ appeared first on Dharitri Odia News.