ଟାଟା ପାଓ୍ବାରର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୩।୬: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଭାରତର ଅନ୍ୟତମ ବୃହତ୍ତମ ସମନ୍ବିତ ଶକ୍ତି କମ୍ପାନୀ ‘ଟାଟା ପାଓ୍ବାର’କୁ ନିକଟରେ ଆଉ ଏକ ସ୍ବୀକୃତି ମିଳିଛି। ବିଦ୍ୟୁତ୍‌ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ସହ କମ୍ପାନୀ ଏକ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଏପରିକି କମ୍ପାନୀ ଡିଷ୍ଟ୍ରିବ୍ୟୁଟେଡ୍‌ ଏନର୍ଜି ରିସୋର୍ସେସ୍‌ (ଡିଇଆର୍‌) ସୁବିଧା ଏବଂ ପିୟର-ଟୁ-ପିୟର (ପି୨ପି) ବିଦ୍ୟୁତ୍‌ କାରବାରରେ ଅଗ୍ରଣୀ ଶକ୍ତି ଭାବେ ବିଶ୍ୱବ୍ୟାଙ୍କ ଶକ୍ତି ରିପୋର୍ଟରେ ସ୍ବୀକୃତି ପାଇ ଗର୍ବିତ ଅନୁଭବ କରୁଛି। ସେହିଭଳି […] The post ଟାଟା ପାଓ୍ବାରର ନୂଆ ମାଇଲଖୁଣ୍ଟ appeared first on Dharitri Odia News.

ଟାଟା ପାଓ୍ବାରର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୩।୬: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଭାରତର ଅନ୍ୟତମ ବୃହତ୍ତମ ସମନ୍ବିତ ଶକ୍ତି କମ୍ପାନୀ ‘ଟାଟା ପାଓ୍ବାର’କୁ ନିକଟରେ ଆଉ ଏକ ସ୍ବୀକୃତି ମିଳିଛି। ବିଦ୍ୟୁତ୍‌ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ସହ କମ୍ପାନୀ ଏକ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଏପରିକି କମ୍ପାନୀ ଡିଷ୍ଟ୍ରିବ୍ୟୁଟେଡ୍‌ ଏନର୍ଜି ରିସୋର୍ସେସ୍‌ (ଡିଇଆର୍‌) ସୁବିଧା ଏବଂ ପିୟର-ଟୁ-ପିୟର (ପି୨ପି) ବିଦ୍ୟୁତ୍‌ କାରବାରରେ ଅଗ୍ରଣୀ ଶକ୍ତି ଭାବେ ବିଶ୍ୱବ୍ୟାଙ୍କ ଶକ୍ତି ରିପୋର୍ଟରେ ସ୍ବୀକୃତି ପାଇ ଗର୍ବିତ ଅନୁଭବ କରୁଛି। ସେହିଭଳି ଅଭିନବ ଫାଇନାନ୍ସିଂ ଏବଂ ରୁଫ୍‌ ଟପ୍‌ ସୋଲାର ରକ୍ଷଣାବେକ୍ଷଣ ସହ କମ୍ପାନୀ ଦୁଇ ଅଂଶ ବିଶିଷ୍ଟ ଶୁଳ୍କ ମଡେଲ ମାଧ୍ୟମରେ ରାଜସ୍ବ ବିପଦ ପରିଚାଳନା କରୁଛି। ଅପରପକ୍ଷରେ ବ୍ୟାଟେରି ଏନର୍ଜି ଷ୍ଟୋରେଜ୍‌ ସିଷ୍ଟମ୍‌ (ବିଇଏସ୍‌ଏସ୍‌) ସ୍ଥାପନଠାରୁ ଆରମ୍ଭକରି ଲାଇଭ ପିୟର-ଟୁ-ପିୟର (ପି୨ପି) ସୌର ଶକ୍ତି କାରବାର ଏବଂ ଅର୍ବାନ ମାଇକ୍ରୋ ଗ୍ରୀଡ୍‌ ସ୍ଥାପନ କରିବା ପର୍ଯ୍ୟନ୍ତ ଟାଟା ପାୱାର ତା’ର ଉପଭୋକ୍ତାମାନଙ୍କୁ ଉନ୍ନତ ପିକ୍‌ ଲୋଡ୍‌ ପରିଚାଳନା, ସିଷ୍ଟମ ନମନୀୟତା ଏବଂ ଭରସାଯୋଗ୍ୟ ଶକ୍ତି ସୁନିଶ୍ଚିତ କରିବା ପାଇଁ ବୈଷୟିକ ସଫଳତା ଆଣିଛି।

The post ଟାଟା ପାଓ୍ବାରର ନୂଆ ମାଇଲଖୁଣ୍ଟ appeared first on Dharitri Odia News.