ବର୍ତ୍ତିବେ ନାହିଁ ମଦ୍ୟପ ବାଇକ ଚାଳକ, ରାଜଧାନୀର ୧୭ଟି ସ୍ଥାନରେ ବ୍ଲକିଂ-ଚେକିଂ
ଭୁବନେଶ୍ୱର ୨୪।୦୩ : ଦିନ ଯେତିକି ଗଡୁଛି, ବ୍ଲକିଂ ଚେକିଂ ସେତେ କଡାକଡି ହେଉଛି। ବର୍ତିବେ ନାହିଁ ମଦ୍ୟପ ଚାଳକ। ନିଜେ ଓ ଅନ୍ୟକୁ ସୁରକ୍ଷା ଦେବା ସହ ଅପରାଧ ନିୟନ୍ତ୍ରଣ ପାଇଁ କଡ଼ା ଚେକିଂ କରୁଛି କମିଶନରେଟ ପୋଲିସ। ଶନିବାର ବିଳମ୍ୱିତ ରାତିରେ ରାଜଧାନୀରେ କମିଶନରେଟ୍ ପୁଲିସର ୬ଟି ଜୋନର ୧୭ଟି ସ୍ଥାନରେ ଚାଲିଛି ମାରାଥନ୍ ବ୍ଲକିଂ ଚେକିଂ। ଖବର ଅନୁଯାୟୀ, କମିଶନରେଟ ପୋଲିସର ଟ୍ରାଫିକ ୟୁନିଟ୍ ପକ୍ଷରୁ ରାଜଧାନୀର ଏକାଧିକ ସ୍ଥାନରେ ଚେକିଂରେ ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ କରାଯାଇଛି। ଶିଶୁଭବନ ଛକ ଠାରୁ ଆରମ୍ଭ କରି ରବି ଟକିଜ୍, ପୋଖରୀପୁଟ, ମଦନପୁର, ଭିଏସ୍ଏସ୍ ନଗର, ନାଲକୋ ଛକ, ରେଳ ସଦନ ଛକ ଏବଂ ଶୈଳଶ୍ରୀ ବିହାର , ନନ୍ଦନକାନନ ଛକରେ ଚେକ୍ ପୋଷ୍ଟ ଲାଗିଛି। ଭୋର୍ 5ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂରେ ଟୁଇନ୍ ସିଟି କମିଶନର, ଭୁବନେଶ୍ୱର ଡିସିପି , ଟ୍ରାଫିକ ଡିସିପି, ଆଡ଼ିସନାଲ୍ ଡିସିପି ଟ୍ରାଫିକ ଏସିପି ସମେତ ୧୭ ଜଣ ଥାନା ଅଧିକାରୀ ତଦାରଖ କରିଥିଲେ। .ତେବେ ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ ବେଳେ ଏକାଧିକ ମଦ୍ୟପ ଚାଳକ ଧରାପଡ଼ିଥିଲେ। ପାଖାପାଖି ୩୦ରୁ ଅଧିକ ଗାଡ଼ି ଜବତ ହୋଇଥିବା ବେଳେ ସେଥିମଧ୍ୟରୁ ଏକାଧିକ ଦାମୀ କାର୍ ସିଜ୍ ସହ ମାମଲା ମଧ୍ୟ ରୁଜ୍ଜୁ କରାଯାଇଛି। ସେପଟେ ନିଶା ଖାଇ ଗାଡ଼ି ଚଳାଇବା ଯୋଗୁ ରାଜରାସ୍ତାରେ ଧନଜୀବନ ହାନି ଓ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ବିଶେଷ କରି ଚୋର
ଭୁବନେଶ୍ୱର ୨୪।୦୩ : ଦିନ ଯେତିକି ଗଡୁଛି, ବ୍ଲକିଂ ଚେକିଂ ସେତେ କଡାକଡି ହେଉଛି। ବର୍ତିବେ ନାହିଁ ମଦ୍ୟପ ଚାଳକ। ନିଜେ ଓ ଅନ୍ୟକୁ ସୁରକ୍ଷା ଦେବା ସହ ଅପରାଧ ନିୟନ୍ତ୍ରଣ ପାଇଁ କଡ଼ା ଚେକିଂ କରୁଛି କମିଶନରେଟ ପୋଲିସ। ଶନିବାର ବିଳମ୍ୱିତ ରାତିରେ ରାଜଧାନୀରେ କମିଶନରେଟ୍ ପୁଲିସର ୬ଟି ଜୋନର ୧୭ଟି ସ୍ଥାନରେ ଚାଲିଛି ମାରାଥନ୍ ବ୍ଲକିଂ ଚେକିଂ।

ଖବର ଅନୁଯାୟୀ, କମିଶନରେଟ ପୋଲିସର ଟ୍ରାଫିକ ୟୁନିଟ୍ ପକ୍ଷରୁ ରାଜଧାନୀର ଏକାଧିକ ସ୍ଥାନରେ ଚେକିଂରେ ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ କରାଯାଇଛି। ଶିଶୁଭବନ ଛକ ଠାରୁ ଆରମ୍ଭ କରି ରବି ଟକିଜ୍, ପୋଖରୀପୁଟ, ମଦନପୁର, ଭିଏସ୍ଏସ୍ ନଗର, ନାଲକୋ ଛକ, ରେଳ ସଦନ ଛକ ଏବଂ ଶୈଳଶ୍ରୀ ବିହାର , ନନ୍ଦନକାନନ ଛକରେ ଚେକ୍ ପୋଷ୍ଟ ଲାଗିଛି। ଭୋର୍ 5ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂରେ ଟୁଇନ୍ ସିଟି କମିଶନର, ଭୁବନେଶ୍ୱର ଡିସିପି , ଟ୍ରାଫିକ ଡିସିପି, ଆଡ଼ିସନାଲ୍ ଡିସିପି ଟ୍ରାଫିକ ଏସିପି ସମେତ ୧୭ ଜଣ ଥାନା ଅଧିକାରୀ ତଦାରଖ କରିଥିଲେ। .

ତେବେ ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ ବେଳେ ଏକାଧିକ ମଦ୍ୟପ ଚାଳକ ଧରାପଡ଼ିଥିଲେ। ପାଖାପାଖି ୩୦ରୁ ଅଧିକ ଗାଡ଼ି ଜବତ ହୋଇଥିବା ବେଳେ ସେଥିମଧ୍ୟରୁ ଏକାଧିକ ଦାମୀ କାର୍ ସିଜ୍ ସହ ମାମଲା ମଧ୍ୟ ରୁଜ୍ଜୁ କରାଯାଇଛି। ସେପଟେ ନିଶା ଖାଇ ଗାଡ଼ି ଚଳାଇବା ଯୋଗୁ ରାଜରାସ୍ତାରେ ଧନଜୀବନ ହାନି ଓ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ବିଶେଷ କରି ଚୋରା ଗାଡ଼ି, ନିଶା ଦ୍ରବ୍ୟ କାରବାର ସହ ଅସାମାଜିକ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇଛି ପୁଲିସ୍। ଆଗ ଅପେକ୍ଷା ଡ୍ରଙ୍କେନ୍ ଡ୍ରାଇଭ ମାମଲା କମୁଥିବା ବେଳେ ଆଗକୁ ଏହି ଦୃଢ଼ ପଦକ୍ଷେପ ଜାରି ରହିବ ବୋଲି କହିଛନ୍ତି ପୁଲିସ୍ କମିଶନର ସଞ୍ଜୀବ ପଣ୍ଡା ।
