ବର୍ଷ ବର୍ଷ ଧରି ଶ୍ରୀମନ୍ଦିରରେ ଅବାଧରେ ଯାଅ ଆସ କରିବା ପରେ ଏବେ ଦହଗଞ୍ଜ ହେଉଛନ୍ତି ପୁରୀ ବାସିନ୍ଦା

ପୁରୀ: ଭାଗ୍ୟରେ ଥିଲେ ମଣିଷ ଶ୍ରୀକ୍ଷେତ୍ର ମାଟିରେ ଜନ୍ମ ହୁଏ । କଳି ଯୁଗରେ ଦାରୁ ବ୍ରହ୍ମ ରୂପରେ ପୂଜା ପାଇଁ ଲୀଳା ଖେଳା କରୁଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ପୁରୀ ବାସୀଙ୍କ ପାଇଁ ଆପଣାର ଠାକୁର । କିନ୍ତୁ ସେହି ପୁରୀ ବାସିନ୍ଦା ଆଜି ମହାପ୍ରଭୁଙ୍କ ଦର୍ଶନ କରିପାରୁନାହାନ୍ତି । ଯାହା ଅଭିଯୋଗ ଆସିଛି କି, ଜଗା ଆଖି ସହ ଆଖି ମିଶାଇ ଅଳି, ଅଝଟ କି ଅଭିମାନ କରି ପାରୁନାହାନ୍ତି ପୁରୀ ବାସିନ୍ଦା । ତେବେ […] The post ବର୍ଷ ବର୍ଷ ଧରି ଶ୍ରୀମନ୍ଦିରରେ ଅବାଧରେ ଯାଅ ଆସ କରିବା ପରେ ଏବେ ଦହଗଞ୍ଜ ହେଉଛନ୍ତି ପୁରୀ ବାସିନ୍ଦା appeared first on KNews Odisha.

ବର୍ଷ ବର୍ଷ ଧରି ଶ୍ରୀମନ୍ଦିରରେ ଅବାଧରେ ଯାଅ ଆସ କରିବା ପରେ ଏବେ ଦହଗଞ୍ଜ ହେଉଛନ୍ତି ପୁରୀ ବାସିନ୍ଦା
PURI TEMPLE

ପୁରୀ: ଭାଗ୍ୟରେ ଥିଲେ ମଣିଷ ଶ୍ରୀକ୍ଷେତ୍ର ମାଟିରେ ଜନ୍ମ ହୁଏ । କଳି ଯୁଗରେ ଦାରୁ ବ୍ରହ୍ମ ରୂପରେ ପୂଜା ପାଇଁ ଲୀଳା ଖେଳା କରୁଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ପୁରୀ ବାସୀଙ୍କ ପାଇଁ ଆପଣାର ଠାକୁର । କିନ୍ତୁ ସେହି ପୁରୀ ବାସିନ୍ଦା ଆଜି ମହାପ୍ରଭୁଙ୍କ ଦର୍ଶନ କରିପାରୁନାହାନ୍ତି । ଯାହା ଅଭିଯୋଗ ଆସିଛି କି, ଜଗା ଆଖି ସହ ଆଖି ମିଶାଇ ଅଳି, ଅଝଟ କି ଅଭିମାନ କରି ପାରୁନାହାନ୍ତି ପୁରୀ ବାସିନ୍ଦା । ତେବେ ପୁରୀ ବାସିନ୍ଦା କିଭଳି ମହାପ୍ରଭୁଙ୍କ ଦର୍ଶନ ଭଲ ସେ କରିପାରିବେ ସେନେଇ ଉତ୍କଳ ବିଦ୍ୱତ୍ ପରିଷଦ ପକ୍ଷରୁ ଆୟୋଜିତ ଏକ ଆଲୋଚନା ଚକ୍ରରେ ବୁଦ୍ଧିଜୀବୀଙ୍କ ମତାମତ ନିଆଯାଇଛି ।

ହଁ ଆଜ୍ଞା ସନାତନ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ଓ ପ୍ରଚାର ପାଇଁ କାର୍ଯ୍ୟରତ ଉତ୍କଳ ବିଦ୍ୱତ୍ ପରିଷଦ ପୁରୀ ଆନୁକୂଲ୍ୟରେ ପୁରୀ ବାସୀଙ୍କ ପାଇଁ ଶ୍ରୀମନ୍ଦିରରେ ଦର୍ଶନ ସୁବିଧା ପ୍ରସ୍ତାବ ମୂଳକ ମାନସ ମନ୍ଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତ କିଛି ବର୍ଷ ଧରି ପୁରୀବାସି ଆଉ ଶ୍ରୀମନ୍ଦିରକୁ ଅବାଧରେ ପ୍ରବେଶ କରିପାରୁନାହାନ୍ତି । ବିଶେଷତଃ ପୁରୀ ବାସିନ୍ଦା ଶ୍ରୀମନ୍ଦିରକୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ଛଡା ବିଭିନ୍ନ ଦିନରେ ଅବଢା ପାଇଁ ଆନନ୍ଦ ବଜାରକୁ ଯିବା, ନିର୍ବନ୍ଧ ଓ ମହାର୍ଦ ଟେକା ପାଇଁ ସୂର୍ଯ୍ୟ ମନ୍ଦିର ଯିବା, ସାବିତ୍ରୀରେ ଲକ୍ଷ୍ମୀ ମନ୍ଦିର ଯିବା, ମିଳିମିଳା ବା ହାଡଫୁଟି ହେଲେ ଶୀତଳାଙ୍କ ପାଖକୁ ଯିବା, ଏମିତି ଅନେକ କଥା ।

ତେବେ ପୁରୀ ବାସୀଙ୍କ ପାଇଁ ଶ୍ରୀମନ୍ଦିର ହେଉଛି ଗାଁ ମନ୍ଦିର ଆଉ ଶ୍ରୀଜଗନ୍ନାଥ ହେଉଛନ୍ତି ଗ୍ରାମ ଦେବତା । ଶହ ଶହ ବର୍ଷ ଧରି ଶ୍ରୀମନ୍ଦିରରେ ଅବାଧରେ ଯାଅ ଆସ କରିବା ପରେ ଏବେ ଏମାନେ ଦହଗଞ୍ଜ ହେଉଛନ୍ତି । ବୟସ୍କ ବାପା ବୋଉ ହୁଅନ୍ତୁ କି ବରିଷ୍ଠ ନାଗରିକ ହୁଅନ୍ତୁ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ଦର୍ଶନ ଯେମିତ ସେମାନଙ୍କ ପାଇଁ ସ୍ଵପ୍ନ ପାଲଟି ଯାଇଛି । ଶ୍ରୀମନ୍ଦିରରେ ବିଭିନ୍ନ ସମୟରେ ଦର୍ଶନ ବ୍ୟବସ୍ଥା ଲାଗୁ କରାଯାଇଛି ଓ ଅସଫଳ ହୋଇଛି ମଧ୍ୟ । ତେବେ ଏହି ମାନସ ମନ୍ଥନ କାର୍ଯ୍ୟକ୍ରମର ପ୍ରସ୍ତାବକୁ ଆଗାମୀ ଦିନରେ ଏକ କ୍ରିୟାନୁଷ୍ଠାନ ସମିତି ଗଢ଼ି ତା ମାଧ୍ୟମରେ ପ୍ରସ୍ତାବ ଗୁଡିକୁ ଉଚ୍ଚ ପଦାଧିକାରୀ ଓ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ।

ଏକ କମିଟି ଭାରତର ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣ କରି ଅଭିଜ୍ଞତା ମୂଳକ ପ୍ରସ୍ତାବ ସରକାରଙ୍କୁ ପ୍ରଦାନ କରିବାକୁ କଟକି ମଠ ମହନ୍ତ ମହାରାଜ ପ୍ରସ୍ତାବ ଦେଇଥିଲେ । ୨୦ ଜଣିଆ କମିଟି ଗଠନ କରାଯାଇ ଜିଲ୍ଲାପାଳ, ମୁଖ୍ୟ ମନ୍ଦିର ପରିଚାଳକଙ୍କୁ ସାକ୍ଷାତ୍ କରି ଦାବି ପତ୍ର ପ୍ରଦାନ କରାଯାଇଥିବାବେଳେ, ପୁରୀ ବସୀଙ୍କୁ ସ୍ଥାୟୀ ପରିଚୟ ପତ୍ର ପ୍ରଦାନ ପୂର୍ବକ ମନ୍ଦିର ପ୍ରବଶକୁ ପୁନଃ ଚାଲୁ କରିବା, ପୁରୀବାସୀଙ୍କ ପାଇଁ ମୁଦୁଲି ଦ୍ୱାର ଦେଇ ପ୍ରବେଶ ବ୍ୟବସ୍ଥା କରିବା ସହ ପ୍ରଶାସନିକ ସ୍ତରରେ ଶୃଙ୍ଖଳା ବ୍ୟବସ୍ଥା କରାଯାଉ, ସ୍ଥାନୀୟ ବାସିନ୍ଦା ମାନଙ୍କ ପାଇଁ ପ୍ରବେଶ ବ୍ୟବସ୍ଥା ସହ ଭିତର କାଠ ଦର୍ଶନ ସମୟ ବୃଦ୍ଧି ସହିତ ଶୃଙ୍ଖଳା ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା, ବରିଷ୍ଠ ନାଗରିକଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା, ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ ସୋସିଆଲ ମିଡ଼ିଆ ମାଧ୍ୟମରେ ନିବେଦନ ଓ ଲଢେଇ ଜାରି ରଖିବା ଆଦି ପ୍ରସ୍ତାବ ଆସିଥିଲା । ତେବେ ଏହି ଆଲୋଚନା ଚକ୍ରରେ ପରିଚୟପତ୍ର, ସ୍ୱତନ୍ତ୍ର ସମୟ ୧ଘଣ୍ଟା ପଣ୍ଡାଦ୍ୱାର, ଭୋଗମଣ୍ଡପ ଓ ଘଣ୍ଟିଦ୍ୱାର ଦେଇ ପ୍ରବେଶ, ସ୍ଥାନୀୟ ଅଧିବାସୀଙ୍କ ପାଇଁ SOP ବ୍ୟବସ୍ଥା, କର୍ମଚାରୀ ମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ବ୍ୟବସ୍ଥା ଆଦି ଦିଗ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା ।

ଆହୁରି ପଢନ୍ତୁ: ଶ୍ରୀ ଲିଙ୍ଗରାଜ ମନ୍ଦିର ଉପରେ ଉଡିଲା ଡ୍ରୋନ, ତଦନ୍ତ ଜାରି

 

The post ବର୍ଷ ବର୍ଷ ଧରି ଶ୍ରୀମନ୍ଦିରରେ ଅବାଧରେ ଯାଅ ଆସ କରିବା ପରେ ଏବେ ଦହଗଞ୍ଜ ହେଉଛନ୍ତି ପୁରୀ ବାସିନ୍ଦା appeared first on KNews Odisha.