ବର୍ଷର ସବୁଠୁ ବିରଳ ଘଟଣା । ଦିନ ହୋଇଗଲା ଛୋଟ, ରାତି ହେଲା ବଡ଼
କନକ ବ୍ୟୁରୋ: ଆଜି ଦିନ ଛୋଟ ରାତି ବଡ, ବର୍ଷର ଶେଷର ବିରଳ ମହାଜଗତିକ ଦିନ । ଆଜିର ଦିନ ବର୍ଷର ସବୁଠାରୁ ଛୋଟ ଦିନ ଭାବେ ହୋଇଛି ଅନୁଭୂତ । ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ ବର୍ଷ ଶେଷର ଏହି ବିରଳ ଘଟଣା ପଛରେ ରହିଛି ବୈଜ୍ଞାନିକ କାରଣ । ଯେଉଁଥିପାଇଁ ଦିନ ଓ ରାତିର ସମୟରେ ଦେଖିବାକୁ ମିଳିଥାଏ ବଡ଼ ପରିବର୍ତ୍ତନ । ଆଜିର ଦିନ ଥିଲା ବର୍ଷର ସବୁଠାରୁ ଛୋଟ ଦିନ । ପ୍ରତି ବର୍ଷ ଡିସେମ୍ବର ୨୧ କିମ୍ବା ୨୨ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁର ପ୍ରଥମ ଦିନ ଆରମ୍ଭ ହୋଇଥାଏ ଏବଂ ଏହା ବର୍ଷର ସବୁଠାରୁ ଛୋଟ ଦିନ ହୋଇଥାଏ । ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ... ଆଜି ଦିନର ସମୟ ରହିଥିଲା ମାତ୍ର ୧୦ ଘଣ୍ଟା ୫୪ ମିନିଟ୍ ୨୪ ସେକେଣ୍ଡକିନ୍ତୁ ରାତି ପ୍ରାୟ ୧୩ ଘଣ୍ଟା, ୫ ମିନିଟ୍ ୩୬ ସେକେଣ୍ଡ ହେବସୂର୍ୟ୍ୟଙ୍କ କିରଣ ଆଜି ସିଧା ନପଡି ଅତ୍ୟଧିକ ତେରଚ୍ଛା ପଡିଥାଏଆଜିଠୁ ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁର ପ୍ରଥମ ଦିନ ଆରମ୍ଭ ହୁଏଏହାପରେ ଧୀରେ ଧୀରେ ଦିନଗୁଡ଼ିକ ଅଧିକରୁ ଅଧିକ ଲମ୍ବା ହୁଏ ଡିସେମ୍ବର ୨୫ ତାରିଖକୁ ସମସ୍ତେ ‘ବଡ଼ଦିନ’ ରୁପେ ପାଳନ କରନ୍ତିମାର୍ଚ୍ଚ ମାସ ବେଳକୁ ଦିନ ଓ ରାତିର ଅବଧି ପାଖାପାଖି ସମାନ ହୁଏ ତେବେ ଆସନ୍ତୁ ଜାଣିବା ଏହା ପଛରେ କ’ଣ ବୈଜ୍ଞାନିକ କାରଣ ରହିଛି ବର୍ଷର ଏହି ଛୋଟ ଦିନକୁ ୱିଣ୍ଟର ସୋଲଷ୍ଟିକ ବୋଲି କୁହାଯାଏ ୱିଣ୍ଟର ସୋଲଷ୍ଟିକ ଏକ ଲାଟିନ୍ ଶଦ୍ଦ ଯାହାର ଅର୍ଥ ହେଉଛି ସୂର୍ୟ୍ୟ ଅସ୍ତ ହେବା ପୃଥିବୀ ନିଜର କକ୍

କନକ ବ୍ୟୁରୋ: ଆଜି ଦିନ ଛୋଟ ରାତି ବଡ, ବର୍ଷର ଶେଷର ବିରଳ ମହାଜଗତିକ ଦିନ । ଆଜିର ଦିନ ବର୍ଷର ସବୁଠାରୁ ଛୋଟ ଦିନ ଭାବେ ହୋଇଛି ଅନୁଭୂତ । ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ ବର୍ଷ ଶେଷର ଏହି ବିରଳ ଘଟଣା ପଛରେ ରହିଛି ବୈଜ୍ଞାନିକ କାରଣ । ଯେଉଁଥିପାଇଁ ଦିନ ଓ ରାତିର ସମୟରେ ଦେଖିବାକୁ ମିଳିଥାଏ ବଡ଼ ପରିବର୍ତ୍ତନ ।
ଆଜିର ଦିନ ଥିଲା ବର୍ଷର ସବୁଠାରୁ ଛୋଟ ଦିନ । ପ୍ରତି ବର୍ଷ ଡିସେମ୍ବର ୨୧ କିମ୍ବା ୨୨ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁର ପ୍ରଥମ ଦିନ ଆରମ୍ଭ ହୋଇଥାଏ ଏବଂ ଏହା ବର୍ଷର ସବୁଠାରୁ ଛୋଟ ଦିନ ହୋଇଥାଏ ।
ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ...
ଆଜି ଦିନର ସମୟ ରହିଥିଲା ମାତ୍ର ୧୦ ଘଣ୍ଟା ୫୪ ମିନିଟ୍ ୨୪ ସେକେଣ୍ଡ
କିନ୍ତୁ ରାତି ପ୍ରାୟ ୧୩ ଘଣ୍ଟା, ୫ ମିନିଟ୍ ୩୬ ସେକେଣ୍ଡ ହେବ
ସୂର୍ୟ୍ୟଙ୍କ କିରଣ ଆଜି ସିଧା ନପଡି ଅତ୍ୟଧିକ ତେରଚ୍ଛା ପଡିଥାଏ
ଆଜିଠୁ ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁର ପ୍ରଥମ ଦିନ ଆରମ୍ଭ ହୁଏ
ଏହାପରେ ଧୀରେ ଧୀରେ ଦିନଗୁଡ଼ିକ ଅଧିକରୁ ଅଧିକ ଲମ୍ବା ହୁଏ
ଡିସେମ୍ବର ୨୫ ତାରିଖକୁ ସମସ୍ତେ ‘ବଡ଼ଦିନ’ ରୁପେ ପାଳନ କରନ୍ତି
ମାର୍ଚ୍ଚ ମାସ ବେଳକୁ ଦିନ ଓ ରାତିର ଅବଧି ପାଖାପାଖି ସମାନ ହୁଏ
ତେବେ ଆସନ୍ତୁ ଜାଣିବା ଏହା ପଛରେ କ’ଣ ବୈଜ୍ଞାନିକ କାରଣ ରହିଛି
ବର୍ଷର ଏହି ଛୋଟ ଦିନକୁ ୱିଣ୍ଟର ସୋଲଷ୍ଟିକ ବୋଲି କୁହାଯାଏ
ୱିଣ୍ଟର ସୋଲଷ୍ଟିକ ଏକ ଲାଟିନ୍ ଶଦ୍ଦ
ଯାହାର ଅର୍ଥ ହେଉଛି ସୂର୍ୟ୍ୟ ଅସ୍ତ ହେବା
ପୃଥିବୀ ନିଜର କକ୍ଷ ପଥରେ ବୁଲିବା ସହ ସୂର୍ୟ୍ୟ ଆଡକୁ ଗତି କରିଥାଏ
ଏଥିପାଇଁ ପୃଥିବୀର ଏକ ଭାଗ ଯାହା ସୂର୍ୟ୍ୟଙ୍କ ସଂସ୍ପର୍ଶରେ ଆସିଯାଏ
ଫଳରେ ଦିନ ଛୋଟ ହୁଏ ଓ ରାତି ଲମ୍ବା ହୋଇଥାଏ
ତେବେ ୱିଣ୍ଟର ସୋଲଷ୍ଟିକ ଭଳି ସମର ସୋଲଷ୍ଟିକ ବି ରହିଛି । ଅର୍ଥାତ୍ ବର୍ଷର ସବୁଠୁ ଲମ୍ବା ତଥା ବଡ ଦିନ । ଏହି ଦିନରେ ରାତି ସବୁଠାରୁ ଛୋଟ ହୋଇଥାଏ । ୨୦ରୁ ୨୩ ଜୁନ ମଧ୍ୟରେ କୌଣସି ବି ଦିନରେ ଏହି ଦିନଟି ପଡିଥାଏ । ଆଉ ଗୋଟିଏ ସମୟ ଏଭଳି ବି ଆସିଥାଏ କି ଯେଉଁଥିରେ ଦିନରାତି ଉଭୟ ସମାନ ରହିଥାନ୍ତି ।