ବର୍ଷା-ଅନୁଭବ ବିବାଦ ମାମଲା: ଅସମ୍ପୂର୍ଣ୍ଣ ରହିଲା ବର୍ଷାଙ୍କ ଭଉଣୀଙ୍କ ସାକ୍ଷ୍ୟଗ୍ରହଣ

ଅନୁଭବଙ୍କ ଘରେ ରହୁଥିବା ସମୟରେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ କରି କଟକ ପୁରୀଘାଟ ଥାନାରେ ବର୍ଷା ଏତଲା ଦାୟର କରିଥିଲେ।

ବର୍ଷା-ଅନୁଭବ ବିବାଦ ମାମଲା: ଅସମ୍ପୂର୍ଣ୍ଣ ରହିଲା ବର୍ଷାଙ୍କ ଭଉଣୀଙ୍କ ସାକ୍ଷ୍ୟଗ୍ରହଣ

ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ପୂର୍ବତନ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଦାୟର କରିଥିବା ମାମଲାରେ ବର୍ଷାଙ୍କ ଭଉଣୀ କଟକ ଜେଏମଏଫସି କୋର୍ଟରେ ଦ୍ୱିତୀୟ ଥର ପାଇଁ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଛନ୍ତି। ସାକ୍ଷ୍ୟ ଗ୍ରହଣ ଅସମାପ୍ତ ରହିବାରୁ ଆସନ୍ତା ଅଗଷ୍ଟ ୧୯ ତାରିଖରେ ମାମଲାର ପରବର୍ତୀ ଶୁଣାଣି ହେବ।

ଅନୁଭବଙ୍କ ଘରେ ରହୁଥିବା ସମୟରେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ କରି କଟକ ପୁରୀଘାଟ ଥାନାରେ ବର୍ଷା ଏତଲା ଦାୟର କରିଥିଲେ। ସ୍ୱାମୀ ଅନୁଭବଙ୍କ ସହ ତାଙ୍କର ଅନ୍ୟ ଦୁଇ କର୍ମଚାରୀ ସୁଜିତ ଦଳେଇ ଓ ଖଗେଶ୍ୱର ତାଙ୍କୁ ବିଭିନ୍ନ ଅଶୋଭନୀୟ ବ୍ୟବହାର କରିବ ସହ ମାନସିକ ନିର୍ଯାତନା ଦେଇଥିବା ନେଇ ସେ ଏତଲା ଦାୟର କରିଥିଲେ।

କଟକ ଜେଏମଏଫସି କୋର୍ଟରେ ଏବେ ଏହି ମାମଲାର ବିଚାର ଆରମ୍ଭ ହୋଇଥିବା ବେଳେ ବର୍ଷା ସାକ୍ଷ୍ୟ ପ୍ରଦାନ ପାଇଁ ହାଜର ହୋଇନାହାନ୍ତି। ବର୍ଷାଙ୍କୁ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେବାକୁ ଅନୁଭବ ପିଟିସନ ଦାଖଲ କରିଛନ୍ତି, ଯାହା ଉପରେ ଆସନ୍ତା ତାରିଖରେ ଶୁଣାଣି ହେବ।