ବିଧାନସଭାରେ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଲଢେଇ କରିବୁ: ବିଜେଡି

ଭୁବନେଶ୍ୱର : ବିଧାନସଭାରେ ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ଲଢ଼େଇ କରିବ ବିଜେଡି। ଓଡ଼ିଶାବାସୀ ବିରୋଧୀ ଦଳ ଭାବେ ବିଜେଡିକୁ ଯେଉଁ ଦାୟିତ୍ବ ଦେଇଛନ୍ତି ତାହାକୁ ସୁଚାରୁରୂପେ ପାଳନ କରିବ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସୋମବାରଠୁ ଆରମ୍ଭ ହେଉଥିବା ବିଧାନସଭାର ଅଧିବେଶନରେ ଦଳର ଆଭିମୁଖ୍ୟ ନେଇ ୫୧ ବିଧାୟକଙ୍କ ସହ ନବୀନ ଆଲୋଚନା କରିଛନ୍ତି ।ଶଙ୍ଖ ଭବନଠାରେ ଆଜି ବିରୋଧୀ ଦଳ ନେତା […]

ବିଧାନସଭାରେ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଲଢେଇ କରିବୁ: ବିଜେଡି
bjd will fight for the interests of the people of the state in the assembly

ଭୁବନେଶ୍ୱର : ବିଧାନସଭାରେ ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ଲଢ଼େଇ କରିବ ବିଜେଡି। ଓଡ଼ିଶାବାସୀ ବିରୋଧୀ ଦଳ ଭାବେ ବିଜେଡିକୁ ଯେଉଁ ଦାୟିତ୍ବ ଦେଇଛନ୍ତି ତାହାକୁ ସୁଚାରୁରୂପେ ପାଳନ କରିବ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

WhatsApp Image 2024 07 20 at 19.31.47 2e597643 scaled

ସୋମବାରଠୁ ଆରମ୍ଭ ହେଉଥିବା ବିଧାନସଭାର ଅଧିବେଶନରେ ଦଳର ଆଭିମୁଖ୍ୟ ନେଇ ୫୧ ବିଧାୟକଙ୍କ ସହ ନବୀନ ଆଲୋଚନା କରିଛନ୍ତି ।ଶଙ୍ଖ ଭବନଠାରେ ଆଜି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ଆଗାମୀ ବିଧାନସଭା ଅଧିବେଶନ ପାଇଁ ଦଳର ରଣନୀତି ପ୍ରସ୍ତୁତ କରାଯାଇଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ।

WhatsApp Image 2024 07 20 at 19.31.46 f9e0b541 scaled

ଶ୍ରୀ ଦେବ ଆହୁରି କହିଛନ୍ତି ଯେ, ଦିବଙ୍ଗତ ପଦ୍ମଶୀ କମଳା ପୂଜାରୀଙ୍କ ପାଇଁ ଶୋକ ବାର୍ତ୍ତା ଦେଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ସମସ୍ତ ବିଧାୟକ ଉପସ୍ଥିତ ଥିଲେ। ଆଗକୁ ହେବାକୁ ଥିବା ବିଧାନସଭା ପାଇଁ ବିଜୁ ଜନତା ଦଳର ରଣନୀତି ନେଇ ଆଲୋଚନା ହୋଇଥିଲା। ଦଳ ସଭାପତି ନବୀନ ପଟ୍ଟନାୟକ ବିଧାୟକଙ୍କୁ ଯେଉଁ ବିଭିନ୍ନ ବିଭାଗର ଦାୟିତ୍ୱ ଦେଇଛନ୍ତି। ସେଥିପାଇଁ ପ୍ରସ୍ତୁତ ହେବୁ। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟକୁ ତଦାରଖ କରିବା ପାଇଁ ଆଲୋଚନା ହୋଇଥିଲା। ରାଜ୍ୟର ସାଧାରଣ ଜନତାଙ୍କ ହିତ ପାଇଁ ବିରୋଧୀ ଦଳ ହିସାବରେ ଆଗାମୀ ବିଧାନସଭାରେ ରଣନୀତିକୁ ଶାଣିତ କରିବୁ। ସରକାର କିଭଳି ଲକ୍ଷ୍ୟ ବିଚ୍ୟୁତ ନହେବେ ତାହାକୁ ଆମେ ଅନୁଧ୍ୟାନ କରିବୁ। ସକରାତ୍ମକ ଭାବେ ବିଧାନସଭାରେ ବିଭିନ୍ନ ପ୍ରସଙ୍ଗ ଉଠାଇବୁ।

WhatsApp Image 2024 07 20 at 19.31.43 2e8fc7ce scaled

ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ଯେଉଁ କଥା କହି ବିଜେପି ଦଳ ସରକାରକୁ ଆସିଛି, ପ୍ରଥମେ ସେହି ପ୍ରସଙ୍ଗ ଉଠିବ। ଧାନ, ବିଦ୍ୟୁତ ଓ ଭତ୍ତା ଆଦି ପ୍ରତିଶ୍ରୁତି ପୂରଣ କରୁଛନ୍ତି କି ନାହିଁ, ତାହା ଉପରେ ଆମେ ତୀକ୍ଷ୍ଣ ନଜର ରଖିବା ସହ ବିଧାନସଭାରେ ଉପସ୍ଥାପନ କରିବୁ।