ବର୍ଷା ପ୍ରଭାବରେ ଧାନଫସଲ ନଷ୍ଟ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର
ଦିଗପହଣ୍ଡି,୨୭ା୧୨(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ବର୍ଷା ପ୍ରଭାବରେ ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳ ଚାଷୀଙ୍କ ବ୍ୟାପକ ଧାନ ଓ ପନିପରିବା ଫସଲ ନଷ୍ଟ ହୋଇଛି।ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଚାଷୀ ଓ ଭାଗଚାଷୀଙ୍କୁ କ୍ଷତିପୂରଣ ଦାବିରେ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଗପହଣ୍ଡି ତହସିଲଦାର ଅନୀତା କୁମାରୀ ସାହୁଙ୍କୁ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଲକ ଶାଖା ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। କୃଷକ ସଭା ଶାଖା ସଭାପତି ସୁଶାନ୍ତ କୁମାର ଷଡଙ୍ଗୀଙ୍କ ନେତୃତ୍ୱରେ ବହୁସଂଖ୍ୟକ […] The post ବର୍ଷା ପ୍ରଭାବରେ ଧାନଫସଲ ନଷ୍ଟ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର appeared first on Dharitri Odia News.
ଦିଗପହଣ୍ଡି,୨୭ା୧୨(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ବର୍ଷା ପ୍ରଭାବରେ ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳ ଚାଷୀଙ୍କ ବ୍ୟାପକ ଧାନ ଓ ପନିପରିବା ଫସଲ ନଷ୍ଟ ହୋଇଛି।ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଚାଷୀ ଓ ଭାଗଚାଷୀଙ୍କୁ କ୍ଷତିପୂରଣ ଦାବିରେ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଗପହଣ୍ଡି ତହସିଲଦାର ଅନୀତା କୁମାରୀ ସାହୁଙ୍କୁ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଲକ ଶାଖା ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। କୃଷକ ସଭା ଶାଖା ସଭାପତି ସୁଶାନ୍ତ କୁମାର ଷଡଙ୍ଗୀଙ୍କ ନେତୃତ୍ୱରେ ବହୁସଂଖ୍ୟକ ଚାଷୀ ନଷ୍ଟ ହୋଇଥିବା ଧାନକେଣ୍ଡା ଧରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ଏକ ସପ୍ତାହ ମଧ୍ୟରେ ୨ ଥର ଲଘୁଚାପ ପ୍ରଭାବରେ ଅଦିନିଆ ବର୍ଷା ଲାଗି ରହିଥିଲା। ଧାନ ଅମଳ ସମୟରେ ଅଦିନିଆ ବର୍ଷା ଯୋଗୁଁ ଧାନ ସବୁ ପାଣିରେ ବୁଡି ବର୍ତ୍ତମାନ ଗଜା ହୋଇଯାଇଛି। ତେଣୁ ଚାଷୀଙ୍କ ଉତ୍ପାଦିତ ଧାନର ଏଫଏକ୍ୟୁ ମାନଦଣ୍ଡକୁ ଛାଡ କରିବା , କୁଇଣ୍ଟାଲ ପିଛା ୩୧ ଶହ ଟଙ୍କାରେ ଧାନ କ୍ରୟ କରାଯିବା, ଚାଷୀଙ୍କ ଟୋକନ ଅବଧି ବୃଦ୍ଧି କରିବା , ହେକ୍ଟର ପିଛା ୩୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ, ଚାଷୀ କମିଟି ଜରିଆରେ ଧାନ କ୍ରୟ କରାଯିବା ଆଦି ଦାବି ସ୍ମାରକପତ୍ର ରେ ଉଲ୍ଲେଖ ରହିଛି। ସ୍ମାରକପତ୍ର ପ୍ରଦାନ ସମୟରେ ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା, କୃଷକ ନେତା କୈଳାସ ଷଡଙ୍ଗୀ, ଆଇନଜୀବୀ କୁରେଶୁୁ ପଣ୍ଡା ପ୍ରମୁଖଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ।
The post ବର୍ଷା ପ୍ରଭାବରେ ଧାନଫସଲ ନଷ୍ଟ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର appeared first on Dharitri Odia News.