ଆମେରିକାରେ ରୋଜଗାର ବୃଦ୍ଧି ଜୁଲାଇରେ ଆଶାଠାରୁ କମ; ବେରୋଜଗାରୀ ହାର ବଢି ହେଲା ୪.୩%
ନୂଆଦିଲ୍ଲୀ: ଆମେରିକାରେ ବେକାରୀ ହାର ଜୁଲାଇରେ ତିନି ବର୍ଷର ସର୍ବୋଚ୍ଚସ୍ତର ୪.୩ ପ୍ରତିଶତରେ ପହଞ୍ଚିଛି । ନିଯୁକ୍ତିରେ ବଡ଼ ହ୍ରାସ୍ ଏହାର ଏକ ପ୍ରମୁଖ କାରଣ, ଯାହା ଶ୍ରମ ବଜାର ବିଗୁଡ଼ିଥିବା ଏବଂ ଅର୍ଥନୀତିରେ ମାନ୍ଦାବସ୍ଥା ଆସୁଥିବା ଆଶଂକାକୁ ବଢାଉଛି । ଆମେରିକା ଶ୍ରମ ବିଭାଗ ଶୁକ୍ରବାର କହିଛି ଯେ ଜୁନରେ ବେକାରୀ ହାର ୪.୧ ପ୍ରତିଶତ ଥିଲା । ୨୦୨୩ ଏପ୍ରିଲରେ ଏହା ପାଞ୍ଚ ଦଶନ୍ଧିରେ ସର୍ବନିମ୍ନ ସ୍ତର ୩.୪ ପ୍ରତିଶତରେ ଥିଲା । ଆମେରିକାରେ ଛଟେଇ ତୁଳନାରେ କମ ନିଯୁକ୍ତି, ଫେଡେରାଲ୍ ରିଜର୍ଭ ଦ୍ୱାରା ସୁଧ ହାର ବୃଦ୍ଧି ଯୋଗୁଁ ଶ୍ରମ ବଜାରରେ ମନ୍ଥରତା ଆସିଛି ।ଶ୍ରମ ବିଭାଗର ରିପୋର୍ଟ ଏହା ମଧ୍ୟ ଦର୍ଶାଉଛି ଯେ ଗତ ମାସରେ ବାର୍ଷିକ ବେତନ ବୃଦ୍ଧି ତିନି ବର୍ଷରେ ସବୁଠୁ କମ ଥିଲା । ଏଲପିଏସ୍ ଫାଇନାନସିଆଲ୍ ମୁଖ୍ୟ ଅର୍ଥଶାସ୍ତ୍ରୀ ଜେଫରୀ ରୋଚ୍ କହିଛନ୍ତି ଯେ ଶ୍ରମ ବଜାରର ସଦ୍ୟତମ ରିପୋର୍ଟ ମାନ୍ଦାବସ୍ଥାର ଅନୁରୂପ ଅଟେ, କିନ୍ତୁ ମାନ୍ଦାବସ୍ଥା ହିଁ ଆସିବ ତାହା ଜରୁରି ନୁହେଁ । ତେବେ ପ୍ରାରମ୍ଭିକ ଚେତାବନୀ ଭବିଷ୍ୟତରେ ଦୁର୍ବଳତାର ସଂକେତ ଦେଉଛି । ଶ୍ରମ ବିଭାଗର ପରିସଂଖ୍ୟାନ ବ୍ୟୁରୋ କହିଛି ଯେ ଜୁନରେ ସଂଶୋଧିତ ୧,୭୯,୦୦୦ ବୃଦ୍ଧି ପରେ ଗତ ମାସ ଅଣ-କୃଷି ପେରୋଲରେ ୧,୧୪,୦୦୦ ନିଯୁକ୍ତି ବୃଦ୍ଧି ହୋଇଛି । ରୟଟର୍ସ ଦ୍ୱାରା ସର୍ଭେକ୍ଷଣ କରାଯାଇଥିବା ଅର୍ଥଶାସ୍ତ୍ରୀଙ୍କ ଅନୁସାରେ ଜୁନରେ ୨,୦୬,୦୦୦ ବୃଦ୍ଧି ପରେ ପେରୋଲ୍ରେ
ନୂଆଦିଲ୍ଲୀ: ଆମେରିକାରେ ବେକାରୀ ହାର ଜୁଲାଇରେ ତିନି ବର୍ଷର ସର୍ବୋଚ୍ଚସ୍ତର ୪.୩ ପ୍ରତିଶତରେ ପହଞ୍ଚିଛି । ନିଯୁକ୍ତିରେ ବଡ଼ ହ୍ରାସ୍ ଏହାର ଏକ ପ୍ରମୁଖ କାରଣ, ଯାହା ଶ୍ରମ ବଜାର ବିଗୁଡ଼ିଥିବା ଏବଂ ଅର୍ଥନୀତିରେ ମାନ୍ଦାବସ୍ଥା ଆସୁଥିବା ଆଶଂକାକୁ ବଢାଉଛି । ଆମେରିକା ଶ୍ରମ ବିଭାଗ ଶୁକ୍ରବାର କହିଛି ଯେ ଜୁନରେ ବେକାରୀ ହାର ୪.୧ ପ୍ରତିଶତ ଥିଲା । ୨୦୨୩ ଏପ୍ରିଲରେ ଏହା ପାଞ୍ଚ ଦଶନ୍ଧିରେ ସର୍ବନିମ୍ନ ସ୍ତର ୩.୪ ପ୍ରତିଶତରେ ଥିଲା । ଆମେରିକାରେ ଛଟେଇ ତୁଳନାରେ କମ ନିଯୁକ୍ତି, ଫେଡେରାଲ୍ ରିଜର୍ଭ ଦ୍ୱାରା ସୁଧ ହାର ବୃଦ୍ଧି ଯୋଗୁଁ ଶ୍ରମ ବଜାରରେ ମନ୍ଥରତା ଆସିଛି ।
ଶ୍ରମ ବିଭାଗର ରିପୋର୍ଟ ଏହା ମଧ୍ୟ ଦର୍ଶାଉଛି ଯେ ଗତ ମାସରେ ବାର୍ଷିକ ବେତନ ବୃଦ୍ଧି ତିନି ବର୍ଷରେ ସବୁଠୁ କମ ଥିଲା । ଏଲପିଏସ୍ ଫାଇନାନସିଆଲ୍ ମୁଖ୍ୟ ଅର୍ଥଶାସ୍ତ୍ରୀ ଜେଫରୀ ରୋଚ୍ କହିଛନ୍ତି ଯେ ଶ୍ରମ ବଜାରର ସଦ୍ୟତମ ରିପୋର୍ଟ ମାନ୍ଦାବସ୍ଥାର ଅନୁରୂପ ଅଟେ, କିନ୍ତୁ ମାନ୍ଦାବସ୍ଥା ହିଁ ଆସିବ ତାହା ଜରୁରି ନୁହେଁ । ତେବେ ପ୍ରାରମ୍ଭିକ ଚେତାବନୀ ଭବିଷ୍ୟତରେ ଦୁର୍ବଳତାର ସଂକେତ ଦେଉଛି ।
ଶ୍ରମ ବିଭାଗର ପରିସଂଖ୍ୟାନ ବ୍ୟୁରୋ କହିଛି ଯେ ଜୁନରେ ସଂଶୋଧିତ ୧,୭୯,୦୦୦ ବୃଦ୍ଧି ପରେ ଗତ ମାସ ଅଣ-କୃଷି ପେରୋଲରେ ୧,୧୪,୦୦୦ ନିଯୁକ୍ତି ବୃଦ୍ଧି ହୋଇଛି । ରୟଟର୍ସ ଦ୍ୱାରା ସର୍ଭେକ୍ଷଣ କରାଯାଇଥିବା ଅର୍ଥଶାସ୍ତ୍ରୀଙ୍କ ଅନୁସାରେ ଜୁନରେ ୨,୦୬,୦୦୦ ବୃଦ୍ଧି ପରେ ପେରୋଲ୍ରେ ୧,୭୫,୦୦୦ ନିଯୁକ୍ତି ବୃଦ୍ଧି ହେବ ।