୧ କୋଟି ପୁରସ୍କାର ଘୋଷିତ ମାଓବାଦୀ ଗିରଫ
ମାଲକାନଗିରି,୧୬ା୧୦(ଦୁର୍ଯ୍ୟୋଧନ ପାତ୍ର): ତେଲଙ୍ଗାନା ପୋଲିସ ଦ୍ୱାରା ୧ କୋଟି ଟଙ୍କା ପୁରସ୍କାର ଘୋଷିତ ମହିଳା ମାଓବାଦୀ ବୁଧବାର ଗିରଫ ହୋଇଛନ୍ତି। ସେ ହେଲେ କଳ୍ପନା ଓରଫ ସୁଜାତା। ହାଇଦ୍ରାବାଦର ମେହବୁବନଗରରେ ଲୁଚି ରହିଥିବା ନେଇ ତେଲଙ୍ଗାନା ପୋଲିସକୁ ବିଶେଷ ସୂତ୍ରରୁ ଖବର ମିଳିବା ପରେ ଏକ ସ୍ବତନ୍ତ୍ର ଟିମ୍ ସେଠାରେ ଚଢ଼ାଉକରି ସୁଜାତାଙ୍କୁ ଗିରଫ କରିଥିଲା। ତାଙ୍କୁ ତେଲଙ୍ଗାନା ପୋଲିସ ପଚରାଉଚରା କରୁଥିବା ବେଳେ ତାଙ୍କ ନିକଟରୁ ଅନେକ ତଥ୍ୟ ମିଳିପାରେ ବୋଲି ଅନୁମାନ କରାଯାଉଛି। ଉକ୍ତ […] The post ୧ କୋଟି ପୁରସ୍କାର ଘୋଷିତ ମାଓବାଦୀ ଗିରଫ appeared first on Dharitri Odia News.
ମାଲକାନଗିରି,୧୬ା୧୦(ଦୁର୍ଯ୍ୟୋଧନ ପାତ୍ର): ତେଲଙ୍ଗାନା ପୋଲିସ ଦ୍ୱାରା ୧ କୋଟି ଟଙ୍କା ପୁରସ୍କାର ଘୋଷିତ ମହିଳା ମାଓବାଦୀ ବୁଧବାର ଗିରଫ ହୋଇଛନ୍ତି। ସେ ହେଲେ କଳ୍ପନା ଓରଫ ସୁଜାତା। ହାଇଦ୍ରାବାଦର ମେହବୁବନଗରରେ ଲୁଚି ରହିଥିବା ନେଇ ତେଲଙ୍ଗାନା ପୋଲିସକୁ ବିଶେଷ ସୂତ୍ରରୁ ଖବର ମିଳିବା ପରେ ଏକ ସ୍ବତନ୍ତ୍ର ଟିମ୍ ସେଠାରେ ଚଢ଼ାଉକରି ସୁଜାତାଙ୍କୁ ଗିରଫ କରିଥିଲା। ତାଙ୍କୁ ତେଲଙ୍ଗାନା ପୋଲିସ ପଚରାଉଚରା କରୁଥିବା ବେଳେ ତାଙ୍କ ନିକଟରୁ ଅନେକ ତଥ୍ୟ ମିଳିପାରେ ବୋଲି ଅନୁମାନ କରାଯାଉଛି। ଉକ୍ତ ମହିଳା ମାଓବାଦୀ ଛତିଶଗଡ଼ର ବସ୍ତର ଅଞ୍ଚଳରେ ବହୁ ବଡ଼ ବଡ ଅପରାଧର ନେତୃତ୍ୱ ନେଇଥିବା କୁହାଯାଉଛି।
The post ୧ କୋଟି ପୁରସ୍କାର ଘୋଷିତ ମାଓବାଦୀ ଗିରଫ appeared first on Dharitri Odia News.