ଆଜି ଘରେ ପ୍ରସ୍ତୁତ କରିବା ରାଜସ୍ଥାନୀ ‘ଦହି ପିଆଜ’

ଗରମାଗରମ ରୁଟି କିମ୍ବା ନାନ୍‌ ସହ ଆପଣ ଏହି ସ୍ୱାଦିଷ୍ଟ ଆଇଟମ୍‌ର ମଜା ନେଇ ପାରିବେ।

ଆଜି ଘରେ ପ୍ରସ୍ତୁତ କରିବା ରାଜସ୍ଥାନୀ ‘ଦହି ପିଆଜ’

ଆଜି ଘରେ ପ୍ରସ୍ତୁତ କରିବା ରାଜସ୍ଥାନୀ ପ୍ରସିଦ୍ଧ  ‘ଦହି ପିଆଜ’ । ଏହା ପାଟିକୁ ଯେତେ ସୁଆଦିଆ, ପ୍ରସ୍ତୁତ କରିବାକୁ ସେତେ ସହଜ ।

ଆବଶ୍ୟକ ସାମଗ୍ରୀ: ଦହି, ପିଆଜ, ହେଙ୍ଗୁ, ଜିରା, ସୋରିଷ, ଭୃସଙ୍ଗ ପତ୍ର, କଞ୍ଚାଲଙ୍କା,ପିଆଜ, ଲଙ୍କା ଗୁଣ୍ଡ, ଲୁଣ, ହଳଦି, ଧନିଆ ପାଉଡର, ଜିରା ପାଉଡର, ଲୁଣ । 

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ତେଲରେ ହେଙ୍ଗୁ ପକାନ୍ତୁ । ଏହାପରେ ସେଥିରେ ଜିରା, ସୋରିଷ, ଭୃସଙ୍ଗ ପତ୍ର, କଞ୍ଚାଲଙ୍କା ପକାନ୍ତୁ। ତାହା ଫୁଟିଗଲା ପରେ ସେଥିରେ ପତଳା କଟା ହୋଇଥିବା ପିଆଜ, ଲଙ୍କା ଗୁଣ୍ଡ, ଲୁଣ, ହଳଦି, ଧନିଆ ପାଉଡର, ଜିରା ପାଉଡର, ଲୁଣ ପକାଇ ଭଲ ଭାବେ ଗୋଳାନ୍ତୁ। କିଛି ସମୟ ଘୋଡ଼ାଇ ଛାଡ଼ି ଦିଅନ୍ତୁ।

ଏହାପରେ ଢାଙ୍କୁଣି ଖୋଲି ଗ୍ୟାସ୍‌କୁ ବନ୍ଦ କରି ଦିଅନ୍ତୁ। ଏହା ସାମାନ୍ୟ ଥଣ୍ଡା ହୋଇଗଲେ ସେଥିରେ ଗାଢ଼ା ଦହି ପକାଇ ଭଲ ଭାବେ ଗୋଳାନ୍ତୁ। ଏହାପରେ ସେଥିରେ ଧନିଆ ପତ୍ର ପକାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ଦହି ପିଆଜ’ ।

ଗରମାଗରମ ରୁଟି କିମ୍ବା ନାନ୍‌ ସହ ଆପଣ ଏହି ସ୍ୱାଦିଷ୍ଟ ଆଇଟମ୍‌ର ମଜା ନେଇ ପାରିବେ।