ଲିଟିଲ ଏଞ୍ଜେଲ ପବ୍ଲିକ ସ୍କୁଲକୁ ହରାଇଲା କ୍ରୀଷ୍ଣା ବିକାଶ ସ୍କୁଲ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ):ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ବରଗଡ଼ ଜିଲା କ୍ରିକେଟ ଆସୋସିଏଶନ ପକ୍ଷରୁ ସ୍ଥାନୀୟ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଚାଲିଥିବା ଜିଲା ଆନ୍ତଃସ୍କୁଲ କ୍ରିକେଟ୍‌ ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଛି। ଉକ୍ତ ପ୍ରତିଯୋଗିତାରେ ବରଗଡ଼ କ୍ରିଷ୍ଣା ବିକାଶ ସ୍କୁଲ ପ୍ରତିପକ୍ଷ ବରପାଲିର ଲିଟିଲ ଏଞ୍ଜେଲ ପବ୍ଲିକ ସ୍କୁଲକୁ ହରାଇ ଚାମ୍ପିୟନ ହୋଇଛି। ଲିଟିଲ୍‌ ଏଞ୍ଜେଲ ପବ୍ଲିକ ସ୍କୁଲ ଦଳ ଟସ୍‌ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଉକ୍ତ ଦଳ ୨୩.୧ ଓଭରରେ ମାତ୍ର ୭୧ରନ୍‌ ସଂଗ୍ରହ […] The post ଲିଟିଲ ଏଞ୍ଜେଲ ପବ୍ଲିକ ସ୍କୁଲକୁ ହରାଇଲା କ୍ରୀଷ୍ଣା ବିକାଶ ସ୍କୁଲ appeared first on Dharitri Odia News.

ଲିଟିଲ ଏଞ୍ଜେଲ ପବ୍ଲିକ ସ୍କୁଲକୁ ହରାଇଲା କ୍ରୀଷ୍ଣା ବିକାଶ ସ୍କୁଲ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ):ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ବରଗଡ଼ ଜିଲା କ୍ରିକେଟ ଆସୋସିଏଶନ ପକ୍ଷରୁ ସ୍ଥାନୀୟ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଚାଲିଥିବା ଜିଲା ଆନ୍ତଃସ୍କୁଲ କ୍ରିକେଟ୍‌ ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଛି। ଉକ୍ତ ପ୍ରତିଯୋଗିତାରେ ବରଗଡ଼ କ୍ରିଷ୍ଣା ବିକାଶ ସ୍କୁଲ ପ୍ରତିପକ୍ଷ ବରପାଲିର ଲିଟିଲ ଏଞ୍ଜେଲ ପବ୍ଲିକ ସ୍କୁଲକୁ ହରାଇ ଚାମ୍ପିୟନ ହୋଇଛି। ଲିଟିଲ୍‌ ଏଞ୍ଜେଲ ପବ୍ଲିକ ସ୍କୁଲ ଦଳ ଟସ୍‌ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଉକ୍ତ ଦଳ ୨୩.୧ ଓଭରରେ ମାତ୍ର ୭୧ରନ୍‌ ସଂଗ୍ରହ କରି ସମସ୍ତ ଉଇକେଟ୍‌ ହରାଇଥିଲା। ଦଳର ଆୟୁଷ ଅବସ୍ଥି ୧୪ରନ ସଂଗ୍ରହ କରିଥିବାବେଳେ ବାକି ଖେଳାଳିମାନେ ୨ଅଙ୍କକୁ ଛୁଇଁ ପାରି ନଥିଲେ। କ୍ରୀଷ୍ଣା ବିକାଶ ସ୍କୁଲର ପଙ୍କଜ ସାହୁ ୪ରନ୍‌ ବିନିମୟରେ ୩, ସାଇଶିସ୍‌ ମିଶ୍ର ୨୮ରନ ବିନିମୟରେ ୨, ଦେବାଶିଷ ପତି ୯ରନ୍‌ ବିନିମୟରେ ଗୋଟିଏ, ଅଭିଷେକ ସାହୁ ୧୭ରନ ବିନିମୟରେ ଗୋଟିଏ ଏବଂ ନିତ ପାତ୍ର କୌଣସି ରନ୍‌ ନ ଦେଇ ଗୋଟିଏ ଉଇକେଟ୍‌ ନେଇଥିଲେ।
ଜବାବ୍‌ରେ କ୍ରୀଷ୍ଣା ବିକାଶ ସ୍କୁଲ ୧୨.୨ ଓଭରରେ ୭ଉଇକେଟ୍‌ ହରାଇ ବିଜୟ ଲକ୍ଷ୍ୟ ପୂରଣ ସହିତ ଚାମ୍ପିୟନ ହୋଇଥିଲା। ବରପାଲି ଦଳର ସିଦ୍ଧାର୍ଥ ଖାଡ଼ାଙ୍ଗା ୨୩ରନ ବିନିମୟରେ ୨, ଅନ୍ବେଷ ମେହେର ୮ରନ ବିନିମୟରେ ୨ ଏବଂ ପ୍ରିୟମ ପ୍ରଧାନ ୪୦ରନ ବିନିମୟରେ ୨ଉଇକେଟ୍‌ ନେଇଥିଲେ। ଅମିୟ ଭୂଷଣ ସାହୁ ଏବଂ ଭରତ ଚେତନ ପଣ୍ଡା ମ୍ୟାଚ ପରିଚାଳନା କରିଥିଲେ। ମନୋଜ ପାତ୍ର, ଅଶୋକ ସାହୁ ସ୍କୋରର ଦାୟିତ୍ୱରେ ଥିଲେ।
ଜିଲା କ୍ରିକେଟ୍‌ ଆସୋସିଏଶନର ଯୁଗ୍ମ ସମ୍ପାଦକ ସଚ୍ଚିଦାନନ୍ଦ ପଣ୍ଡାଙ୍କ ସଂଯୋଜନାରେ ଉଦ୍‌ଯାପନୀ ସମାରୋହ ହୋଇଥିଲା। ସଭାପତି ହରିହର ପ୍ରଧାନ, କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରଦୀପ ନନ୍ଦ, ବରିଷ୍ଠ ସଦସ୍ୟ ରଜତ ଦାଶ, ସୌର୍ଯ୍ୟରଞ୍ଜନ ରାୟ, କ୍ରୀଷ୍ଣା ବିକାଶ ସ୍କୁଲର କ୍ରୀଡ଼ା ବିଭାଗ ମୁଖ୍ୟ ପିତାମ୍ବର ପ୍ରଧାନ, କ୍ରିକେଟ କୋଚ୍‌ ଅଶୋକ ସିଂ, ରୂପକ ପ୍ରଧାନ ପ୍ରମୁଖ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। କ୍ରୀଷ୍ଣା ବିକାଶ ସ୍କୁଲକୁ ଚାମ୍ପିୟନ ଏବଂ ଲିଟିଲ ଏଞ୍ଜେଲ ପବ୍ଲିକ ସ୍କୁଲକୁ ରନର୍ସ ଅପ୍‌ ଟ୍ରଫି ପ୍ରଦାନ କରାଯାଇଥିଲା। ସେହିପରି କ୍ରୀଷ୍ଣା ବିକାଶ ସ୍କୁଲର ପଙ୍କଜ ସାହୁଙ୍କୁ ଫାଇନାଲ ଏବଂ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି, ଲିଟିଲ ଏଞ୍ଜେଲ ପବ୍ଲିକ ସ୍କୁଲର ପ୍ରିୟମ ପ୍ରଧାନଙ୍କୁ ଶ୍ରେଷ୍ଠ ବୋଲର୍‌ ଏବଂ କ୍ରୀଷ୍ଣା ବିକାଶ ସ୍କୁଲର ସ୍ବରିତ୍‌ ଦାଶଙ୍କୁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ତଥା ଶ୍ରେଷ୍ଠ ପ୍ରତିଭାବାନ ଖେଳାଳିଭାବେ ପୁରସ୍କୃତ କରାଯାଇଥିଲା।

The post ଲିଟିଲ ଏଞ୍ଜେଲ ପବ୍ଲିକ ସ୍କୁଲକୁ ହରାଇଲା କ୍ରୀଷ୍ଣା ବିକାଶ ସ୍କୁଲ appeared first on Dharitri Odia News.