ଆଗାମୀ ବର୍ଷରୁ ସହଜ ହେବ ଚାରିଧାମ ଯାତ୍ରା, ତୀର୍ଥଯାତ୍ରୀଙ୍କୁ ମିଳିବ ଟ୍ରେନ ସୁବିଧା
ନୂଆଦିଲ୍ଲୀ ୧୨।୬: ଆଗାମୀ ବର୍ଷରୁ ଚାରିଧାମ ଯାତ୍ରା ଆହୁରି ସହଜ ହେବ। ତୀର୍ଥ ଯାତ୍ରୀଙ୍କୁ ବସ୍ ରେ କ୍ଲାନ୍ତିଦାୟକ ଯାତ୍ରାରୁ ମୁକ୍ତି ମିଳିବ। ଏଥି ପାଇଁ ଭାରତୀୟ ରେଳ ପୁରା ଯାତ୍ରା ଯୋଜନା ପ୍ରସ୍ତୁତ କରିସାରିଲେଣି। ଏହା ଦ୍ୱାରା ନା କେବଳ ଚାରିଧାମ ତୀର୍ଥ ଯାତ୍ରୀଙ୍କୁ ଆଶ୍ୱସ୍ତି ମିଳିବ ବରଂ ଉତ୍ତରାଖଣ୍ଡର ବିଭିନ୍ନ ସହରକୁ ରେଳ କନେକ୍ଟିଭିଟି ମଧ୍ୟ ମିଳିପାରିବ। ଏହି ରେଳ ଲାଇନ ପ୍ରଧାନମନ୍ତ୍ରୀଙ୍କ ଡ୍ରିମ ପ୍ରୋଜେକ୍ଟ ହୋଇଥିବା ବେଳେ ଏଥି ପାଇଁ ପୁଣି ଥରେ ଅଶ୍ୱିନୀ ବୈଷ୍ଣବଙ୍କୁ ରେଳମନ୍ତ୍ରୀ କରିଛନ୍ତି। ଭାରତୀୟ ରେଳଙ୍କ ଇନଫର୍ମେସନ ଆଣ୍ଡ ପବ୍ଲିସିଟି ନିର୍ଦ୍ଦେଶକ ଶିବାଜୀ ମାରୁତି ସୂତାରଙ୍କ ଅନୁସାରେ ଋଷିକେଶରୁ କର୍ଣ୍ଣ ପ୍ରୟାଗ ପର୍ଯ୍ୟନ୍ତ ମୋଟ ୧୨୫ କିଲୋମିଟର ଦୀର୍ଘ ରେଳଲାଇନର କାମ ଆଗମୀ ବର୍ଷ ସୁଧା ଶେଷ ହୋଇଯିବ। ଏହି ପୁରା ରୁଟରେ ୧୦୫ କିମି ରୁଟ ଟନେଲ ଦେଇ ଯିବ, ଏଥି ପାଇଁ ୭୦ ପ୍ରତିଶତ ଟନେଲର ନିର୍ମାଣ କାମ ଶେଷ ହୋଇଗଲାଣି। ଏବେ ଶ୍ରୀନଗର-ଗଡବାଲ,ଗୋଚର-କାଲେଶ୍ୱରରେ ରେଳ ଷ୍ଟେସନଗୁଡିକୁ ସଂଯୁକ୍ତ କରିବା ପାଇଁ ମୋଟରପୋଲ ମାନଙ୍କର ନିର୍ମାଣ ଶେଷ ହୋଇଗଲାଣି। ଏହି ପ୍ରକଳ୍ପ ଦେଶର ସବୁଠୁ ଅନ୍ୟନ୍ୟ ପ୍ରକଳ୍ପ କାରଣ ଏଥିରେ ସବୁଠୁ ଦୀର୍ଘତମ ଟନେଲ ନିର୍ମିତ ହେଉଛି, ଯାହାର ଦୀର୍ଘତା ୧୪.୫୮ କିଲୋମିଟର। ରେଳବାଇଙ୍କ ଅନୁସାରେ ଋଷିକେଶରୁ କର୍ଣ୍ଣ ପ୍ରୟାଗ ପର୍ଯ୍ୟନ୍ତ ୧୨୫ କିଲୋମିଟର ଦୀର୍ଘ ରେଳ ଲାଇନରୁ ୧୦୫ କିଲୋ
ନୂଆଦିଲ୍ଲୀ ୧୨।୬: ଆଗାମୀ ବର୍ଷରୁ ଚାରିଧାମ ଯାତ୍ରା ଆହୁରି ସହଜ ହେବ। ତୀର୍ଥ ଯାତ୍ରୀଙ୍କୁ ବସ୍ ରେ କ୍ଲାନ୍ତିଦାୟକ ଯାତ୍ରାରୁ ମୁକ୍ତି ମିଳିବ। ଏଥି ପାଇଁ ଭାରତୀୟ ରେଳ ପୁରା ଯାତ୍ରା ଯୋଜନା ପ୍ରସ୍ତୁତ କରିସାରିଲେଣି। ଏହା ଦ୍ୱାରା ନା କେବଳ ଚାରିଧାମ ତୀର୍ଥ ଯାତ୍ରୀଙ୍କୁ ଆଶ୍ୱସ୍ତି ମିଳିବ ବରଂ ଉତ୍ତରାଖଣ୍ଡର ବିଭିନ୍ନ ସହରକୁ ରେଳ କନେକ୍ଟିଭିଟି ମଧ୍ୟ ମିଳିପାରିବ। ଏହି ରେଳ ଲାଇନ ପ୍ରଧାନମନ୍ତ୍ରୀଙ୍କ ଡ୍ରିମ ପ୍ରୋଜେକ୍ଟ ହୋଇଥିବା ବେଳେ ଏଥି ପାଇଁ ପୁଣି ଥରେ ଅଶ୍ୱିନୀ ବୈଷ୍ଣବଙ୍କୁ ରେଳମନ୍ତ୍ରୀ କରିଛନ୍ତି।
ଭାରତୀୟ ରେଳଙ୍କ ଇନଫର୍ମେସନ ଆଣ୍ଡ ପବ୍ଲିସିଟି ନିର୍ଦ୍ଦେଶକ ଶିବାଜୀ ମାରୁତି ସୂତାରଙ୍କ ଅନୁସାରେ ଋଷିକେଶରୁ କର୍ଣ୍ଣ ପ୍ରୟାଗ ପର୍ଯ୍ୟନ୍ତ ମୋଟ ୧୨୫ କିଲୋମିଟର ଦୀର୍ଘ ରେଳଲାଇନର କାମ ଆଗମୀ ବର୍ଷ ସୁଧା ଶେଷ ହୋଇଯିବ। ଏହି ପୁରା ରୁଟରେ ୧୦୫ କିମି ରୁଟ ଟନେଲ ଦେଇ ଯିବ, ଏଥି ପାଇଁ ୭୦ ପ୍ରତିଶତ ଟନେଲର ନିର୍ମାଣ କାମ ଶେଷ ହୋଇଗଲାଣି। ଏବେ ଶ୍ରୀନଗର-ଗଡବାଲ,ଗୋଚର-କାଲେଶ୍ୱରରେ ରେଳ ଷ୍ଟେସନଗୁଡିକୁ ସଂଯୁକ୍ତ କରିବା ପାଇଁ ମୋଟରପୋଲ ମାନଙ୍କର ନିର୍ମାଣ ଶେଷ ହୋଇଗଲାଣି।
ଏହି ପ୍ରକଳ୍ପ ଦେଶର ସବୁଠୁ ଅନ୍ୟନ୍ୟ ପ୍ରକଳ୍ପ କାରଣ ଏଥିରେ ସବୁଠୁ ଦୀର୍ଘତମ ଟନେଲ ନିର୍ମିତ ହେଉଛି, ଯାହାର ଦୀର୍ଘତା ୧୪.୫୮ କିଲୋମିଟର। ରେଳବାଇଙ୍କ ଅନୁସାରେ ଋଷିକେଶରୁ କର୍ଣ୍ଣ ପ୍ରୟାଗ ପର୍ଯ୍ୟନ୍ତ ୧୨୫ କିଲୋମିଟର ଦୀର୍ଘ ରେଳ ଲାଇନରୁ ୧୦୫ କିଲୋମିଟର ଲାଇନ ୧୬ ମୁଖ୍ୟ ଟନେଲ ଦେଇ ଗତି କରିବ। ଏହି ରେଳ ଲାଇନର ଟ୍ରାକ୍ ମେଟ୍ରୋ ରେଳ ଭଳି ନିର୍ମାଣ କରାଯିବ। ଋଷିକେଶ-କର୍ଣ୍ଣ ପ୍ରୟାଗ ରେଳ ଲାଇନ ଡେରାଡୁନ, ଟିହରୀ, ଗଡୱାଲ, ପୌଡୀ ଗଡୱାଲ, ରୁଦ୍ରପ୍ରୟାଗ ଓ ଚାମୋଲୀ ଜିଲ୍ଲା ହୋଇଯିବ।
ରେଳ କନେକ୍ଟିଭିଟି ଦ୍ୱାରା ଚାରିଧାମ ଯାତ୍ରା ଆହୁରି ସହଜ ହୋଇଯିବ। ଏହି ତୀର୍ଥ ଯାତ୍ରା ପାଇଁ ତୀର୍ଥ ଯାତ୍ରୀଙ୍କୁ ଅନେକ ସୁବିଧା ମଧ୍ୟ ମିଳିବ। ଏହା ଛଡା ସ୍ଥାନୀୟ ଲୋକଙ୍କୁ ମଧ୍ୟ ଦୂରଦୂରାନ୍ତ ଅଞ୍ଚଳକୁ ରେଳ କନେକ୍ଟିଭିଟି ମିଳିପାରିବ। ଏହିଭଳି ଲୋକେ ସିଧା କର୍ଣ୍ଣ ପ୍ରୟାଗ ପର୍ଯ୍ୟନ୍ତ ଟ୍ରେନରେ ଯାତ୍ରା କରିପାରିବେ।