ରୁଷ-ୟୁକ୍ରେନ ଯୁଦ୍ଧ ଆହୁରି ଭୟଙ୍କର ହେବ, ଆମେରିକା ଏବଂ ନାଟୋ ସେନା ସିଧା ଏଣ୍ଟ୍ରି ପାଇଁ କରୁଛନ୍ତି ପ୍ଲାନ୍

ନୂଆଦିଲ୍ଲୀ: ଗୋଟିଏ ପଟେ ରୁଷ ଏବଂ ଚୀନ ୟୁକ୍ରେନ ଯୁଦ୍ଧକୁ ନିର୍ଣ୍ଣାୟକ ପରିଣାମ ଦେଇ ଶେଷ କରିବା ରଣନୀତି ଉପରେ ଚର୍ଚ୍ଚା କରୁଛନ୍ତି । ଅନ୍ୟପଟେ ନାଟୋ ସହଯୋଗୀ ୟୁକ୍ରେନ ଆଡ଼କୁ ଧୀରେ ଧୀରେ ପଦ ପଢାଉଛନ୍ତି । ନାଟୋ ସହଯୋଗୀ ଏବେ ୟୁକ୍ରେନର ସୈନ୍ୟ ବଳକୁ ପ୍ରଶିକ୍ଷଣ ଦେବା ପାଇଁ କିଭକୁ ସେନା ପଠାଇବା ନେଇ ଯୋଜନା କରୁଛି । ଏହା ଏପରି ଏକ ପଦକ୍ଷେପ, ଯାହା ଆମେରିକା ଏବଂ ୟୁରୋପୀୟ ଦେଶକୁ ସିଧା ୟୁକ୍ରେନ ଯୁଦ୍ଧରେ ସାମିଲ କରିପାରେ । ଏବେ ଯୁଦ୍ଧା ଆମେରିକା ଏବଂ ୟୁରୋପୀୟ ଦେଶ ୟୁକ୍ରେନ ଯୁଦ୍ଧରେ ସିଧା ହସ୍ତକ୍ଷେପ କରିବାଠାରୁ ଦୂରେଇ ରହୁଥିଲେ । ତେବେ ରୁଷ ବିରୋଧରେ ଆର୍ଥିକ ଏବଂ ସୈନ୍ୟ ସହଯୋଗ ପଠାଇ ଆସୁଛନ୍ତି ଏବଂ ରୁଷ ଉପରେ ଅନେକ ପ୍ରକାର କଟକଣା ଲଗାଯାଇଛି ।ସଣ୍ଡେ ମର୍ଣ୍ଣିଂ ହେରାଲ୍ଡର ରିପୋର୍ଟ ଅନୁସାରେ, ୟୁକ୍ରେନ ସେନା ବର୍ତ୍ତମାନ ସମୟରେ ସୈନ୍ୟବଳର ଅଭାବ ସାମନା କରୁଛି । ଏହା ବ୍ୟତୀତ ଗତ କିଛି ସପ୍ତାହରେ ଯୁଦ୍ଧରେ ୟୁକ୍ରେନର ସ୍ଥିତି ଦୁର୍ବଳ ହେବାକୁ ଲାଗିଛି ଏବଂ ଏହାର ଲାଭ ଉଠାଇ ରୁଷ ଅନେକ ମୋର୍ଚ୍ଚାରେ ୟୁକ୍ରେନ ଉପରେ ଚାପ ପକାଇବାରେ ଲାଗିଛି । ଅନେକ ସୀମାନ୍ତ ଗାଁରେ ରୁଷ ସେନା ପୂର୍ବ ଅପେକ୍ଷା ଅନେକ କିଲୋମିଟର ଯାଏ ଆଗକୁ ବଢି ସାରିଛି । ରୁଷ ଏହି ସ୍ଥିତିର ଲାଭ ଉଠାଉଛି । ଯେଉଁଥି ପାଇଁ ୟୁକ୍ରେନକୁ ଆମେରିକା ଏବଂ ୟୁରୋପୀୟ ହତିଆର ମିଳିବାରେ ବିଳମ୍ୱ ହେଉଛି ।ଆମେରିକା ବାୟୁ ସେନାର ଜଏଣ୍ଟ ଭାଇସ୍ ଚିଫ୍ ଅଫ୍

ରୁଷ-ୟୁକ୍ରେନ ଯୁଦ୍ଧ ଆହୁରି ଭୟଙ୍କର ହେବ, ଆମେରିକା ଏବଂ ନାଟୋ ସେନା ସିଧା ଏଣ୍ଟ୍ରି ପାଇଁ କରୁଛନ୍ତି ପ୍ଲାନ୍

ନୂଆଦିଲ୍ଲୀ: ଗୋଟିଏ ପଟେ ରୁଷ ଏବଂ ଚୀନ ୟୁକ୍ରେନ ଯୁଦ୍ଧକୁ ନିର୍ଣ୍ଣାୟକ ପରିଣାମ ଦେଇ ଶେଷ କରିବା ରଣନୀତି ଉପରେ ଚର୍ଚ୍ଚା କରୁଛନ୍ତି । ଅନ୍ୟପଟେ ନାଟୋ ସହଯୋଗୀ ୟୁକ୍ରେନ ଆଡ଼କୁ ଧୀରେ ଧୀରେ ପଦ ପଢାଉଛନ୍ତି । ନାଟୋ ସହଯୋଗୀ ଏବେ ୟୁକ୍ରେନର ସୈନ୍ୟ ବଳକୁ ପ୍ରଶିକ୍ଷଣ ଦେବା ପାଇଁ କିଭକୁ ସେନା ପଠାଇବା ନେଇ ଯୋଜନା କରୁଛି । ଏହା ଏପରି ଏକ ପଦକ୍ଷେପ, ଯାହା ଆମେରିକା ଏବଂ ୟୁରୋପୀୟ ଦେଶକୁ ସିଧା ୟୁକ୍ରେନ ଯୁଦ୍ଧରେ ସାମିଲ କରିପାରେ । ଏବେ ଯୁଦ୍ଧା ଆମେରିକା ଏବଂ ୟୁରୋପୀୟ ଦେଶ ୟୁକ୍ରେନ ଯୁଦ୍ଧରେ ସିଧା ହସ୍ତକ୍ଷେପ କରିବାଠାରୁ ଦୂରେଇ ରହୁଥିଲେ । ତେବେ ରୁଷ ବିରୋଧରେ ଆର୍ଥିକ ଏବଂ ସୈନ୍ୟ ସହଯୋଗ ପଠାଇ ଆସୁଛନ୍ତି ଏବଂ ରୁଷ ଉପରେ ଅନେକ ପ୍ରକାର କଟକଣା ଲଗାଯାଇଛି ।

ସଣ୍ଡେ ମର୍ଣ୍ଣିଂ ହେରାଲ୍ଡର ରିପୋର୍ଟ ଅନୁସାରେ, ୟୁକ୍ରେନ ସେନା ବର୍ତ୍ତମାନ ସମୟରେ ସୈନ୍ୟବଳର ଅଭାବ ସାମନା କରୁଛି । ଏହା ବ୍ୟତୀତ ଗତ କିଛି ସପ୍ତାହରେ ଯୁଦ୍ଧରେ ୟୁକ୍ରେନର ସ୍ଥିତି ଦୁର୍ବଳ ହେବାକୁ ଲାଗିଛି ଏବଂ ଏହାର ଲାଭ ଉଠାଇ ରୁଷ ଅନେକ ମୋର୍ଚ୍ଚାରେ ୟୁକ୍ରେନ ଉପରେ ଚାପ ପକାଇବାରେ ଲାଗିଛି । ଅନେକ ସୀମାନ୍ତ ଗାଁରେ ରୁଷ ସେନା ପୂର୍ବ ଅପେକ୍ଷା ଅନେକ କିଲୋମିଟର ଯାଏ ଆଗକୁ ବଢି ସାରିଛି । ରୁଷ ଏହି ସ୍ଥିତିର ଲାଭ ଉଠାଉଛି । ଯେଉଁଥି ପାଇଁ ୟୁକ୍ରେନକୁ ଆମେରିକା ଏବଂ ୟୁରୋପୀୟ ହତିଆର ମିଳିବାରେ ବିଳମ୍ୱ ହେଉଛି ।

ଆମେରିକା ବାୟୁ ସେନାର ଜଏଣ୍ଟ ଭାଇସ୍ ଚିଫ୍ ଅଫ୍ ଷ୍ଟାଫର ଚିଫ୍ ଜେନେରାଲ ଚାର୍ଲ୍ସ ବ୍ରାଉନ ଜୁନିୟର ଗୁରୁବାର କହିଛନ୍ତି ଯେ ନାଟୋ ଦ୍ୱାରା ୟୁକ୍ରେନୀ ସୈନିକଙ୍କ ପ୍ରଶିକ୍ଷକ ଭାବେ ମୁତୟନ ଅପରିହାର୍ଯ୍ୟ ପ୍ରତୀତ ହେଉଛି । ସେ କହିଛନ୍ତି, ଶେଷରେ, ସମୟ ସହ ଆମ ସେଠାରେ ନିଶ୍ଚିଚ ପହଞ୍ଚିବୁ । ବ୍ରେସେଲ୍ସରେ ନାଟୋର ବୈଠକକୁ ଯିବା ପୂର୍ବରୁ ଜେନେରାଲ ଚାର୍ଲ୍ସ ବ୍ରାଉନ ଜୁନିୟର ଏହି କଥା କହିଛନ୍ତି ।