ବାର୍ଡ ଫ୍ଲୁରେ ମଣିଷ ମୃତ୍ୟୁର ପ୍ରଥମ ଘଟଣା: ସ୍ପଷ୍ଟ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
ନୂଆଦିଲ୍ଲୀ: ବାର୍ଡଫ୍ଲୁରେ ମଣିଷ ମୃତ୍ୟୁର ପ୍ରଥମ ଘଟଣା। ୨୦୨୪ ଏପ୍ରିଲ୍ ୨୪ ତରିଖରେ ମେକ୍ସିକୋ ସହରରେ ଜଣେ ୫୯ ବର୍ଷୀୟ ବ୍ୟକ୍ତିଙ୍କର ବାର୍ଡଫ୍ଲୁରେ ମୃତ୍ୟୁ ହୋଇଛିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୁଧବାର(୫ ଜୁନ ୨୦୨୪)ସ୍ପଷ୍ଟ କରିଛି। ତେବେ ସାଧାରଣ ଲୋକଙ୍କ ଠାରୁ ବାର୍ଡଫ୍ଲୁର ଆଶାଙ୍କା କମ୍ ବୋଲି ସ୍ୱାସ୍ଥ୍ୟ ସଂଗଠନ କହିଛି।ଉକ୍ତ ବ୍ୟକ୍ତିଙ୍କର ପୂର୍ବରୁ ଅନ୍ୟ ରୋଗ ଥିଲା। ତେବେ ବାର୍ଡ ଫ୍ଲୁ ହେବା ପରେ ତାଙ୍କ ଠାରେ ଜ୍ୱର, ସ୍ୱାସକ୍ରିୟାରେ ସମସ୍ୟା ହେବା, ଡାଇରିଆ, ବାନ୍ତି ଆଦି ସମସ୍ୟା ଦେଖା ଦେଇଥିଲା ହୁ କହିଛି। ତେବେ ସେ କିପରି ଭୂତାଣୁ ସଂସ୍ପର୍ଶରେ ଆସିଲେ ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ତେବେ ମେକ୍ସିକୋର କୁକୁଡ଼ା ଫାର୍ମାରେ A(H5N2) ଭୂତାଣୁ ସକ୍ରିୟ ଥିବା ଜଣାପଡ଼ିଛି।ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, A(H5N2) ଭୂତାଣୁ ଦ୍ୱାରା ଜଣେ ମଣିଷ ସଂକ୍ରମିତ ହେବା ବିଶ୍ୱର ପ୍ରଥମ ଥର ଲାବୋରଟୋରୀ ଟେଷ୍ଟରେ ଜଣାପଡ଼ିଥିଲା। ତେବେ ବ୍ୟକ୍ତି ଜଣଙ୍କ କିପରି ଭୂତାଣୁ ସଂସ୍ପର୍ଶରେ ଆସଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। କୁକୁଡ଼ାମାନଙ୍କ ସଂସ୍ପର୍ଶରେ ଆସିବା ନେଇ ମଧ୍ୟ ତାଙ୍କର କୌଣସି ଖବର ନାହିଁ ବୋଲି ସ୍ୱାସ୍ଥ୍ୟ ସଂଗଠନ କହିଛି।
ନୂଆଦିଲ୍ଲୀ: ବାର୍ଡଫ୍ଲୁରେ ମଣିଷ ମୃତ୍ୟୁର ପ୍ରଥମ ଘଟଣା। ୨୦୨୪ ଏପ୍ରିଲ୍ ୨୪ ତରିଖରେ ମେକ୍ସିକୋ ସହରରେ ଜଣେ ୫୯ ବର୍ଷୀୟ ବ୍ୟକ୍ତିଙ୍କର ବାର୍ଡଫ୍ଲୁରେ ମୃତ୍ୟୁ ହୋଇଛିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୁଧବାର(୫ ଜୁନ ୨୦୨୪)ସ୍ପଷ୍ଟ କରିଛି। ତେବେ ସାଧାରଣ ଲୋକଙ୍କ ଠାରୁ ବାର୍ଡଫ୍ଲୁର ଆଶାଙ୍କା କମ୍ ବୋଲି ସ୍ୱାସ୍ଥ୍ୟ ସଂଗଠନ କହିଛି।
ଉକ୍ତ ବ୍ୟକ୍ତିଙ୍କର ପୂର୍ବରୁ ଅନ୍ୟ ରୋଗ ଥିଲା। ତେବେ ବାର୍ଡ ଫ୍ଲୁ ହେବା ପରେ ତାଙ୍କ ଠାରେ ଜ୍ୱର, ସ୍ୱାସକ୍ରିୟାରେ ସମସ୍ୟା ହେବା, ଡାଇରିଆ, ବାନ୍ତି ଆଦି ସମସ୍ୟା ଦେଖା ଦେଇଥିଲା ହୁ କହିଛି। ତେବେ ସେ କିପରି ଭୂତାଣୁ ସଂସ୍ପର୍ଶରେ ଆସିଲେ ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ତେବେ ମେକ୍ସିକୋର କୁକୁଡ଼ା ଫାର୍ମାରେ A(H5N2) ଭୂତାଣୁ ସକ୍ରିୟ ଥିବା ଜଣାପଡ଼ିଛି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, A(H5N2) ଭୂତାଣୁ ଦ୍ୱାରା ଜଣେ ମଣିଷ ସଂକ୍ରମିତ ହେବା ବିଶ୍ୱର ପ୍ରଥମ ଥର ଲାବୋରଟୋରୀ ଟେଷ୍ଟରେ ଜଣାପଡ଼ିଥିଲା। ତେବେ ବ୍ୟକ୍ତି ଜଣଙ୍କ କିପରି ଭୂତାଣୁ ସଂସ୍ପର୍ଶରେ ଆସଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। କୁକୁଡ଼ାମାନଙ୍କ ସଂସ୍ପର୍ଶରେ ଆସିବା ନେଇ ମଧ୍ୟ ତାଙ୍କର କୌଣସି ଖବର ନାହିଁ ବୋଲି ସ୍ୱାସ୍ଥ୍ୟ ସଂଗଠନ କହିଛି।