ବିଜୟରୁ ଭାରତର ଅଲିମ୍ପିକ୍ସ ଅଭିଯାନ ଆରମ୍ଭ, ରୋମାଞ୍ଚକର ମୁକାବିଲାରେ ନ୍ୟୁଜିଲାଣ୍ଡକୁ ଦେଲା ମାତ୍

ପ୍ୟାରିସ: ଭାରତୀୟ  ହକି ଦଳ ଦମଦାର ପ୍ରଦର୍ଶନ କରି ବିଜୟରୁ ପ୍ୟାରିସ ଅଲିମ୍ପିକ୍ସର ଅଭିଯାନ ଆରମ୍ଭ କରିଛି। ଭାରତୀୟ ଦଳ ପ୍ରତିପକ୍ଷ ନ୍ୟୁଜିଲାଣ୍ଡକୁ ରୋମାଞ୍ଚକର ମୁକାବିଲାରେ ୩-୨ରେ ମାତ୍ ଦେଇଛି। ଦଳ ପକ୍ଷରୁ ମନଦୀପ ସିଂ(୨୪ ମିନିଟ୍), ବିବେକ ସାଗର(୩୪ ମିନିଟ୍) ଓ ହରମନପ୍ରୀତ ସିଂ(୫୯ ମିନିଟ୍) ଗୋଲ୍ ଦେଇଥିଲେ। ତେବେ ଦଳ ପକ୍ଷରୁ ମ୍ୟାଚ୍ ବିଜୟୀ ଗୋଲ ହରମନପ୍ରୀତ ସିଂହ ୫୯ତମ ମିନିଟ୍‌ରେ ଦେଇଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଲେନ ସେମ(୮ମିନିଟ୍) ଓ ଚାଇଲ୍ଡ ସିମନ(୫୩ ମିନିଟ)ରେ ଗୋଲ୍ କରିଥିଲେ। FT:India ???????? 3️⃣ - 2️⃣ ???????? New ZealandMandeep Singh 24'Vivek Sagar Prasad 34'Harmanpreet Singh 59' (PS)Lane Same 8' (PC)Child Simon 53' (PC)Just the start we wanted in our first game of the group stage against New Zealand. ????????3 Points in the bag, One Win - One game… pic.twitter.com/XxBZr0MUGm— Hockey India (@TheHockeyIndia) July 27, 2024ନ୍ୟୁଜିଲାଣ୍ଡ ପ୍ରଥମ କ୍ଵାର୍ଟରରେ ୧-୦ରେ ଅଗ୍ରଣୀ ହାସଲ କରିଥିଲା। ଲେସ ସେମ ୮ତମ ମିନିଟରେ ଗୋଲ୍ ଦେଇ ଭାରତକୁ ବ୍ୟାକଫୁଟରେ ରଖିଥିଲେ। ଏହା ପରେ ଭାରତ ଦ୍ଵିତୀୟ କ୍ଵାର୍ଟରରେ ପ୍ରତ୍ୟାବର୍ତ୍ତନ କରି ୧-୧ରେ ବରାବର  କରିଥିଲା। ଦଳ ପକ୍ଷରୁ ବିବେକ ସାଗର(୩୪ ମିନିଟ୍) ଗୋଲ୍ ଦେଇଥିଲେ। ଏହା

ବିଜୟରୁ ଭାରତର ଅଲିମ୍ପିକ୍ସ ଅଭିଯାନ ଆରମ୍ଭ, ରୋମାଞ୍ଚକର ମୁକାବିଲାରେ ନ୍ୟୁଜିଲାଣ୍ଡକୁ ଦେଲା ମାତ୍

ପ୍ୟାରିସ: ଭାରତୀୟ  ହକି ଦଳ ଦମଦାର ପ୍ରଦର୍ଶନ କରି ବିଜୟରୁ ପ୍ୟାରିସ ଅଲିମ୍ପିକ୍ସର ଅଭିଯାନ ଆରମ୍ଭ କରିଛି। ଭାରତୀୟ ଦଳ ପ୍ରତିପକ୍ଷ ନ୍ୟୁଜିଲାଣ୍ଡକୁ ରୋମାଞ୍ଚକର ମୁକାବିଲାରେ ୩-୨ରେ ମାତ୍ ଦେଇଛି। ଦଳ ପକ୍ଷରୁ ମନଦୀପ ସିଂ(୨୪ ମିନିଟ୍), ବିବେକ ସାଗର(୩୪ ମିନିଟ୍) ଓ ହରମନପ୍ରୀତ ସିଂ(୫୯ ମିନିଟ୍) ଗୋଲ୍ ଦେଇଥିଲେ। ତେବେ ଦଳ ପକ୍ଷରୁ ମ୍ୟାଚ୍ ବିଜୟୀ ଗୋଲ ହରମନପ୍ରୀତ ସିଂହ ୫୯ତମ ମିନିଟ୍‌ରେ ଦେଇଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଲେନ ସେମ(୮ମିନିଟ୍) ଓ ଚାଇଲ୍ଡ ସିମନ(୫୩ ମିନିଟ)ରେ ଗୋଲ୍ କରିଥିଲେ। 




ନ୍ୟୁଜିଲାଣ୍ଡ ପ୍ରଥମ କ୍ଵାର୍ଟରରେ ୧-୦ରେ ଅଗ୍ରଣୀ ହାସଲ କରିଥିଲା। ଲେସ ସେମ ୮ତମ ମିନିଟରେ ଗୋଲ୍ ଦେଇ ଭାରତକୁ ବ୍ୟାକଫୁଟରେ ରଖିଥିଲେ। ଏହା ପରେ ଭାରତ ଦ୍ଵିତୀୟ କ୍ଵାର୍ଟରରେ ପ୍ରତ୍ୟାବର୍ତ୍ତନ କରି ୧-୧ରେ ବରାବର  କରିଥିଲା। ଦଳ ପକ୍ଷରୁ ବିବେକ ସାଗର(୩୪ ମିନିଟ୍) ଗୋଲ୍ ଦେଇଥିଲେ। ଏହା ପରେ ଭାରତ ନିଜର ଫର୍ମ ବଜାୟ ରଖି ତୃତୀୟ କ୍ଵାର୍ଟରରେ ୨-୧ରେ ଅଗ୍ରଣୀ ହାସଲ କରିଥିଲା। ମାତ୍ର ନ୍ୟୁଜିଲାଣ୍ ଚତୁର୍ଥ କ୍ଵାର୍ଟରରେ ପ୍ରତ୍ୟାବର୍ତ୍ତନ କରି ମ୍ୟାଚ୍‌କୁ ୨-୨ରେ ସମାନ ସ୍ତରକୁ ଆଣିଥିଲା। ତେବେ ଭାରତ ପକ୍ଷରୁ ମ୍ୟାଚ୍ ବିଜୟୀ ଗୋଲ ହରମନପ୍ରୀତ ସିଂହ ୫୯ତମ ମିନିଟ୍‌ରେ ଦେଇଥିଲେ।ଏଥିସହ ଭାରତ ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୩-୨ରେ ହରାଇଛି।