ସାମ୍ବାଦିକଙ୍କ ଗାଡି ନେଇଗଲେ ଚୋର, ଟେର୍ ପାଉନି ପୋଲିସ
ଛତ୍ରପୁର,୨୭।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ଅଞ୍ଚଳରେ ଏବେ ଚୋରି ସଂଖ୍ୟା ବୃଦ୍ଧି ପାଉଛି । ଏପରିକି ଦୃବର୍ତମାନେ ସାମ୍ବାଦିକକୁ ମଧ୍ୟ ଛାଡି ନାହାନ୍ତି। ଏକ ଦୈନିକ ଖବର କାଗଜର ପ୍ରତିନିଧି ସୂଜୟ ସୁପ୍ରକାଶ ଧଳଙ୍କ ବାଇକ ଚୋରି ହୋଇଥିବା ନେଇ ଛତ୍ରପୁର ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ସବୁଦିନେ ସୂଜୟ ତାଙ୍କ ଗାଡିକୁ ବସଷ୍ଟାଣ୍ଡ ନିକଟରେ ଥିବା ନିଜ ଦୋକାନ ପାଖରେ ରଖୁଥିଲେ । ଗୁରୁବାର ମଧ୍ୟ ସେ ଉକ୍ତ ସ୍ଥାନରେ ରଖି ଘରକୁ […] The post ସାମ୍ବାଦିକଙ୍କ ଗାଡି ନେଇଗଲେ ଚୋର, ଟେର୍ ପାଉନି ପୋଲିସ appeared first on Dharitri Odia News.
ଛତ୍ରପୁର,୨୭।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ଅଞ୍ଚଳରେ ଏବେ ଚୋରି ସଂଖ୍ୟା ବୃଦ୍ଧି ପାଉଛି । ଏପରିକି ଦୃବର୍ତମାନେ ସାମ୍ବାଦିକକୁ ମଧ୍ୟ ଛାଡି ନାହାନ୍ତି। ଏକ ଦୈନିକ ଖବର କାଗଜର ପ୍ରତିନିଧି ସୂଜୟ ସୁପ୍ରକାଶ ଧଳଙ୍କ ବାଇକ ଚୋରି ହୋଇଥିବା ନେଇ ଛତ୍ରପୁର ଥାନାରେ ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ ସବୁଦିନେ ସୂଜୟ ତାଙ୍କ ଗାଡିକୁ ବସଷ୍ଟାଣ୍ଡ ନିକଟରେ ଥିବା ନିଜ ଦୋକାନ ପାଖରେ ରଖୁଥିଲେ । ଗୁରୁବାର ମଧ୍ୟ ସେ ଉକ୍ତ ସ୍ଥାନରେ ରଖି ଘରକୁ ଫେରିଥିଲେ । ଶୁକ୍ରବାର ସକାଳୁ ସେ ଦୋକାନ ଗଲାପରେ ତାଙ୍କ ଗାଡି ଚୋରି ହୋଇଥିବା ଦେଖିଥିଲେ । ଏନେଇ ତୁରନ୍ତ ସେ ଛତ୍ରପୁର ପୁଲିସ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।
ଘଟଣାର ଖବର ପାଇଁ ଛତ୍ରପୁର ପୁଲିସ ପହଞ୍ଚି ତଦନ୍ତ କରିଥିଲେ ସୁଦ୍ଧା ଚୋରଙ୍କ କୈାଣସି ଟେର୍ ପାଇନଥିଲେ । ବିଗତ କିଛି ଦିନ ମଧ୍ୟରେ ଛତ୍ରପୁର ଅଚଂଳରେ ଏବେ ବହୁ ସ୍ଥାନରୁ ଚୋରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ ବି ପୁଲିସ ସେମାନଙ୍କ ଟେର ପାଇବାରେ ବିଳମ୍ବ ହେଉଛି। ତେଣୁ ପୋଲିସ ପେଟ୍ରୋଲିଂ କଡାକଡି କରିବାରୁ ବିଭିନ୍ନ ମହଲରୁ ଦାବି ହେଉଛି।
The post ସାମ୍ବାଦିକଙ୍କ ଗାଡି ନେଇଗଲେ ଚୋର, ଟେର୍ ପାଉନି ପୋଲିସ appeared first on Dharitri Odia News.