ବର୍ଷା, ବନ୍ୟା, ଭୂସ୍ଖଳନ: ଭାସୁଛି ଆସାମ, ମଣିପୁର, ସିକିମ
ନନ୍ଦିଘୋଷ ବ୍ୟୁରୋ: ବନ୍ୟାରେ ଭାସୁଛି ଆସାମ । ବ୍ରହ୍ମପୁତ୍ର ନଦୀର ପାଣିରେ ଉଟୁବୁଟୁ ହେଉଛି ପୁରା ରାଜ୍ୟ।ବର୍ଷା ଓ ବନ୍ୟାରେ... The post ବର୍ଷା, ବନ୍ୟା, ଭୂସ୍ଖଳନ: ଭାସୁଛି ଆସାମ, ମଣିପୁର, ସିକିମ appeared first on .
ନନ୍ଦିଘୋଷ ବ୍ୟୁରୋ: ବନ୍ୟାରେ ଭାସୁଛି ଆସାମ । ବ୍ରହ୍ମପୁତ୍ର ନଦୀର ପାଣିରେ ଉଟୁବୁଟୁ ହେଉଛି ପୁରା ରାଜ୍ୟ।ବର୍ଷା ଓ ବନ୍ୟାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ଟି ଜିଲ୍ଲାର ପ୍ରାୟ ୮୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଏପରିକି ଦିବ୍ରୁଗଡ଼ରେ ବିପଦ ସଂକେଟ ପାର୍ କରିଛି ବ୍ରହ୍ମପୁତ୍ର। ଯୁଆଡ଼େ ଦେଖିବ ଖାଲି ପାଣି ଆଉ ପାଣି। କିଛି ଦିନ ହେଲା ଏହି ଅଞ୍ଚଳରେ ମୂଷଳଧାରାରେ ବର୍ଷା ଜାରି ରହିଛି। ଏଥିରେ ବ୍ୟାପକ ଧନଜୀବନ ହାନି ହୋଇଛି। ହଜାର ହଜାର ଲୋକ ବାସହରା ହୋଇଥିବାର ମଧ୍ୟ ସୂଚନା ମିଳିଛି। ଆସାମ ରାଇଫଲସ୍ ଓ ଏନଡିଆରଏଫ୍ ଲାଗିଛନ୍ତି ଉଦ୍ଧାର କାର୍ଯ୍ୟରେ। ପ୍ରାୟ ୩ ହଜାର ଲୋକଙ୍କୁ ରେସକ୍ୟୁ କରାଯାଇଛି । ଆଗକୁ ଆହୁରି ବର୍ଷା ହେବାର ସମ୍ଭାବନା ଥିବାରୁ କେତେକ ଜିଲ୍ଲାରେ ଜାରି କରାଯାଇଛି ରେଡ୍ ଆଲର୍ଟ।
ପ୍ରକୃତିର ତାଣ୍ଡବରେ ଛାରଖାର ମଣିପୁର । ଗତ ୪୮ ଘଣ୍ଟା ମଧ୍ୟରେ ମୋଟ ୩,୮୦୨ ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ୮୮୩ ଘର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ରହିଛି । ବନ୍ୟା ଯୋଗୁ ବହୁ ସ୍ଥାନରେ ଭୂସ୍ଖଳନ ହୋଇଛି । ବର୍ଷା ଯୋଗୁଁ ରାଜ୍ୟର ୩, ୨୭୫ଟି ଅଞ୍ଚଳ ପ୍ରଭାବିତ ହୋଇଛି। ଏହି ବିପର୍ଯ୍ୟୟରେ ଦୁଇ ଜଣ ଆହତ ଏବଂ ୬୪ ପଶୁଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ମିଳିଛି। ରାଜ୍ୟ ସାରା ୧୨ ଟି ଭୂସ୍ଖଳନ ରେକର୍ଡ କରାଯାଇଛି । ନଦୀ ଖୁରାଇ, ହିଙ୍ଗାଙ୍ଗ ଏବଂ ଚେକନ ଅଞ୍ଚଳରେ ଏହାର ବନ୍ଧ ଭାଙ୍ଗିଛି । ଯାହା ଫଳରେ ରାଜ୍ୟ ରାଜଧାନୀ ଇମ୍ଫାଲ ଏବଂ ଇମ୍ଫାଲ ପୂର୍ବ ଜିଲ୍ଲାର ବିଭିନ୍ନ ଅଂଶ ପ୍ରଚୁର ପରିମାଣରେ ଜଳମଗ୍ନ ହୋଇଛି । ଭାରତୀୟ ସେନା ଏବଂ ଆସାମ ରାଇଫଲ୍ସର କର୍ମଚାରୀମାନେ ଇମ୍ଫାଲ ପୂର୍ବରେ ଜଳମଗ୍ନ ଅଞ୍ଚଳରୁ ପ୍ରାୟ ୧୦୦୦ ଜଣଙ୍କୁ ସଫଳତାର ସହ ଉଦ୍ଧାର କରିଛନ୍ତି । ଯାହାକୁ ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲା ଭାବରେ ଚିହ୍ନଟ କରାଯାଇଛି । ଚେକନ୍ ଅଞ୍ଚଳରେ ଇମ୍ଫାଲ ନଦୀର ପ୍ରବାହିତ ଜଳ ଅଲ୍ ଇଣ୍ଡିଆ ରେଡିଓ ଇମ୍ଫାଲ କମ୍ପ୍ଲେକ୍ସ ଏବଂ ସରକାରୀ ଜବାହରଲାଲ ନେହେରୁ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ସମେତ ଅନେକ ପ୍ରମୁଖ ପ୍ରତିଷ୍ଠାନ ପରିସରରେ ଜଳବନ୍ଦୀ ସୃଷ୍ଟି କରିଥିଲା ।
ସିକିମରେ ମଧ୍ୟ ସମାନ ପରିସ୍ଥିତି। ବର୍ଷାରେ ଅନେକ ସ୍ଥାନରେ ହୋଇଛି ଭୂସ୍ଖଳନ। ଏହା ଦ୍ଵାରା ରାସ୍ତା ଅବରୋଧ ହୋଇଛି। ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି ପର୍ଯ୍ୟଟକ। ୧୫୦୦ ପର୍ଯ୍ୟଟକ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରି ନିଜ ନିଜ ରାଜ୍ୟକୁ ପଠାଇବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେବେ ତିସ୍ତା ନଦୀ ଭୟଙ୍କର ରୂପ ନେଇଛି। ଏହାର କରାଳ ସ୍ରୋତରେ ଅନେକ ବ୍ରିଜ ଭାସି ଯାଇଛି। ଦେଖୁ ଦେଖୁ ଭୁଶୁଡ଼ି ପଡ଼ିଥିଲା ଏକ ପୁରୁଣା ପୋଲ ଏବଂ ପାଣିର ସ୍ରୋତରେ ତାହା ଲୀନ ହୋଇ ଯାଇଥିଲା। ଗତ ଶନିବାର ପର୍ଯ୍ୟଟକଙ୍କ ଏକ ଗାଡ଼ି ତିସ୍ତା ନଦୀକୁ ଖସି ପଡ଼ିଥିଲା।୬ ଜଣ ଟୁରିଷ୍ଟ ନିଖୋଜ ହୋଇଛନ୍ତି। ସେମାନଙ୍କୁ ଏପର୍ଯ୍ୟନ୍ତ ଠାବ କରାଯାଇପାରିନାହିଁ। ନିଖୋଜ ଟୁରିଷ୍ଟଙ୍କ ମଧ୍ୟରେ ଅଛନ୍ତି ୪ ଜଣ ଓଡ଼ିଆ ବି ଅଛନ୍ତି। ସେମାନେ ଯାଜପୁରର।ସିକିମ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ସବୁ ପ୍ରକାରର ସାହାଯ୍ୟ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।
The post ବର୍ଷା, ବନ୍ୟା, ଭୂସ୍ଖଳନ: ଭାସୁଛି ଆସାମ, ମଣିପୁର, ସିକିମ appeared first on .