ବର୍ଷା ସାଧୁଛି ଦାଉ; ଚିନ୍ତାରେ ଚାଷୀ, ଏକର ଏକର ଚାଷ ଜମିରେ ପଡିଛି ଅମଳ ଧାନ

କନକ ବ୍ୟୁରୋ : କିଛି ନା କିଛି ସମସ୍ୟାରେ ଘାଣ୍ଟି ହେଉଛି ଚାଷୀ । ଏବେ ପୁଣି ଚିନ୍ତା ବଢାଇଛି ଅଦିନିଆ ବର୍ଷା । ଯାହାକୁ ନେଇ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ତୁରେକେଲା ବ୍ଲକ ଚାଷୀ ଏବେ ଚିନ୍ତାରେ । ବିଲରେ ପଡିଛି ଚାଷୀଙ୍କ ଧାନ । କିଏ ଅଧା ଧାନ କାଟିଛି ତ ଆଉ କିଏ ନିଜ ଅମଳ କଲା ଧାନକୁ ଖଳାରେ ସଜେଇ ରଖିଛି । କୁଇବାହାଲ ପଞ୍ଚାୟତରେ ପୁର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଭଲ ଧାନ ଚାଷ ହୋଇଛି । ଚାଷୀଙ୍କ ମହଲରେ ଖୁସି ଲହର ଥିବା ଭିତରେ ବର୍ଷା ପାଗ ଏମାନଙ୍କ ପାଇଁ ଦୁଃଖ ସାଜିଛି । କିଏ ଧାନ ଅମଳରେ ବ୍ୟସ୍ତ ତ ଆଉ କିଏ ଧାନକୁ ବର୍ଷା ଦାଉରୁ ବଞ୍ଚାଇବାକୁ ଚେଷ୍ଟା କରୁଛି । ପଲିଥିନ ଢାଙ୍କି ଧାନକୁ ସାଇତି ରଖୁଛି ଚାଷୀ । ଆଉ କିଛି ଦିନ ଗଲେ ସ୍ଥାନୀୟ ମଣ୍ଡି ଓ ପ୍ୟାକ୍ସରେ ଧାନ ବିକ୍ରି କରିବେ ଚାଷୀ । ଭଲ ଭାବେ ଅମଳ ହୋଇଥିବା ଧାନକୁ ସଂଗ୍ରହ କରି ଖୋଲାରେ ଅଖା ବସ୍ତାରେ ଭର୍ତ୍ତି କରୁଛନ୍ତି । ଅଚାନକ ଶୀତ ଦିନରେ ଏବେ ବର୍ଷା ଆସିଥିବାରୁ ଚାଷୀ ଧାନକୁ ସାଇତି ରଖିବା ଓ ପ୍ଲାଷ୍ଟିକ ପଲିଥିନରେ ରଖିବାରେ ବ୍ୟସ୍ତ ହେଉଛନ୍ତି । ତେବେ ମଣ୍ଡିରେ ଏବେ ଧାନ ବିକ୍ରି କରିବାକୁ ଗଲେ ଓଦା ଧାନକୁ ବିକ୍ରି କରିବା ନେଇ ଚିନ୍ତାରେ ଚାଷୀ । ରାଜ୍ୟ ସରକାର ଧାନ କିଣିବା ନେଇ ବିଭିନ୍ନ ମଣ୍ଡିରେ ପ୍ରସ୍ତୁତ କରାଯାଉଛି । ଏହି ଆଶାରେ ଚାଷୀ ଥିବାବେଳେ ବିଲରେ ଧାନ ଭିଜି ଧାନର ମାନକୁ ନେଇ ଏବେ ଚିନ୍ତାରେ ପଡିଲାଣି ଚାଷୀ ।

ବର୍ଷା ସାଧୁଛି ଦାଉ; ଚିନ୍ତାରେ ଚାଷୀ, ଏକର ଏକର ଚାଷ ଜମିରେ ପଡିଛି ଅମଳ ଧାନ

କନକ ବ୍ୟୁରୋ : କିଛି ନା କିଛି ସମସ୍ୟାରେ ଘାଣ୍ଟି ହେଉଛି ଚାଷୀ । ଏବେ ପୁଣି ଚିନ୍ତା ବଢାଇଛି ଅଦିନିଆ ବର୍ଷା । ଯାହାକୁ ନେଇ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ତୁରେକେଲା ବ୍ଲକ ଚାଷୀ ଏବେ ଚିନ୍ତାରେ । ବିଲରେ ପଡିଛି ଚାଷୀଙ୍କ ଧାନ । କିଏ ଅଧା ଧାନ କାଟିଛି ତ ଆଉ କିଏ ନିଜ ଅମଳ କଲା ଧାନକୁ ଖଳାରେ ସଜେଇ ରଖିଛି ।

କୁଇବାହାଲ ପଞ୍ଚାୟତରେ ପୁର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଭଲ ଧାନ ଚାଷ ହୋଇଛି । ଚାଷୀଙ୍କ ମହଲରେ ଖୁସି ଲହର ଥିବା ଭିତରେ ବର୍ଷା ପାଗ ଏମାନଙ୍କ ପାଇଁ ଦୁଃଖ ସାଜିଛି । କିଏ ଧାନ ଅମଳରେ ବ୍ୟସ୍ତ ତ ଆଉ କିଏ ଧାନକୁ ବର୍ଷା ଦାଉରୁ ବଞ୍ଚାଇବାକୁ ଚେଷ୍ଟା କରୁଛି । ପଲିଥିନ ଢାଙ୍କି ଧାନକୁ ସାଇତି ରଖୁଛି ଚାଷୀ ।

ଆଉ କିଛି ଦିନ ଗଲେ ସ୍ଥାନୀୟ ମଣ୍ଡି ଓ ପ୍ୟାକ୍ସରେ ଧାନ ବିକ୍ରି କରିବେ ଚାଷୀ । ଭଲ ଭାବେ ଅମଳ ହୋଇଥିବା ଧାନକୁ ସଂଗ୍ରହ କରି ଖୋଲାରେ ଅଖା ବସ୍ତାରେ ଭର୍ତ୍ତି କରୁଛନ୍ତି । ଅଚାନକ ଶୀତ ଦିନରେ ଏବେ ବର୍ଷା ଆସିଥିବାରୁ ଚାଷୀ ଧାନକୁ ସାଇତି ରଖିବା ଓ ପ୍ଲାଷ୍ଟିକ ପଲିଥିନରେ ରଖିବାରେ ବ୍ୟସ୍ତ ହେଉଛନ୍ତି । ତେବେ ମଣ୍ଡିରେ ଏବେ ଧାନ ବିକ୍ରି କରିବାକୁ ଗଲେ ଓଦା ଧାନକୁ ବିକ୍ରି କରିବା ନେଇ ଚିନ୍ତାରେ ଚାଷୀ ।

ରାଜ୍ୟ ସରକାର ଧାନ କିଣିବା ନେଇ ବିଭିନ୍ନ ମଣ୍ଡିରେ ପ୍ରସ୍ତୁତ କରାଯାଉଛି । ଏହି ଆଶାରେ ଚାଷୀ ଥିବାବେଳେ ବିଲରେ ଧାନ ଭିଜି ଧାନର ମାନକୁ ନେଇ ଏବେ ଚିନ୍ତାରେ ପଡିଲାଣି ଚାଷୀ ।