ବର୍ଷାବେଳେ ଟେନସନ୍ ବଢ଼ାଉଛି ବିଜୁଳି ଘଡଘଡି । ବରମୁଣ୍ଡା ସ୍କୁଲରେ ବଜ୍ରାଘାତରେ ପିଲା ଆହତ ପରେ ବଢ଼ିଲା ଚିନ୍ତା
କନକ ବ୍ୟୁରୋ: ବର୍ଷାଦିନେ ପିଲାଙ୍କୁ ସ୍କୁଲ ଛାଡୁଥିଲେ ସାବଧାନ! ଆପଣଙ୍କ ପିଲା ପାଠ ପଢୁଥିବା ସ୍କୁଲ, ବଜ୍ରପାତ ନିରୋଧୀ ତ? ଭୁବନେଶ୍ୱରରେ ଥିବା ବରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଉପରେ ହୋଇଥିଲା ବଜ୍ରପାତ। ଅପରାହ୍ନ ପ୍ରାୟ ୩ଟା ବେଳେ ଜୋର ବର୍ଷା ହେଉଥିବା ବେଳେ ଅଚାନକ ବିଜୁଳି ଚମକିଲା। କେହି କିଛି ବୁଝିବା ପୂର୍ବରୁ ଜୋରଦାର ଘଡଘଡି ଶବ୍ଦ ସହ ଆତଙ୍କିତ ହୋଇ ପଡିଥିଲେ ସ୍କୁଲ ଛାତ୍ରଛାତ୍ରୀ। କାରଣ ବଜ୍ରପାତର ପ୍ରଭାବରେ କିଛି ପିଲା ଅଚେତ ହୋଇପଡିଥିବାବେଳେ […] The post ବର୍ଷାବେଳେ ଟେନସନ୍ ବଢ଼ାଉଛି ବିଜୁଳି ଘଡଘଡି । ବରମୁଣ୍ଡା ସ୍କୁଲରେ ବଜ୍ରାଘାତରେ ପିଲା ଆହତ ପରେ ବଢ଼ିଲା ଚିନ୍ତା first appeared on Kanak News.

କନକ ବ୍ୟୁରୋ: ବର୍ଷାଦିନେ ପିଲାଙ୍କୁ ସ୍କୁଲ ଛାଡୁଥିଲେ ସାବଧାନ! ଆପଣଙ୍କ ପିଲା ପାଠ ପଢୁଥିବା ସ୍କୁଲ, ବଜ୍ରପାତ ନିରୋଧୀ ତ? ଭୁବନେଶ୍ୱରରେ ଥିବା ବରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଉପରେ ହୋଇଥିଲା ବଜ୍ରପାତ। ଅପରାହ୍ନ ପ୍ରାୟ ୩ଟା ବେଳେ ଜୋର ବର୍ଷା ହେଉଥିବା ବେଳେ ଅଚାନକ ବିଜୁଳି ଚମକିଲା। କେହି କିଛି ବୁଝିବା ପୂର୍ବରୁ ଜୋରଦାର ଘଡଘଡି ଶବ୍ଦ ସହ ଆତଙ୍କିତ ହୋଇ ପଡିଥିଲେ ସ୍କୁଲ ଛାତ୍ରଛାତ୍ରୀ। କାରଣ ବଜ୍ରପାତର ପ୍ରଭାବରେ କିଛି ପିଲା ଅଚେତ ହୋଇପଡିଥିବାବେଳେ ଆଉ କେତେକ ପିଲା ଅସ୍ୱାଭାବିକ ଯନ୍ତ୍ରଣା ଅନୁଭବ କରିଥିଲେ।
ପ୍ରାୟ ୮ ଜଣ ପିଲାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଥିଲା। ତେବେ ଦିନ ୧୦ଟାରୁ ୪ଟା ସେମାନେ ସ୍କୁଲ ତତ୍ୱାବଧାନରେ ରହୁଥିବାବେଳେ, ବର୍ଷାଦିନେ ଏଭଳି ପ୍ରାକୃତିତ ଦୁର୍ବିପାକ ଜନିତ ଅଘଟଣର ମୁକାବିଲା ପାଇଁ ସେହି ସ୍କୁଲ ପ୍ରସ୍ତୁତ ତ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ବଜ୍ରପାତର ପ୍ରଭାବ କମାଇବାକୁ ସ୍କୁଲ ଗୁଡିକରେ ନାହିଁ ଲାଇଟନିଂ ଆରେଷ୍ଟର ।
ବଜ୍ରପାତର ପ୍ରଭାବ
- ବଜ୍ରପାତଜନିତ ମୃତ୍ୟୁ ସଂଖ୍ୟା ଓଡିଶାରେ ସର୍ବାଧିକ
- ବର୍ଷକୁ ପ୍ରାୟ ୩୬୫ ଜଣଙ୍କ ବଜ୍ରପାତରେ ମୃତ୍ୟୁ ହେଉଛି
- ମେ’ରୁ ଅଗଷ୍ଟ ମଧ୍ୟରେ ସର୍ବାଧିକ ବଜ୍ରପାତ ହୋଇଥାଏ
- ସର୍ବାଧିକ ବଜ୍ରପାତ ପ୍ରବଣ ଜିଲ୍ଲା – ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ବାଲେଶ୍ୱର, କଟକ, ସୁନ୍ଦଗଡ, ନବରଙ୍ଗପୁର, ଯାଜପୁର, ବଲାଙ୍ଗୀର ଓ କୋରାପୁଟ
୨୦୨୩ରେ ଓସଡମାର ପରିଚାଳନା ନିର୍ଦ୍ଦେଶକ ଜ୍ଞାନ ଦାସ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସବୁ ସ୍କୁଲରେ ଲାଇଟନିଂ ଆରେଷ୍ଟର ଲଗାଇବା ବାଧ୍ୟତାମୂଳକ କରାଯାଇଥିଲା । ହେଲେ ଏହି ନିର୍ଦ୍ଦେଶକୁ ଅଣଦେଖା କରିଛନ୍ତୁ ସ୍କୁଲଗୁଡିକ । ବିଭାଗ ମଧ୍ୟ ଏ ଦିଗରେ କୌଣସି ପଦେକ୍ଷପ ନେଇ ନାହିଁ । ତେଣୁ ପ୍ରଶ୍ନ ଉଠୁଛି କୌଣସି ବଡ ଅଘଟଣ ଘଟିବା ଯାଏଁ ବିଭାଗ ଅପେକ୍ଷା କରିଛି କି?
The post ବର୍ଷାବେଳେ ଟେନସନ୍ ବଢ଼ାଉଛି ବିଜୁଳି ଘଡଘଡି । ବରମୁଣ୍ଡା ସ୍କୁଲରେ ବଜ୍ରାଘାତରେ ପିଲା ଆହତ ପରେ ବଢ଼ିଲା ଚିନ୍ତା first appeared on Kanak News.