ବର୍ଷାରେ ବେହାଲ୍ ଭୁବନେଶ୍ୱର, ଚାରିଆଡେ ଖାଲି ପାଣି ହିଁ ପାଣି…

ଭୁବନେଶ୍ବର: ବର୍ଷାରେ ବେହାଲ୍‌ ହୋଇଛି ରାଜଧାନୀ ଭୁବନେଶ୍ୱର। ବର୍ଷା ଯୋଗୁ ରାଜଧାନୀର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ରାସ୍ତାରେ ଲହଡି ମାରୁଛି ବର୍ଷା ପାଣି । ରାଜଧାନୀର ଅଧିକାଂଶ ସ୍ଥାନରେ ବର୍ଷାର କୋପ ଦେଖିବାକୁ ମିଳିଥିଲା। ପଟିଆ, ଚନ୍ଦ୍ରଶେଖର, କଳାରାହାଙ୍ଗ, ମଞ୍ଚେଶ୍ୱର, ଲକ୍ଷ୍ମୀସାଗର, ଆଇଆର୍‌ସି ଭିଲେଜ, ବମିଖାଲ୍‌, ଓଲଡ୍‌ ଟାଉନ୍‌ ପ୍ରମୁଖ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ୧୬ ନମ୍ୱର ଜାତୀୟ ରାଜପଥର ଇସ୍କନ୍‌ ସମ୍ମୁଖର ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଯେଉଁଥିପାଇଁ […]

ବର୍ଷାରେ ବେହାଲ୍ ଭୁବନେଶ୍ୱର, ଚାରିଆଡେ ଖାଲି ପାଣି ହିଁ ପାଣି…
heavy rainfall with lightning in bhubaneswar

ଭୁବନେଶ୍ବର: ବର୍ଷାରେ ବେହାଲ୍‌ ହୋଇଛି ରାଜଧାନୀ ଭୁବନେଶ୍ୱର। ବର୍ଷା ଯୋଗୁ ରାଜଧାନୀର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ରାସ୍ତାରେ ଲହଡି ମାରୁଛି ବର୍ଷା ପାଣି । ରାଜଧାନୀର ଅଧିକାଂଶ ସ୍ଥାନରେ ବର୍ଷାର କୋପ ଦେଖିବାକୁ ମିଳିଥିଲା। ପଟିଆ, ଚନ୍ଦ୍ରଶେଖର, କଳାରାହାଙ୍ଗ, ମଞ୍ଚେଶ୍ୱର, ଲକ୍ଷ୍ମୀସାଗର, ଆଇଆର୍‌ସି ଭିଲେଜ, ବମିଖାଲ୍‌, ଓଲଡ୍‌ ଟାଉନ୍‌ ପ୍ରମୁଖ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ୧୬ ନମ୍ୱର ଜାତୀୟ ରାଜପଥର ଇସ୍କନ୍‌ ସମ୍ମୁଖର ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଯେଉଁଥିପାଇଁ ଗାଡ଼ି ଚଳାଚଳ ଏକ ପ୍ରକାର ଠପ୍‌ ହୋଇଯାଇଥିଲା। ବସ୍‌ ଗୁଡ଼ିକ ମଝି ରାସ୍ତାରେ ଅଟକି ରହିଥିଲା। ଇସ୍କନ ସମ୍ମୁଖ ପରି ରସୁଲଗଡ଼ରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା।