ମହାପ୍ରଭୁଙ୍କୁ ଦର୍ଶନ କରି ରାଜ୍ୟବାସୀଙ୍କ ସୁଖ, ସମୃଦ୍ଧି କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୁରୀ : ମଙ୍ଗଳବାର ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମହାପ୍ରଭୁଙ୍କ ଆଶୀର୍ବାଦ ଲୋଡିବା ସହ ରାଜ୍ୟବାସୀଙ୍କ ସୁଖ, ସମୃଦ୍ଧି କାମନା କରିଛନ୍ତି। ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ୭ମ ଦିନରେ ମୁଖ୍ୟମନ୍ତ୍ରୀ   ଆଜି ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ସହିତ ପରିକ୍ରମା ପ୍ରକଳ୍ପର ପୁନଃ ପ୍ରଦକ୍ଷୀଣ କରିଛନ୍ତି। ଭକ୍ତ ମାନଙ୍କୁ ମିଳୁଥିବା ନୂତନ ସୁବିଧା ସୁଯୋଗ ସମ୍ପର୍କର ଅନୁଭୂତି ନେବାପାଇଁ ମୁଖ୍ୟମନ୍ତ୍ରୀ ଆଜି ପୁଣି ଥରେ ପୁରୀ […]

ମହାପ୍ରଭୁଙ୍କୁ ଦର୍ଶନ କରି ରାଜ୍ୟବାସୀଙ୍କ ସୁଖ, ସମୃଦ୍ଧି କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
CM Naveen Offers Prayers at Srimandir

ପୁରୀ : ମଙ୍ଗଳବାର ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମହାପ୍ରଭୁଙ୍କ ଆଶୀର୍ବାଦ ଲୋଡିବା ସହ ରାଜ୍ୟବାସୀଙ୍କ ସୁଖ, ସମୃଦ୍ଧି କାମନା କରିଛନ୍ତି। ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ୭ମ ଦିନରେ ମୁଖ୍ୟମନ୍ତ୍ରୀ   ଆଜି ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ସହିତ ପରିକ୍ରମା ପ୍ରକଳ୍ପର ପୁନଃ ପ୍ରଦକ୍ଷୀଣ କରିଛନ୍ତି। ଭକ୍ତ ମାନଙ୍କୁ ମିଳୁଥିବା ନୂତନ ସୁବିଧା ସୁଯୋଗ ସମ୍ପର୍କର ଅନୁଭୂତି ନେବାପାଇଁ ମୁଖ୍ୟମନ୍ତ୍ରୀ ଆଜି ପୁଣି ଥରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।

sri mandira parikrama kale cm naveen patnyak 6 scaled

ପୂର୍ବସୂଚୀ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ହେଲିକପ୍ଟରରେ ଆସି ଅପରାହ୍ନ ୪ଟା ୪୦ରେ ମାଟିତୋଟାସ୍ଥିତ ଅସ୍ଥାୟୀ ହେଲିପ୍ୟାଡ୍‌ରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ ‘୫-ଟି’ ଓ ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଆସିଥିଲେ। ସେଠାରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି ଡ. କନୱର ବିଶାଲ ସିଂ ସ୍ୱାଗତ କରିଥିଲେ। ସେଠାରୁ କାର୍‌ ଯୋଗେ ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଲଭ ପିଲିଗ୍ରୀମ ସେଣ୍ଟର (ଜେବିପିସି)ରେ ପହଞ୍ଚିଥିଲେ। ସେଠାରୁ ବ୍ୟାଟେରି ଗାଡିରେ ଶ୍ରୀମାର୍ଗ ଦେଇ ଅପରାହ୍ନ ୫ଟାରେ ସିଂହଦ୍ୱାରଠାରେ ପହଞ୍ଚିଥିଲେ। ଗାଡିରୁ ଓହ୍ଲାଇବା ପରେ ସିଂହଦ୍ୱାର ସମ୍ମୁଖରେ ସମବେତ ଜନସାଧାରଣ ଏବଂ ମନ୍ଦିର ବେଢା ଭିତରେ ଥିବା ଭକ୍ତଙ୍କୁ ହାତ ହଲାଇ ଶୁଭେଚ୍ଛା ଜଣାଇଥିଲେ ମୁଖ୍ୟମନ୍ତ୍ରୀ।

sri mandira parikrama kale cm naveen patnyak 9 scaled

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ସମେତ ପରିଚାଳନା କମିଟି ସେବାୟତ ପ୍ରତିନିଧି ପ୍ରମୁଖ ସ୍ୱାଗତ ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ମନ୍ଦିରକୁ ପାଛୋଟି ନେଇଥିଲେ। ମୁଖ୍ୟମନ୍ତ୍ରୀ ସିଂହଦ୍ୱାର ଗୁମୁଟରେ ପତିତପାବନଙ୍କୁ ଦର୍ଶନ କରିବା ପରେ ଆଗକୁ ବଢିଥିଲେ। ଗୋଟିଏ ପରେ ଗୋଟିଏ ପାଦ ପକାଇ ବାଇଶିପାହାଚ ଚଢିବା ଦୃଶ୍ୟ ଥିଲା ବେଶ୍‌ ନିଆରା। ବାଇଶିପାହାଚରୁ ସାତପାହଚ ପର୍ଯ୍ୟନ୍ତ ଉଭୟ ପାଶ୍ୱର୍ରେ ଥିବା ଦେବାଦେବୀଙ୍କୁ ହାତଯୋଡି ନମସ୍କାର କରିଛନ୍ତି। ରତ୍ନସିଂହାସନରେ ଦାରୁବିଗ୍ରହଙ୍କୁ ଦର୍ଶନ କରି ଆଶୀର୍ବାଦ ଲୋଡିବା ସହ ରାଜ୍ୟବାସୀଙ୍କ ସୁଃଖ ସମୃଦ୍ଧି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ସେବାୟତଙ୍କ ସହ ଶ୍ରୀମନ୍ଦିର ଏବଂ ଶ୍ରୀକ୍ଷେତ୍ରର ବିକାଶ ନେଇ ଆଲୋଚନା ମଧ୍ୟ କରିଛନ୍ତି।

sri mandira parikrama kale cm naveen patnyak 14 scaled

ଶ୍ରୀମନ୍ଦିରରେ ପ୍ରାୟ ୨୫ମିନିଟ୍‌ ମନ୍ଦିରରେ ବିତାଇବା ପରେ ସିଂହଦ୍ୱାର ବାହାରକୁ ଆସିଥିଲେ ମୁଖ୍ୟମନ୍ତ୍ରୀ। ସିଂହଦ୍ୱାର ଗୁମୁଟରେ ପତିତପାବନଙ୍କ ସେବକ ମୁଖ୍ୟମନ୍ତ୍ରୀଙ୍କ ଠାକୁରଙ୍କ ଫୁଏ, ତୁଳସୀ ପ୍ରଦାନ କରିଥିଲେ। ଗୁମୁଟରେ କିଛି ସମୟ ଠିଆ ହୋଇ ବାହାରକୁ ଆସିଥିଲେ। ସିଂହଦ୍ୱାର ସମ୍ମୁଖରେ ପରିଚାଳନା କମିଟି ସେବାୟତ ପ୍ରତିନିଧି ମୁଖ୍ୟମନ୍ତ୍ରୀ ଏବଂ ‘୫-ଟି’ ଅଧ୍ୟକ୍ଷଙ୍କ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ କରିଥିଲେ। ଏହାପରେ ବ୍ୟାଟେରୀ ଗାଡିରେ ପରିକ୍ରମା ମାର୍ଗ ପ୍ରଦକ୍ଷିଣ କରିଥିଲେ ମୁଖ୍ୟମନ୍ତ୍ରୀ। ସାଥୀରେ ‘୫-ଟି’ ଅଧ୍ୟକ୍ଷ ଚାଲି ଚାଲି ବୁଲିଥିଲେ। ସିଂହଦ୍ୱାରରୁ ବାହାରି ଦକ୍ଷିଣ ଦ୍ୱାରକୁ ଯାଇଥିଲେ। ଦକ୍ଷିଣ-ପଶ୍ଚିମ କୋଣରେ ଗାଡିରୁ ଓହ୍ଲାଇ ଫଟୋ ଉଠାଇଥିଲେ ମୁଖ୍ୟମନ୍ତ୍ରୀ। ‘୫-ଟି’ ଅଧ୍ୟକ୍ଷ ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସବୁକିଛି ବୁଝାଇ କହୁଥିଲେ। ପ୍ରାୟ ୨୦ ମିନିଟ୍‌ ପ୍ରଦକ୍ଷିଣ କରିବା ପରେ ପୁନଶ୍ଚ ଶ୍ରୀମାର୍ଗ ଦେଇ ଜେବିପିସିରେ ପହଞ୍ଚିଥିଲେ। ଶ୍ରୀମାର୍ଗର ଉଭୟ ପାଶ୍ୱର୍ରେ ସୁସଜ୍ଜିତ ରଙ୍ଗୀନ ଆଲୋକମାଳା, ଲଗାଯାଇଥିବା ମହାପ୍ରଭୁଙ୍କ ବିଭିନ୍ନ ବେଶ, ପ୍ରସ୍ତର କଳାକୃତି ଆଦି ଦେଖି ବେଶ୍‌ ଖୁସି ହୋଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଶ୍ରୀସେତୁ ଦେଇ ସଡ଼କ ପଥରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିଲେ।