ବର୍ଷାରେ ଭିଜିଲା, ପାଣିରେ ବୁଡ଼ିଲା । ଚାଷୀକୁ ଦାଉ ସାଧିଲା ଅଦିନିଆ ବର୍ଷା ।
କନକ ବ୍ୟୁରୋ : ଦୁଃଖ ଦେଉଛି ଅଦିନିଆ ବର୍ଷା । କେଉଁଠି ବିଲରେ ଧାନ ଭିଜୁଛି, ତ ଆଉ କେଉଁଠି ପରିବା ଚାଷ ନଷ୍ଟ ହେବାକୁ ବସିଛି । ଚାଷୀର ପରିଶ୍ରମକୁ ଧୋଇ ଦେଇଛି ଲଘୁଚାପ ବର୍ଷା । ଆଉ ନିଜ ଫସଲ ବଞ୍ଚାଇବାକୁ ବର୍ଷା ପବନ ମାଡ଼ ଖାଇ ଜଗି ବସିଛି ଚଷା ପୁଅ । ବର୍ଷାରେ ଭିଜିଲା, ପାଣିରେ ବୁଡ଼ିଲା । ଚାଷୀକୁ ଦାଉ ସାଧିଲା ଅଦିନିଆ ବର୍ଷା । ଆଉ ଦିନ କେଇଟା ପରେ ଜମିରୁ ଅମଳ ହୋଇଥାନ୍ତା ଧାନ । କିନ୍ତୁ ଶେଷ ମୁହୂର୍ତ୍ତରେ ବର୍ଷା ଧୋଇ ଦେଇଛି ଚାଷୀର ସବୁ ସ୍ବପ୍ନ । ଏବେ ହାଡ଼ଭଙ୍ଗା ଶୀତ ଆଉ ବର୍ଷା ପବନ ମାଡ଼ ଖାଇ ପାଣିରୁ ଧାନକୁ ଛାଣି ଅମଳ କରିବାରେ ବ୍ୟସ୍ତ ଚଷା ପୁଅ । ଦୁଇ ଦିନ ତଳେ ଯେଉଁ ଧାନ କ୍ଷେତକୁ ଦେଖିଲେ ପେଟ ପୁରିଯାଉଥିଲା ଆଜି ସେହି କ୍ଷେତ ଦେଖି ଚାଷୀର ହୋସ୍ ଉଡି ଯାଇଛି । ଖାଲି ଧାନ ଚାଷ ନୁହେଁ । ପରିବା ଓ ଚିନା ବାଦାମ ଚାଷୀଙ୍କ ଉପରେ ମଧ୍ୟ ପଡ଼ିଛି ବଜ୍ର ପ୍ରହାର । ବାଙ୍କୀରେ ହେକ୍ଟର ହେକ୍ଟର ଜମିରେ ନଷ୍ଟ ହେବାକୁ ବସିଛି ପରିବା ଚାଷ । କୋବି ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ଜହ୍ନି, ଭେଣ୍ଡି, ପୋଟଳ, କଲରା, କଖାରୁ, ଭଳି ଫସଲ ପାଣିରେ ପଚିବାକୁ ବସିଲାଣି । ସେହିପରି କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳରେ ପ୍ରାୟ ଦୁଇ ହଜାର ହେକ୍ଟର ଚିନାବାଦାମ ଫସଲ ନଷ୍ଟ ହେବାକୁ ବସିଛି । ଏହି ସଙ୍କଟ ବେଳାରେ ସରକାରୀ ସହାୟତାକୁ ଚାହିଁ ରହିଛି ଚାଷୀକୂ ଳ । ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଯାହା ଚାଷୀର ମେରୁ

କନକ ବ୍ୟୁରୋ : ଦୁଃଖ ଦେଉଛି ଅଦିନିଆ ବର୍ଷା । କେଉଁଠି ବିଲରେ ଧାନ ଭିଜୁଛି, ତ ଆଉ କେଉଁଠି ପରିବା ଚାଷ ନଷ୍ଟ ହେବାକୁ ବସିଛି । ଚାଷୀର ପରିଶ୍ରମକୁ ଧୋଇ ଦେଇଛି ଲଘୁଚାପ ବର୍ଷା । ଆଉ ନିଜ ଫସଲ ବଞ୍ଚାଇବାକୁ ବର୍ଷା ପବନ ମାଡ଼ ଖାଇ ଜଗି ବସିଛି ଚଷା ପୁଅ ।
ବର୍ଷାରେ ଭିଜିଲା, ପାଣିରେ ବୁଡ଼ିଲା । ଚାଷୀକୁ ଦାଉ ସାଧିଲା ଅଦିନିଆ ବର୍ଷା । ଆଉ ଦିନ କେଇଟା ପରେ ଜମିରୁ ଅମଳ ହୋଇଥାନ୍ତା ଧାନ । କିନ୍ତୁ ଶେଷ ମୁହୂର୍ତ୍ତରେ ବର୍ଷା ଧୋଇ ଦେଇଛି ଚାଷୀର ସବୁ ସ୍ବପ୍ନ । ଏବେ ହାଡ଼ଭଙ୍ଗା ଶୀତ ଆଉ ବର୍ଷା ପବନ ମାଡ଼ ଖାଇ ପାଣିରୁ ଧାନକୁ ଛାଣି ଅମଳ କରିବାରେ ବ୍ୟସ୍ତ ଚଷା ପୁଅ । ଦୁଇ ଦିନ ତଳେ ଯେଉଁ ଧାନ କ୍ଷେତକୁ ଦେଖିଲେ ପେଟ ପୁରିଯାଉଥିଲା ଆଜି ସେହି କ୍ଷେତ ଦେଖି ଚାଷୀର ହୋସ୍ ଉଡି ଯାଇଛି ।
ଖାଲି ଧାନ ଚାଷ ନୁହେଁ । ପରିବା ଓ ଚିନା ବାଦାମ ଚାଷୀଙ୍କ ଉପରେ ମଧ୍ୟ ପଡ଼ିଛି ବଜ୍ର ପ୍ରହାର । ବାଙ୍କୀରେ ହେକ୍ଟର ହେକ୍ଟର ଜମିରେ ନଷ୍ଟ ହେବାକୁ ବସିଛି ପରିବା ଚାଷ । କୋବି ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ଜହ୍ନି, ଭେଣ୍ଡି, ପୋଟଳ, କଲରା, କଖାରୁ, ଭଳି ଫସଲ ପାଣିରେ ପଚିବାକୁ ବସିଲାଣି । ସେହିପରି କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳରେ ପ୍ରାୟ ଦୁଇ ହଜାର ହେକ୍ଟର ଚିନାବାଦାମ ଫସଲ ନଷ୍ଟ ହେବାକୁ ବସିଛି । ଏହି ସଙ୍କଟ ବେଳାରେ ସରକାରୀ ସହାୟତାକୁ ଚାହିଁ ରହିଛି ଚାଷୀକୂ ଳ ।
ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଯାହା ଚାଷୀର ମେରୁଦଣ୍ଡକୁ ଦୋହଲାଇ ଦେଇଛି । ବିଲରେ ଭିଜୁଛି ଫସଲ, ଚାଷୀ ହେଉଛି କଲବଲ । ଧାର କରଜ କରି ଅମଳ କରିଥିବା ଫସଲର ସୁରକ୍ଷା ନେଇ ଆଶା ଆଶଙ୍କାରେ ଚାଷୀ ।