ନିଶାନ ବାଜାରେ ଦୁଲୁକିଲା କେସିଙ୍ଗା ସହର
କେସିଙ୍ଗା,୨୩ା୧୨: କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ବୁଢ଼ାଡଙ୍ଗର ଲୋକ ମହୋତ୍ସବ ପ୍ରଥମ ଦିବସରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପଡ଼ିଆରେ ରବିବାର ଅନୁଷ୍ଠିତ ବୁଢ଼ାଡଙ୍ଗର ଲୋକ ମହୋତ୍ସବରେ ଢୋଲ ନିଶାନରେ ମଞ୍ଚ ଦୁଲୁକିଥିଲା। ସକାଳୁ ଅନୁଷ୍ଠାନ ପରିସରରେ ପତାକା ଉତ୍ତୋଳନ କରିଥିଲେ ଜିଲା ସଂସ୍କୃତି ଅଧିକାରୀ ବିବେକା ମହାନନ୍ଦ, ପରେ ବୁଢାଡଙ୍ଗର ମନ୍ଦିରଠାରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ବିଭିନ୍ନ ସାଂସ୍କୃତିକ ଶୋଭାଯାତ୍ରାରେ ସହର ସାଂସ୍କୃତିକ ମାହୋଲରେ ପରିଣତ ହୋଇଥିଲା। […] The post ନିଶାନ ବାଜାରେ ଦୁଲୁକିଲା କେସିଙ୍ଗା ସହର appeared first on Dharitri Odia News.
କେସିଙ୍ଗା,୨୩ା୧୨: କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ବୁଢ଼ାଡଙ୍ଗର ଲୋକ ମହୋତ୍ସବ ପ୍ରଥମ ଦିବସରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପଡ଼ିଆରେ ରବିବାର ଅନୁଷ୍ଠିତ ବୁଢ଼ାଡଙ୍ଗର ଲୋକ ମହୋତ୍ସବରେ ଢୋଲ ନିଶାନରେ ମଞ୍ଚ ଦୁଲୁକିଥିଲା। ସକାଳୁ ଅନୁଷ୍ଠାନ ପରିସରରେ ପତାକା ଉତ୍ତୋଳନ କରିଥିଲେ ଜିଲା ସଂସ୍କୃତି ଅଧିକାରୀ ବିବେକା ମହାନନ୍ଦ, ପରେ ବୁଢାଡଙ୍ଗର ମନ୍ଦିରଠାରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ବିଭିନ୍ନ ସାଂସ୍କୃତିକ ଶୋଭାଯାତ୍ରାରେ ସହର ସାଂସ୍କୃତିକ ମାହୋଲରେ ପରିଣତ ହୋଇଥିଲା। ଏହି ଉପଲକ୍ଷେ ଏକ ଚିତ୍ରକଳା ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା। ଏହାକୁ କେସିଙ୍ଗା ଆଇଆଇସି ସି.ପ୍ରଦ୍ୟୁମ୍ନ ମହାପାତ୍ର ଉଦ୍ଘାଟନ କରିଥିଲେ। ସନ୍ଧ୍ୟାରେ ଅନୁଷ୍ଠିତ ଉଦ୍ଘାଟନୀ ସାଂସ୍କୃତିକ ସନ୍ଧ୍ୟାରେ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦର୍ବାନ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଏହି ଉତ୍ସବ ସଂସ୍କୃତିର ମହାନ ମିଳନସ୍ଥଳୀ ବୋଲି କହିଥିଲେ। ବିଶିଷ୍ଟ ଅତିଥି ଭାବରେ ଏନ୍ଏସି ଅଧ୍ୟକ୍ଷ ନୃପରାଜ ଯାଦବ ଯୋଗଦାନ କରିଥିଲେ। ଅନ୍ୟତମ ଅତିଥି ଭାବରେ କେସିଙ୍ଗା କଲେଜ ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢ଼ୀ ଯୋଗଦାନ କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ସୁଶାନ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦକ ଅକ୍ଷୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଶିଷ୍ଟ ଘୁମୁରା ଗୁରୁ ମାର୍କଣ୍ଡ ନାଏକ, ନାଟ୍ୟ ନିର୍ଦ୍ଦେଶକ ଭାବରେ ମନୋଜ ରଥ, ବିଶିଷ୍ଟ କଳାକାର ରବି ରତନ ସାହୁ, ସଙ୍ଗୀତ ନିର୍ଦ୍ଦେଶକ ମନୋରଞ୍ଜନ ପାଢ଼ୀଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହୋଇଥିବା ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ପୁରୀର ମାହାରୀ, ମୟୂରଭଞ୍ଜର ଛଉ, ବରଗଡ଼ର ଢଳିଆ ଖୁସା, ମୃଣ୍ମୟୀ ଓ ସାଥୀର ବଜାଶାଲ ଓ ମନୋରଞ୍ଜନ ପାଢ଼ୀଙ୍କ ସଙ୍ଗୀତ ବିଚିତ୍ରା ବିଳମ୍ବିତ ରାତି ଯାଏ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ମଞ୍ଚ ପରିଚାଳନା କରିଥିଲେ ଜ୍ଞାନେନ୍ଦ୍ର ଭୋଇ।
The post ନିଶାନ ବାଜାରେ ଦୁଲୁକିଲା କେସିଙ୍ଗା ସହର appeared first on Dharitri Odia News.