ଘର କି ଗାଡି ନୁହେଁ, ୨୦ ହଜାରରୁ ଅଧିକ ପୁସ୍ତକର ମାଲିକ ଏହି ପ୍ରାର୍ଥୀ: ୨ଥର ରହିସାରିଛନ୍ତି ମନ୍ତ୍ରୀ

ଥିରୁଭାନନ୍ତପୁରମ,୩୧।୩: କେରଳର ଦୁଇଥର ଅର୍ଥମନ୍ତ୍ରୀ ତଥା ଚାରିଥର ବିଧାୟକ ଡା. ଥୋମାସ ଇସାକ ଏଥର ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେ ଏଲଡିଏଫ ଟିକେଟରେ ପଠାନମଥିଟା ଲୋକ ସଭା ଆସନରୁ ପ୍ରାର୍ଥୀ ଅଟନ୍ତି। ଏହାପର୍ବୂରୁ ସେ ୨ଥର ମନ୍ତ୍ରୀ ରହିସାରିଛନ୍ତି। ଶନିବାର ସେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ। ଏହା ସହିତ ସେ ଏକ ଆଫିଡେଭିଟ ମଧ୍ୟ ଦାଖଲ କରିଛନ୍ତି। ସେ କେରଳର ସବୁଠାରୁ ଗରିବ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ। ସରଳ ଜୀବନଯାପନ ପାଇଁ ପ୍ରସିଦ୍ଧ […] The post ଘର କି ଗାଡି ନୁହେଁ, ୨୦ ହଜାରରୁ ଅଧିକ ପୁସ୍ତକର ମାଲିକ ଏହି ପ୍ରାର୍ଥୀ: ୨ଥର ରହିସାରିଛନ୍ତି ମନ୍ତ୍ରୀ appeared first on Dharitri Odia News.

ଘର କି ଗାଡି ନୁହେଁ, ୨୦ ହଜାରରୁ ଅଧିକ ପୁସ୍ତକର ମାଲିକ ଏହି ପ୍ରାର୍ଥୀ: ୨ଥର ରହିସାରିଛନ୍ତି ମନ୍ତ୍ରୀ

ଥିରୁଭାନନ୍ତପୁରମ,୩୧।୩: କେରଳର ଦୁଇଥର ଅର୍ଥମନ୍ତ୍ରୀ ତଥା ଚାରିଥର ବିଧାୟକ ଡା. ଥୋମାସ ଇସାକ ଏଥର ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେ ଏଲଡିଏଫ ଟିକେଟରେ ପଠାନମଥିଟା ଲୋକ ସଭା ଆସନରୁ ପ୍ରାର୍ଥୀ ଅଟନ୍ତି। ଏହାପର୍ବୂରୁ ସେ ୨ଥର ମନ୍ତ୍ରୀ ରହିସାରିଛନ୍ତି। ଶନିବାର ସେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ। ଏହା ସହିତ ସେ ଏକ ଆଫିଡେଭିଟ ମଧ୍ୟ ଦାଖଲ କରିଛନ୍ତି।
ସେ କେରଳର ସବୁଠାରୁ ଗରିବ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ। ସରଳ ଜୀବନଯାପନ ପାଇଁ ପ୍ରସିଦ୍ଧ ଥୋମାସଙ୍କର ଘର, ଜମି, ସୁନା ଅଳଙ୍କାର ନାହିଁ। ସେ ୨୦ ହଜାରରୁ ଅଧିକ ପୁସ୍ତକର ମାଲିକ ଅଟନ୍ତି। ଥୋମାସ ମଧ୍ୟ ସିପିଏମର କେନ୍ଦ୍ରୀୟ କମିଟିର ସଦସ୍ୟ ଅଟନ୍ତି।
ଥୋମାସ ତାଙ୍କ ଆଫିଡେଭିଟ୍‌ରେ ଦର୍ଶାଇଛନ୍ତି, ତାଙ୍କ ପାଖରେ ଥିବା ବହୁମୂଲ୍ୟ ସମ୍ପତ୍ତି ହେଉଛି ଥିରୁଭାନନ୍ତପୁରମରେ ତାଙ୍କ ଘରେ ରଖାଯାଇଥିବା ପୁସ୍ତକ। ଏହି ଘରେ ୨୦ ହଜାରରୁ ଅଧିକ ପୁସ୍ତକ ରଖାଯାଇଛି, ଯାହାର ମୋଟ ମୂଲ୍ୟ ପ୍ରାୟ ୯.୬ ଲକ୍ଷ ଟଙ୍କା। ଯେଉଁ ଘରେ ଏହି ପୁସ୍ତକଗୁଡ଼ିକ ରଖାଯାଏ, ତାହା ମଧ୍ୟ ତାଙ୍କର ନୁହେଁ। ଏହି ଘର ତାଙ୍କ ଭାଇଙ୍କର ଅଟେ। ତାଙ୍କ ପାଖରେ ଥିରୁଭାନନ୍ତପୁରମ୍ର ଟ୍ରେଜେରୀ ସେଭିଂ ବ୍ୟାଙ୍କରେ ୬,୦୦୦ ଟଙ୍କା, ପେନସନ୍‌ଭୋଗୀ ଟ୍ରେଜେରୀ ଆକାଉଣ୍ଟରେ ୬୮,୦୦୦ ଟଙ୍କା, ଏସବିଆଇ ସେଭିଂ ଆକାଉଣ୍ଟରେ ୩୯,୦୦୦ ଟଙ୍କା, କେଏସଏଫଇ ସୁଗାମ ଆକାଉଣ୍ଟରେ ୩୬,୦୦୦ ଟଙ୍କା ଏବଂ କେଏସଏଫଏରେ ଫିକ୍ସଡ ଡିପୋଜିଟ ଭାବରେ ୧.୩୧ ଲକ୍ଷ ଟଙ୍କା ଜମା କରାଯାଇଛି। ଥୋମାସ ଏହି ଆଫିଡେଭିଟରେ ତାଙ୍କର ନିବେଶ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଏହି ଅନୁଯାୟୀ, ସେ କେଏସଏଫଇରେ ବିଭିନ୍ନ କିଟ ପାଣ୍ଠିରେ ୭୭,୦୦୦ ଟଙ୍କା ଜମା କରିଛନ୍ତି। ଏହା ବ୍ୟତୀତ ତାଙ୍କ ପାଖରେ ୧୦,୦୦୦ ଟଙ୍କା ନଗଦ ଏବଂ ମାଲାୟାଲମ କମୁନିକେସନ୍ସରେ ୧୦,୦୦୦ ଟଙ୍କା ମୂଲ୍ୟର ଶେୟାର ରହିଛି।

The post ଘର କି ଗାଡି ନୁହେଁ, ୨୦ ହଜାରରୁ ଅଧିକ ପୁସ୍ତକର ମାଲିକ ଏହି ପ୍ରାର୍ଥୀ: ୨ଥର ରହିସାରିଛନ୍ତି ମନ୍ତ୍ରୀ appeared first on Dharitri Odia News.